ଜୁଲାଇରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣିନିଅନ୍ତୁ ଛୁଟି ତାଲିକା

ଜୁନ୍‌ ମାସ ଆଉ ୨ ଦିନ ପରେ ଶେଷ ହୋଇଯିବ । ଜୁଲାଇ ଆରମ୍ଭ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ଶନିବାର ଓ ରବିବାର ଛୁଟି ବ୍ୟତୀତ ଅନେକ ରାଜ୍ୟର ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ଯଦି ଆପଣଙ୍କ ବ୍ୟାଙ୍କରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ଆପଣ ତୁରନ୍ତ ସାରିଦିଅନ୍ତୁ । ବ୍ୟାଙ୍କ ଯିବା ପୂର୍ବରୁ ଜୁଲାଇରେ ଛୁଟି କ’ଣ ରହିଛି, ତାହା ଜାଣିରଖିବା ଜରୁରୀ ।

ଜୁଲାଇରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏହି ସମୟରେ ନେଟ ବ୍ୟାଙ୍କିଂ ଚାଲୁ ରହିବ । ଅନଲାଇନ ବ୍ୟାଙ୍କିଂ ଏବଂ ମୋବାଇଲ ବ୍ୟାଙ୍କିଂ ଚାଲୁ ରହିଛି ।

ତେବେ ଜାଣିରଖନ୍ତୁ କ’ଣ ରହିଛି ଛୁଟି ତାଲିକା :

ଜୁଲାଇ ୩ : ଶିଲଂରେ ବ୍ୟାଙ୍କ ବନ୍ଦ
ଜୁଲାଇ ୬ : ଆଇଜୋଲରେ ବ୍ୟାଙ୍କ ବନ୍ଦ
ଜୁଲାଇ ୭ : ରବିବାର
ଜୁଲାଇ ୮ : ଇମ୍ଫାଲରେ ବ୍ୟାଙ୍କ ବନ୍ଦ
ଜୁଲାଇ ୯ : ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ
ଜୁଲାଇ ୧୩ : ଦ୍ୱିତୀୟ ଶନିବାର
ଜୁଲାଇ ୧୪ : ରବିବାର
ଜୁଲାଇ ୧୬ : ଡେରାଡୁନରେ ବ୍ୟାଙ୍କ ବନ୍ଦ
ଜୁଲାଇ ୧୭ : ଅହମଦାବାଦ, ଭୁବନେଶ୍ୱର, ଚଣ୍ଡୀଗଡ, ଗ୍ୟାଙ୍ଗଟକ, ଗୌହ୍ଵାଟୀ, ଇମ୍ଫାଲ, ଇଟାନଗର, କୋଚି, କୋହିମା, ପାଣାଜୀ ଏବଂ ତ୍ରିଭେନ୍ଦମରେ ବ୍ୟାଙ୍କ ବନ୍ଦ ।
ଜୁଲାଇ ୨୧ : ରବିବାର
ଜୁଲାଇ ୨୭ : ଚତୁର୍ଥ ଶନିବାର
ଜୁଲାଇ ୨୮ : ରବିବାର