ଲଗାତର ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ୍, ଶୀଘ୍ର ସାରିଦିଅନ୍ତୁ ଜରୁରୀ କାମ
ଧାରଣାରେ ବସିବେ ବ୍ୟାଙ୍କ କର୍ମଚାରୀ। ସମୂହ ବ୍ୟାଙ୍କ ଦୁଇ ଦିନ ପାଇଁ କରିବେ ହଡତାଳ। କାନାରା ବ୍ୟାଙ୍କ ପାଇଁ ଅନେକ ବ୍ୟାକିଙ୍ଗ୍ ସେବା ପ୍ରଭାବିତ ହୋଇପାରେ। ୧୫ ଏବଂ ୧୬ ତାରିଖ ଷ୍ଟ୍ରାଇକରେ ଯେପରି କିଛି ଅସୁବିଧା ହେବନି ସେଥିପାଇଁ ଖାସ୍ ବନ୍ଦୋବସ୍ତ କରାଯାଇଛି। କାହିଁକିନା ଲଗାତର ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୩ ଦ୍ୱିତୀୟ ଶନିବାର ପଡୁଛି ତେଣୁ ବ୍ୟାଙ୍କ ଛୁଟି ଅଛି ଏବଂ ୧୪ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି ଅଛି। ଏହିଭଳି ବ୍ୟାଙ୍କ ଲଗାତର ୪ ଦିନ ବନ୍ଦ ରହିବ।
ଏହି ସମୂହ ବ୍ୟାଙ୍କ ହଡତାଳରେ ଅନେକ ବ୍ୟାଙ୍କ ସାମିଲ ହୋଇଛନ୍ତି। ଏଥିରେ ଆଇଇବିଇଏ, ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇବିଓସି, ଏନଓବିଓ ଏବଂ ଏଆଇଏନଓଏଫ ସାମିଲ ରହିଛି। ଏହି ସବୁ ବ୍ୟାଙ୍କ ଦୁଇ ସରକାରୀ ବ୍ୟାଙ୍କର ପ୍ରସ୍ତାବିତ ବିଲୟ ବିରୁଦ୍ଧରେ ହଡତାଲ ଘୋଷଣା କରାଯାଇଛି।