ତୁରନ୍ତ ସାରି ଦିଅନ୍ତୁ ବ୍ୟାଙ୍କ୍ ଜନିତ ଜରୁରୀ କାମ : ସେପ୍ଟେମ୍ବର ମାସରେ ପଡୁଛି ଲମ୍ବା ଛୁଟି

ବ୍ୟାଙ୍କ ଜନିତ ସମସ୍ତ କାମ ତୁରନ୍ତ ସାରି ଦିଅନ୍ତୁ । ଆସନ୍ତା ୯ ତାରିଖ ଯାଏଁ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କାରଣ ଆସନ୍ତା ମାସରେ ପଡିବ ଲମ୍ବା ଛୁଟି । ସେପ୍ଟେମ୍ବର ୨ ତାରିଖ ରବିବାର ପଡୁଥିବା ବେଳେ ପରଦିନ ସେପ୍ଟେମ୍ବର ୩ ତାରିଖ ହେଉଛି ଜନ୍ମାଷ୍ଟମୀ ପାଇଁ ଛୁଟି । ସେହିପରି ସେପ୍ଟେମ୍ବର ୪ ଓ ୫ ତାରିଖରେ ଅର୍ଥାତ ମଙ୍ଗଳବାର ଓ ବୁଧବାର ଦିନ ବ୍ୟାଙ୍କ ଧର୍ମଘଟ ଡକରା ଦିଆଯାଇଛି । ପେନସନ ଦାବିରେ ୟୁନାଇଟେଡ ଫେଡେରେସନ ଅଫ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଏହି ଧର୍ମଘଟ ଡକରା ଦିଆଯାଇଛି ।

ଏହା ପରେ ୬ ଏବଂ ୭ ତାରିଖ ଅର୍ଥାତ୍ ଗୁରୁବାର ଓ ଶୁକ୍ରବାର ଦିନ ବ୍ୟାଙ୍କ୍ ଖୋଲା ରହିବା ପରେ ପୁଣି ଶନିବାର ଓ ରବିବାର ବ୍ୟାଙ୍କ୍ ବନ୍ଦ ରହିବ । ଶନିବାର ୨ୟ ଶନିବାର ବୋଲି ବ୍ୟାଙ୍କ୍ ବନ୍ଦ ରହିବ । ପ୍ରାୟ ୬ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ତେଣୁ ୧ ତାରିଖ ମଧ୍ୟରେ ସମସ୍ତ ଜରୁରୀ କାମ ସାରିଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.