ମେ’ ମାସ ପାଇଁ ଆଗୁଆ ସାରିଦିଅନ୍ତୁ ବ୍ୟାଙ୍କ କାମ, ମାସରେ ୧୩ ଦିନ ଛୁଟି ରହିବ ବ୍ୟାଙ୍କ

ଯଦି ଆପଣଙ୍କର ମେ’ ମାସରେ ବ୍ୟାଙ୍କ କାମ ଅଛି, ତେବେ ଆଜିଠାରୁ ପ୍ଲାନିଂ କରିଦିଅନ୍ତୁ। ଆଗକୁ କୌଣସି ଅସୁବିଧା ନ ହେଉ ତେଣୁ ଆଜିଠାରୁ ପ୍ଲାନିଂ କରିବା ଜରୁରୀ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।

ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାହରେ ଭିନ୍ନ ଭିନ୍ନ ହୋଇପାରେ । ବ୍ୟାଙ୍କର ଛୁଟି ତାଲିକା ଆରବିଆଇ ତରଫରୁ ୪ଟି ଆଧାରରେ ଜାରି କରାଯାଇଥାଏ ।

ରାଷ୍ଟ୍ରୀୟ ଛୁଟି ବ୍ୟତୀତ ରାଜ୍ୟ ହିସାବରେ କିଛି ଛୁଟି ରହିଥାଏ । ତେବେ ଆରବିଆଇର ତାଲିକା ହିସାବରେ ମେ’ ମାସରେ ଅଲଗା ଅଲଗା ଜୋନ୍ରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ ।

ମେ’ ମାସର ଛୁଟି ତାଲିକା:

୧ ମେ’ : ଶ୍ରମ ଦିବସ / ମହାରାଷ୍ଟ୍ର ଦିବସ । ସାରା ଦେଶରେ ବ୍ୟାଙ୍କ ବନ୍ଦ

୨ ମେ’ : ମହର୍ଷି ପର୍ଶୁରାମ ଜୟନ୍ତୀ । ଅନେକ ରାଜ୍ୟରେ ଛୁଟି

୩ ମେ’ : ଇଦ୍-ଉଲ୍-ଫିତର, ବସଓ୍ଵା ଜୟନ୍ତୀ (କର୍ଣ୍ଣାଟକ)

୪ ମେ’ : ଇଦ୍-ଉଲ୍-ଫିତର (ତେଲେଙ୍ଗାନା)

୮ ମେ’ : ରବିବାର

୯ ମେ’ : ଗୁରୁ ରବୀନ୍ଦ୍ରନାଥ ଜୟନ୍ତୀ (ପଶ୍ଚିମବଙ୍ଗ ଏବଂ ତ୍ରିପୁରା)

୧୪ ମେ’ : ଦ୍ୱିତୀୟ ଶନିବାର ବ୍ୟାଙ୍କ ଛୁଟି

୧୫ ମେ’ : ରବିବାର

୧୬ ମେ’ : ବୁଧ ପୂର୍ଣ୍ଣିମା

୨୨ ମେ’ : ରବିବାର

୨୪ ମେ’ : କାଜୀ ନଜାରୁଲ ଇସମାଲ ଜନ୍ମଦିନ (ସିକ୍କିମ)

୨୮ ମେ’ : ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି

୨୯ ମେ’ : ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.