ନଭେମ୍ବରରେ ୮ ଦିନ ନୁହେଁ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଜରୁରୀ କାମ

ଯଦି ଆପଣଙ୍କ ବ୍ୟାଙ୍କରେ ଜରୁରୀ କାମ ରହିଛି, ତେବେ ଏହି ମାସରେ ମଧ୍ୟ ଜଲଦି ସାରିଦିଅନ୍ତୁ। ଗତ ଅକ୍ଟୋବର ମାସରେ ପାର୍ବଣ ଉତ୍ସବ ହେତୁ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିଥିଲା। ଠିକ୍‌ ସେହିପରି ନଭେମ୍ବର ମାସରେ ମଧ୍ୟ ବ୍ୟାଙ୍କ ୧୩ ଦିନ ବନ୍ଦ ରହିବ। ସେଥିପାଇଁ ବ୍ୟାଙ୍କରେ ଯଦି ଆପଣର ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ଜଲଦି ସାରିବାକୁ ଚେଷ୍ଟା କରନ୍ତୁ।

ଏହି ମାସରେ ବ୍ୟାଙ୍କ ୧୩ ଦିନ ବନ୍ଦ ରହିବ। ଏଥିମଧ୍ୟରେ ୪ଟି ରବିବାର ଏବଂ ୨ ଟି ଶନିବାର ରହିଥିବା ବେଳେ ବାକି ଅଲଗା ଅଲଗା ରାଜ୍ୟମାନଙ୍କରେ ଥିବା ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ଛୁଟି ହୋଇପାରେ। ଯେଉଁଥିରେ ଛଟ୍‌ ପୂଜା, ଗୁରୁ ନାନକ ଜୟନ୍ତୀ ଏବଂ କନ୍ନଡ ରାଜ୍ୟଉତ୍ସବ ପ୍ରମୁଖ ରହିଛି। ଖାସ୍‌ ଏଥିପାଇଁ ବ୍ୟାଙ୍କରୁ ପେନସନ ନେଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

canara

ନଭେମ୍ବର ୧ ହରିଆଣାରେ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ନଭେମ୍ବର ୨ରେ ବିହାର, ଝାରଖଣ୍ଡ, ଉତ୍ତରପ୍ରଦେଶ, ଆସାମ, ଦିଲ୍ଲୀ ସମେତ ରାଜ୍ୟ ଛଟ୍‌ ପୂଜା ଯୋଗୁଁ ବ୍ୟାଙ୍କ ରହିଥିଲା। ନଭେମ୍ବର ୮ ତାରିଖରେ ସିଲଂରେ ବାଙ୍ଗଲା ଫେଷ୍ଟିଭାଲ ଯୋଗୁ ସ୍ଥାନୀୟ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ଵର ୯ ତାରିଖ ଦ୍ୱିତୀୟ ଶନିବାର ପଡ଼ୁଛି, ଏଣୁ ବ୍ୟାଙ୍କ ଛୁଟି ରହିବ ବୋଲି ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ ; ଏବେ ବଦଳିବ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ସମୟ, ପ୍ରସ୍ତୁତ ହୋଇ ସାରିଛି ନୂଆ ଟାଇମ୍‌ ଟେବୁଲ

ସେହିପରି ନଭେମ୍ବର ୧୨ରେ ଗୁରୁ ନାନକ ଜୟନ୍ତୀ ପଡ଼ୁଥିବା ବେଳେ ୧୫ ତାରିଖରେ ବାଙ୍ଗାଲୋର, ଜମ୍ମୁ-କଶ୍ମୀର ଓ ଶ୍ରୀନଗରରେ କନକଦାସ ଜୟନ୍ତୀ ଏବଂ ଇଦ୍-ଉଲ୍-ମିଲାଦ୍-ଉଲ୍-ନବୀ ପାଳନ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ୧୯ ତାରିଖରେ ଲହାବବ ଦୁଚେନ ହେବା ଯୋଗୁଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ନଭେମ୍ବର ୨୩ ତାରିଖରେ ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ଛୁଟି ରହିବ। ଏହିଭଳି ଭାବେ ସାରା ଦେଶରେ ୧୩ ଦିନ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ଅଧିକ ସୂଚନା ପାଇଁ ଆପଣ ଆରବିଆଇର ଅଫିସିଆଲ ୱେବ୍ସାଇଟ୍ ଚେକ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.