ଜାନୁଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରିଦିଅନ୍ତୁ ସବୁ କାମ

ଆଉ ମାତ୍ର କିଛି ଦିନ ପରେ ବିଦାୟ ନେବ ୨୦୨୦, ପାଦ ଥାପିବ ନୂଆବର୍ଷ ୨୦୨୧। ଲୋକମାନେ ବହୁ ଉତ୍ସାହର ସହ ନୂଆବର୍ଷକୁ ଅପେକ୍ଷା କରିଥାନ୍ତି। ସାଧାରଣତଃ ନୂଆବର୍ଷର ପ୍ରଥମ ଦିନରେ ଲୋକମାନେ କାମରୁ ବିରତି ନେଇ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଜାନୁଆରୀ ମାସରେ ମୋଟ ୧୨ଟି ଛୁଟି ପଡ଼ୁଛି। ଜାନୁଆରୀ ୨୦୨୧ରେ ଭାରତରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବି ସାମିଲ ଅଛି। ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବନ୍ଦ ରହୁଛି ବ୍ୟାଙ୍କ…

୧ ଜାନୁଆରୀ- ନୂଆବର୍ଷ
୩ ଜାନୁଆରୀ- ରବିବାର
୯ ଜାନୁଆରୀ- ଦ୍ୱିତୀୟ ଶନିବାର
୧୦ ଜାନୁଆରୀ- ରବିବାର
୧୪ ଜାନୁଆରୀ- ମକର ସଂକ୍ରାନ୍ତି
୧୫ ଜାନୁଆରୀ- ତିରୁବଲୁବର ଦିବସ, ଟୁସୁ ପୂଜା
୧୬ ଜାନୁଆରୀ- ଉଝାବର ଥିରୁନଲ
୧୭ ଜାନୁଆରୀ- ରବିବାର
୨୩ ଜାନୁଆରୀ- ଚତୁର୍ଥ ଶନିବାର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମଦିନ
୨୪ ଜାନୁଆରୀ- ରବିବାର
୨୫ ଜାନୁଆରୀ- ଇମୋଇନୁ ଇରତପା
୨୬ ଜାନୁଆରୀ- ଗଣତନ୍ତ୍ର ଦିବସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.