ବ୍ୟାଙ୍କରେ ଏଫଡି କରୁଥିବା ଗ୍ରାହକଙ୍କୁ ଏବେ ମିଳିବ ଅଧିକ ସୁଧ, ଗ୍ରାହକଙ୍କୁ ଖୁସି କରାଇଲା ବିଓଆଇ

ଏଣିକି ବ୍ୟାଙ୍କ ଏଫଡି ଉପରେ ମିଳିବ ପୂର୍ବ ଅପେକ୍ଷା ଅଧିକ ସୁଧ । ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବେ ଏଫଡି ରେଟ୍ସ ବୃଦ୍ଧି କରିଦେଇଛି ।

ଯଦି ଆପଣଙ୍କୁ ମଧ୍ୟ ବ୍ୟାଙ୍କରେ ଏଫଡି କରାଇବାର ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଏହି ଖବର ଆପଣଙ୍କୁ ନିହାତି ଭାବେ ଖୁସି ଖରାଇଦେବ । ଏବେ ଆପଣଙ୍କୁ ଏଫଡି କରିବା ଦ୍ୱାରା ଅଧିକ ସୁଧ ମିଳିବାକୁ ଯାଉଛି । ଆଜ୍ଞା ହଁ ଏଣିକି ବ୍ୟାଙ୍କ ଏଫଡି ଉପରେ ମିଳିବ ପୂର୍ବ ଅପେକ୍ଷା ଅଧିକ ସୁଧ । ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବେ ଏଫଡି ରେଟ୍ସ ବୃଦ୍ଧି କରିଦେଇଛି । ଏବେ ଠାରୁ ଗ୍ରାହକ ଏଫଡି ଉପରେ ୭ ପ୍ରତିଶତ ସୁଧର ଫାଇଦା ଉଠାଇପାରିବେ । ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟରେ ଏହାକୁ ନେଇ ସୂଚନା ଦିଆଯାଇଛି । ବ୍ୟାଙ୍କଏହି ବିବରଣୀ ଦେଇ କହିଛି ବର୍ଦ୍ଧିତ ସୁଧ ଦର ଦୁଇ କୋଟି ଟଙ୍କାରୁ କମ୍‌ ଏଫଡି ଉପରେ ମିଳିବ ।

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ସୂଚନା ଦେଇ ଜଣାଇଛି ଯେ ସଂଶୋଧନ ପରେ ବ୍ୟାଙ୍କ ସାମାନ୍ୟ ଗ୍ରାହକଙ୍କୁ ସାତ ଦିନ ରୁ ୧୦ ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ଅବଧି ଜମା ଉପରେ ୩ ପ୍ରତିଶତ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ । ସେହିପରି ବ୍ୟାଙ୍କ ଏକ ବର୍ଷର ଏଫଡି ଉପରେ ସିନିୟର ସିଟିଜେନ ଗ୍ରାହକଙ୍କୁ ୭.୫୦ ପ୍ରତିଶତ ଏବଂ ଅତି ବରିଷ୍ଠ ନାଗରିକ (୮୦ ବର୍ଷରୁ ଅଧିକ)ଙ୍କୁ ୭.୬୫ ପ୍ରତିଶତ ସୁଧର ଫାଇଦା ଦେଉଛି ।

ଏବେ ଜାଣନ୍ତୁ କେତେ ମିଳିବ ବ୍ୟାଙ୍କ ସୁଧର ଫାଇଦା
  • ୭ ରୁ ୧୪ ଦିନ – ୩ ପ୍ରତିଶତ
  • ୧୫ ରୁ ୩୦ ଦିନ – ୩ ପ୍ରତିଶତ
  • ୩୧ ରୁ ୪୫ ଦିନ – ୩ ପ୍ରତିଶତ
  • ୪୬ ରୁ ୯୦ ଦିନ – ୪.୫୦ ପ୍ରତିଶତ
  • ୯୧ ରୁ ୧୭୯ ଦିନ – ୪.୫୦ ପ୍ରତିଶତ
  • ୧୮୦ ରୁ ୨୬୮ ଦିନ – ୫ ପ୍ରତିଶତ
  • ୨୭୦ ରୁ ୧ ବର୍ଷରୁ କମ୍‌ – ୫.୫୦ ପ୍ରତିଶତ
  • ୧ ବର୍ଷ – ୭ ପ୍ରତିଶତ
  • ୧ ବର୍ଷରୁ ନେଇ ୨ ବର୍ଷ ଠାରୁ କମ୍‌ – ୬ ପ୍ରତିଶତ
  • ୨ ବର୍ଷ ଠାରୁ ନେଇ ୩ ବର୍ଷରୁ କମ୍‌ – ୬.୭୫ ପ୍ରତିଶତ
  • ୩ ବର୍ଷରୁ ନେଇ ୫ ବର୍ଷରୁ କମ୍‌ – ୬.୫୦ ପ୍ରତିଶତ
  • ୫ ବର୍ଷ ଠାରୁ ନେଇ ୮ ବର୍ଷରୁ କମ୍‌ – ୬ ପ୍ରତିଶତ
  • ୮ ବର୍ଷ ଠାରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ – ୬ ପ୍ରତିଶତ
ଅନେକ ବ୍ୟାଙ୍କ ବି ବଢ଼ାଇଛି ସୁଧ ଦର

ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ସୁଧ ଦରରେ ବୃଦ୍ଧି କରିଛି । ଏହାବ୍ୟତୀତ ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ସୁଧ ଦରରେ ପରିବର୍ତ୍ତନ କରିଛି । ବ୍ୟାଙ୍କା ନୂଆ ଦର ୨୫ ମେ ଠାରୁ ଲାଗୁ ହୋଇଯାଇଛି । ବ୍ୟାଙ୍କ ସାମାନ୍ୟ ନାଗରିକଙ୍କୁ ୧୦୦୦ ଦିନର ଏଫଡି ଉପରେ ୮.୫୧ ପ୍ରତିଶତ ଦରରେ ସୁଧର ଫାଇଦା ଦେଉଛି ।

ସିନିୟର ସିଟିଜେନ ବିଷୟରେ କହିବା ତ ଏବେ ବ୍ୟାଙ୍କ ଏହି ଗ୍ରାହକଙ୍କୁ ୯.୧୧ ପ୍ରତିଶତ ଦରରେ ସୁଧର ଫାଇଦା ମିଳୁଛି । ୧୦୦୦ ଦିନ ଏଫଡିରେ ଗ୍ରାହକଙ୍କୁ ୯ ପ୍ରତିଶତରୁ ବି ଅଧିକ ଫାଇଦା ମିଳୁଛି । ଏଫଡି ଉପରେ ଅଧିକ ସୁଧର ଫାଇଦା ପାଇବା ପାଇଁ ଆପଣଙ୍କୁ ମିନିମମ୍‌ ୫୦୦୦ ଟଙ୍କାର ଡିପୋଜିଟ୍‌ କରିବାକୁ ହେବ ।

Leave A Reply

Your email address will not be published.