୧ ଜାନୁଆରୀରୁ ବଦଳିଯିବ ଏହିସବୁ ନିୟମ, ବ୍ୟାଙ୍କ ଲକରରେ କିଛି କ୍ଷତି ଘଟିଲେ ଦାୟୀ ରହିବ ସେହି ବ୍ୟାଙ୍କ, ଆପଣ ବି ଜାଣିନିଅନ୍ତୁ

ଆସୁଛି ନୂଆବର୍ଷ, ବଦଳିଯିବ ନିୟମ। କଣ ଆପଣ ଏଯାଏଁ ଏହା ସମ୍ପର୍କରେ ଜାଣିଲେଣି କି? ଆସନ୍ତା ନୂଆବର୍ଷ ୨୦୨୩ ଜାନୁଆରୀ ୧ରୁ ବଦଳିଯିବ ଏହିସବୁକ୍ଷେତ୍ରରେ ଲାଗୁହୋଇଥିବା ନିୟମ। ବିଶେଷ କରି ଏହାର ପ୍ରଭାବ ବ୍ୟାଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ପଡ଼ିବ। ଯେହେତୁ ପ୍ରତ୍ୟେକ ଲୋକ ବ୍ୟାଙ୍କ ସହିତ ଜଡ଼ିତ ତେଣୁ ଏହାର ପ୍ରଭାବ ମଧ୍ୟ ପ୍ରତ୍ୟେକ ଲୋକଙ୍କ ଉପରେ ପଡ଼ିବ। ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଜାଣିନିଅନ୍ତୁ।

ଆରବିଆଇର ସଂଶୋଧିତ ଅଧିସୂଚନା ଅନୁଯାୟୀ ବ୍ୟାଙ୍କ ଲକର ମାମଲାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହାପରେ କେହି ବି ନିଜ ଅନୁସାରେ କିଛି ନିଷ୍ପତ୍ତି ନେଇପାରେ ନାହିଁ। ଏମିତିରେ ଯଦି କୌଣସି ଗ୍ରାହକଙ୍କୁ କ୍ଷତି ପହଁଞ୍ଚେ ତେବେ ବ୍ୟାଙ୍କ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ।

ବର୍ଷ ୨୦୨୨ ଶେଷ ହେବାକୁ ଯାଉଛି ଆଉ ନୂଆବର୍ଷର ଅପେକ୍ଷା ସମସ୍ତଙ୍କର ରହିଛି। ଏମିତିରେ ଯଦି ଆପଣଙ୍କର ବ୍ୟାଙ୍କରେ ଲକର ଅଛି କିମ୍ବା ଆପଣ ଲକର ନେବା ପାଇଁ ପ୍ଳାନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ବଡ଼ କାମରେ ଆସିବ। ପ୍ରକୃତରେ ବ୍ୟାଙ୍କ ଲକର ନିୟମରେ ଏକ ବହୁତ ବଡ଼ ପରିବର୍ତ୍ତନ କରାଯାଉଛି। ଏହାକୁ ନେଇ ବଦଳୁଥିବା ନିୟମ ସମ୍ପର୍କରେ ଜାଣିବା ଆପଣଙ୍କର ନିହାତି ଆବଶ୍ୟକ। ନୂଆ ନିୟମ ଲାଗୁ ହେବା ପରେ ବ୍ୟାଙ୍କ ମଧ୍ୟ ମନମାନୀ କରିପାରିବ ନାହିଁ। ବ୍ୟାଙ୍କର ମନଇଚ୍ଛା କାମ କରିବା ଉପରେ ଲଗାମ ଲାଗିବ। ଏମିତିରେ କଷ୍ଟମର୍ସ ଙ୍କର କିଛି ବି କ୍ଷତି ହେଲେ ବ୍ୟାଙ୍କ ଦାୟୀ ରହିବ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମେତ ଦେଶର ଅନ୍ୟ ବ୍ୟାଙ୍କ ନିଜ କଷ୍ଟମର୍ସଙ୍କୁ ଏହି ପରିବର୍ତ୍ତନରେ ସୂଚନା ମଧ୍ୟ ଦେଉଛନ୍ତି। ବ୍ୟାଙ୍କ ନିଜ ରେଜିଷ୍ଟ୍ରଡ ମୋବାଇଲ ନମ୍ବରରେ ମେସେଜ ପଠାଇ ନିୟମ ସମ୍ପର୍କରେ ସୂଚନା ଦେଉଛି। ଏହାମଧ୍ୟରୁ ୧ ଜାନୁଆରୀ ୨୦୨୩ରୁ ଥିବା ଲକର ଗ୍ରାହକଙ୍କ ସମେତ ଲକର ଏଗ୍ରିମେଣ୍ଟ ରିନ୍ୟୁ କରାଯିବ। ଏମିତିରେ ବ୍ୟାଙ୍କ ଲକର ଗ୍ରାହକଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ସେମାନେ ନୂଆ ଏଗ୍ରିମେଣ୍ଟରେ ସାଇନ କରିଛନ୍ତି । ତେବେ ଏସବୁ ଆରବିଆଇ ଦ୍ୱାରା ପରିଚାଳିତ ହେଉଛି।

୧ ଜାନୁଆରୀରୁ ବ୍ୟାଙ୍କକୁ ଖାଲି ଲକର ଲିଷ୍ଟ ଓ େଓ୍ଵଟିଂ ଲିଷ୍ଟ ଦେଖାଇବା ଜରୁରୀ ହେବ। ଏହାବ୍ୟତିତ ବ୍ୟାଙ୍କ ପାଖରୁ ଲକର ପାଇଁ କଷ୍ଟମର୍ସ ଙ୍କ ଠୁ ଗୋଟିଏ ଥରରେ ଅଧିକ ରୁ ଅଧିକ ଭାବେ ୩ ବର୍ଷ ର ଭଡ଼ା ନିଆଯିବ। ଏମିତିରେ କିଛି କ୍ଷତି ହେଲେ ତେବେ ବ୍ୟାଙ୍କର ଦାୟିତ୍ୱ ରହିବ ତାର ଭରପାଇ କରିବ।

ଆରବିଆଇ ରୁଲ୍ସ ମୁତାବିକ ଯଦି ଲକରରେ ଥିବା କିଛି ବି ଜିନିଷର କ୍ଷତି ହୁଏ ତେବେ ବ୍ୟାଙ୍କ ତାର ଭୁଗତାନ କରିବ। ତେଣୁ ବ୍ୟାଙ୍କ ଲକରର ପୁରା ସୁରକ୍ଷିତ ଦାୟିତ୍ୱ ନେବ । ତେବେ କିଛି ବି ପ୍ରାକୃତିକ କାରଣ ବଶତଃ କ୍ଷୟକ୍ଷତି ହେଲେ ଏଥିପାଇଁ ବ୍ୟାଙ୍କ ଦାୟୀ ରହିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.