୨୦ ଡିସେମ୍ବର ମଧ୍ୟରେ ଶେଷ କରନ୍ତୁ ଜରୁରୀ କାମ, କାରଣ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଳୀ : ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ରହିଛି ତେବେ ତାହାକୁ ୨୦ ଡିସେମ୍ବର ମଧ୍ୟରେ ଶେଷ କରନ୍ତୁ। ଯଦି ଆପଣ ଏହି ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ଶେଷ କରୁନାହାନ୍ତି ତେବେ ଆପଣଙ୍କୁ ୨୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ୨୧ରୁ ୨୬ ଡିାସମ୍ବର ମଧ୍ୟରେ ୫ଦିନ ବନ୍ଦ ହେବାକୁ ଯାଉଛି ବ୍ୟାଙ୍କ।

bank 2

କେଉଁ କାରଣରୁ ବନ୍ଦ ହେବ ବ୍ୟାଙ୍କ୍

ସୂଚନା ଅନୁଯାୟୀ, ବ୍ୟାଙ୍କ କର୍ମଚାରୀ ସଂଗଠନ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ୨୧ ଡିସେମ୍ବରରେ ଅନଶନ କରିବାକୁ ଘୋଷଣା କରିଛି। ସେହିପରି ୨୨ ଡିସେମ୍ବରରେ ଚତୁର୍ଥ ଶନିବାର ଏବଂ ୨୩ରେ ରବିବାର ପଡ଼ୁଛି। ସେହିପରି ୨୪ ଡିସେମ୍ବର ଗୋଟିଏ ଦିନ ସମସ୍ଥ ବ୍ୟାଙ୍କସଂସ୍ଥା ଖୋଳିବା ସହ ୨୫ ତାରିଖରେ ପୁଣି ଖ୍ରୀଷ୍ଟମାସ ପାଇଁ ବନ୍ଦ ରହିବ। ଏହାପରେ ପୁଣି ୟୁନାଇଟେଡ଼ ଫୋରମର ଏକ ବଡ଼ ଅନଶନ ପାଇଁ ବ୍ୟାଙ୍କ ରହିବ।

bank 3

୫ ଦିନ ପାଇଁ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବା କାରଣରୁ ଅପଣଙ୍କୁ ଟଙ୍କା ନେଣଦେଣରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଏଣୁ ଏହା ପୂର୍ବରୁ ଜରୁରୀ ବ୍ୟାଙ୍କ କାମ ଶେଷ କରିବା ପାଇଁ ଆମେ ଉପଦେଶ ଦେବୁ।

You might also like