ବ୍ୟାଙ୍କ ଅଫ୍‌ ବରୋଦାରେ ଚାକିରି ପାଇବାର ସୁଯୋଗ, ଖାଲିପଡିଛି ୩୭୬ ରିଲେସନସିପ୍‌ ମ୍ୟାନେଜର ପଦବୀ

ବ୍ୟାଙ୍କ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ବ୍ୟାଙ୍କ ଅଫ ବରୋଦାରେ ରିଲେସନସିପ ମ୍ୟାନେଜର ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ୩୭୬ ପଦରେ ଭର୍ତ୍ତି କରାଯିବ। ଏଠାରେ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ଅଧିକାରକ ନୋଟିଫିକେସନ ଦେଖିନିଅନ୍ତୁ । ଯଦି ଆପଣ ଏହିଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ ଚାହୁଁଚନ୍ତି , ତେବେ ଜଲଦି କରନ୍ତୁ ୯ ଡିସେମ୍ବର ଶେଷ ତାରିଖ ରହିଛ। ଅଧିକ ଜାଣିବା ପାଇଁ ବ୍ୟାଙ୍କର ଅଧିକାରକ ୱେବସାଇଟ bankofbaroda.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ: ୩୭୬

ସିନିଅର ରିଲେସନସିପ୍‌ ମ୍ୟାନେଜର: ୩୨୬

ୱେଲଥ ରିଲେସନସିପ ମ୍ୟାନେଜର: ୫୦

ସିନିଅର ରିଲେସନସିପ୍‌ ମ୍ୟାନେଜର ପଦବୀରେ ସାଧାରଣ ବର୍ଗ ପାଇଁ ୯୨ ସିଟ୍‌ ଖାଲିରହିଥିବା ବେଳେ ଓବିସି ପାଇଁ ୧୦୧ଟି ସିଟ୍‌, EWS ପ୍ରାର୍ଥୀଙ୍କ ପାଇଁ ୪୭ ସିଟ୍‌ ଏବଂ ଅନୁସୂଚିତ ଜାତି/ଜନଜାତି ପାଇଁ ୪୪ ଏବଂ ୪୨ ସିଟ୍‌ ଖାଲିପଡିଛି।

ବୟସ ସୀମା: ସିନିଅର ରିଲେସନସିପ୍‌ ମ୍ୟାନେଜର ପାଇଁ ସର୍ବନିମ୍ନ ୨୪ ଏବଂ ସର୍ବାଧିକ ୩୫ ବର୍ଷ ବୟସ ହୋଇଥିବା ଜରୁରୀ।
ସେହିପରି ଇ ୱେଲଥ ରିଲେସନସିପ୍‌ ମ୍ୟାନେଜର ପାଇଁ ସର୍ବନିମ୍ନ ୨୩ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ ହୋଇଥିବା ଜରୁରୀ।

ଶିକ୍ଷାଗତ ଯୋଗ୍ୟତା: ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ: ଅଣସଂରକ୍ଷିତ କ୍ୟାଟୋଗରୀ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ସଂରକ୍ଷିତ କ୍ୟାଟୋଗରୀ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।

କେମିତି କରିବେ ଆବେଦନ:

ଏଥିରେ ଆବେଦନ କରିବା ପାଇଁ ପ୍ରଥମେ ରିକ୍ରୁଟମେଣ୍ଟ ପୋର୍ଟାଲ bankofbaroda.in କୁ ଯାଆନ୍ତୁ।

ୱେବସାଇଟର ହୋମ ପେଜରେcurrent opportunities ଉପରେ କ୍ଲିକ କରନ୍ତୁ।

ଏବେ Recruitment of E-Wealth Relationship Manager on Contract Basis ଅପସନ ଉପରେ କ୍ଲିକ କରନ୍ତୁ।

ତା’ ପରେ ଆପ୍ଲାଏ ଅନଲାଇନ ସିଲେକ୍ଟ କରନ୍ତୁ।

ଏହାପରେ ଲିଙ୍କ ଉପରେ କ୍ଲିକ କରି ସଂପୂର୍ଣ୍ଣ ରେଜିଷ୍ଟ୍ରେସନ ପ୍ରକ୍ରିୟା ପୂର୍ଣ୍ଣ କରନ୍ତୁ।

ରେଜିଷ୍ଟ୍ରସନ ହେବା ପରେ ଆପ୍ଲିକେସନ ଫର୍ମ ଭରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ..

https://www.bankofbaroda.in/-/media/Project/BOB/CountryWebsites/India/Career/wms-detailed-advertisement-18-28.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.