ନୂଆଦିଲ୍ଲୀ : ବିଗତ ୧୦ ବର୍ଷ ମଧ୍ୟରେ ଦୁନିଆରେ ଏପରି ଏନେକ ଜିନିଷ ପରିବର୍ତ୍ତନ ହୋଇଛି ଯାହା ସାଧାରଣତଃ ବିଶ୍ବାସଯୋଗ୍ୟ ନୁହଁ। ଦୈନିକ ଖର୍ଚ୍ଚରୁ ଆରମ୍ଭ କରି ଶିକ୍ଷା ସବୁ ଦିନକୁ ଦିନ ହୋଇଚାଲିଛି ମହଙ୍ଗା। ଗତ କିଛି ବର୍ଷ ମଧ୍ୟରେ ଶିକ୍ଷାର ଚାହିଦା ବଢ଼ିବା ସହ ବଢ଼ିଛି ଏନେଇ ଖର୍ଚ୍ଚ। ଏହି ମହଙ୍ଗା ଦୁନିଆରେ ପିତାମାତା ସନ୍ତାନଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ପାଇଁ ବ୍ୟାଙ୍କରୁ ଶିକ୍ଷା ବା ଏଜୁକେସନ ଲୋନ ନେଇଥାନ୍ତି। ଏହା ପାଇଁ ବିଭିନ୍ନ ବ୍ୟାଙ୍କ ସାଧାରଣ ଶିକ୍ଷା ଲୋନ ସହ ବିଦେଶରେ ପାଠପଢ଼ା ପାଇଁ ଲୋନ ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ଏନେଇ ଆପଣ ୧୦ – ୨୦ ଲକ୍ଷ ପର୍ୟ୍ୟନ୍ତ ଏଜୁକେସନ ଲୋନ ବା ଶିକ୍ଷା ଲୋନ ବ୍ୟାଙ୍କରୁ ନେଇପାରିବେ। ତେବେ ଏଥିପାଇଁ ଆପଣଙ୍କୁ କିଛି ନିର୍ଦ୍ଦିଷ୍ଟ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ଏଜୁକେସନାଲ ବା ଶିକ୍ଷା ଲୋନ ପାଇଁ ପିଲାଙ୍କ ବୟସ ୧୬-୩୫ ବର୍ଷ ମଧ୍ୟରେ ହୋଇଥିବ। ଅଧିକାଂଶ ବ୍ୟାଙ୍କ ବର୍ଷକର ଏମସିଏଲଆରର ଉପଯୋଗ କରିଥାନ୍ତି। ଯେଉଁଥିରେ ଶିକ୍ଷା ଲୋନରେ ସୁଧ ୮% ରୁ ୧୫% ପର୍ୟ୍ୟନ୍ତ ରହିବ।
ମୋରିଟେରିୟମ୍ ପରିୟଡ଼ ହେଉଛି ଉଧାରକର୍ତ୍ତାଙ୍କୁ ଦିଆଯାଇଥିବା ସମୟକୁ କୁହାଯାଇଥାଏ। ଏହି ଅବଧି ମଧ୍ୟରେ ଉଧାରକର୍ତ୍ତାଙ୍କୁ ଉଦ୍ଧାର ସୁଝିବା ପାଇଁ ସମୟ ମିଳିଥାଏ। ଶିକ୍ଷାଲୋନ ମାମଲାରେ ଶିକ୍ଷା ପୁରା ହେବାର ୬ ରୁ ୧ବର୍ଷ ମଧ୍ୟରେ ଛୁଟ୍ ମିଳିଥାଏ। ଯାହାଫଳରେ ଶିକ୍ଷା ପରେ ଉଧାରକର୍ତ୍ତା ଭଲ ଚାକିରି ଖୋଜ ପାଇବେ।
ଆୟକର ବିଭାଗ ଧାରା ୮୦ଇ ଅନୁଯାୟୀ, ଶିକ୍ଷା ଲୋନ ଫେରସ୍ତ ଦେବା ସମୟରେ ସମସ୍ତ ସୁଧ ଆୟକର ବିଭାଗ ଦ୍ବାରା କଟାଯାଇଥାଏ। ତେବେ ଏହାର ମୂଲ୍ୟ ଫେରସ୍ତ ପାଇଁ ଆପଣଙ୍କୁ ୮ ବର୍ଷ ପର୍ୟ୍ୟନ୍ତ ସମୟ ମିଳିଥାଏ।