ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖିଦିଅନ୍ତୁ ଛୁଟି ଲିଷ୍ଟ

ଭାରତରେ ବ୍ୟାଙ୍କ ଛୁଟି ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଯେଉଁ ଲୋକଙ୍କ ଅଧିକାଂଶ କାମ ବ୍ୟାଙ୍କ ସହ ଜଡିତ ସେମାନଙ୍କୁ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ଭାରତରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିଥାଏ। ତାଛଡା ଅନ୍ୟ ପର୍ବପର୍ବାଣିରେ ମଧ୍ୟ ବ୍ୟାଙ୍କ ଛୁଟି ରହେ।

ଭାରତରେ ଅଧିକାଂଶ ରାଷ୍ଟ୍ରୀୟ ଅବକାଶ ଦିନ ବ୍ୟାଙ୍କ ବନ୍ଦ ରହେ। ତଥାପି କିଛି ରାଜ୍ୟରେ ରାଜ୍ୟ ସ୍ଥରୀୟ ଛୁଟି ଦିନରେ ମଧ୍ୟ ବ୍ୟାଙ୍କ ବନ୍ଦ ରହେ। ସେହିପରି ଆଜିଠାରୁ ଫେବୃଆରୀ ମାସ ଆରମ୍ଭ ହୋଇଛି ଏବଂ ଏହି ମାସରେ ମାତ୍ର ଦୁଇ ଦିନ ହିଁ ବ୍ୟାଙ୍କ ବନ୍ଦ ରହିବ। କାରଣ ଏହି ମାସରେ କୌଣସି ଧାର୍ମିକ ପର୍ବପର୍ବାଣି ପଡୁନାହିଁ।

ଫେବୃଆରୀ ଦ୍ୱିତୀୟ ଶନିବାର ଅର୍ଥାତ ୧୩ ତାରିଖରେ ବ୍ୟାଙ୍କ ଛୁଟି ଅଛି। ସେହିପରି ଚତୁର୍ଥ ଶନିବାର ୨୭ ତାରିଖରେ ଦ୍ୱିତୀୟ ଛୁଟି ଅଛି। ତେବେ ଏହାବ୍ୟତୀତ ଫେବୃଆରୀ ୭, ୧୪, ୨୧ ଓ ୨୮ ତାରିଖରେ ରବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ ଏହି ମାସରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।

ତେବେ ଏଥିପାଇଁ ଆପଣଙ୍କୁ କୌଣସି ବ୍ୟସ୍ତ ହେବା ବି ଆବଶ୍ୟକ ନାହିଁ। କାହିଁକିନା ଯଦି ଆପଣଙ୍କର କିଛି କାମ ରହିଯାଉଛି, ତାହେଲେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ବି ଆପଣ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ନିଜ କାମ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.