ତୁରନ୍ତ ସାରିଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ ୧୫ ଦିନ ବ୍ୟାଙ୍କ ଛୁଟି
ପ୍ରତିମାସରେ କିଛିଦିନ ବ୍ୟାଙ୍କ ପର୍ବପର୍ବାଣୀ ହେଉ ଅବା ଶନିବାର, ରବିବାର ବନ୍ଦ ରହିଥାଏ । ରିଜର୍ଭ ବ୍ୟାଙ୍କ ଏଥିପାଇଁ ପ୍ରତି ମାସରେ ଛୁଟି ତାଲିକା ଘୋଷଣା କରିଥାଏ । ଅକ୍ଟୋବରରେ ବ୍ୟାଙ୍କ କାମ ରଖିଥିଲେ, ତୁରନ୍ତ ସାରିଦିଅନ୍ତୁ । ଅକ୍ଟୋବରରେ ଦଶହରା ପଡୁଥିବାରୁ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଅକ୍ଟୋବରରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରୁ ୪ ଟି ରବିବାର ଛୁଟି ରହିଥିବା ବେଳେ ଅନ୍ୟ ପର୍ବପର୍ବାଣୀ ଛୁଟି ରହିଛି । ବିଭିନ୍ନ ରାଜ୍ୟରେ ବିଭିନ୍ନ ପର୍ବପର୍ବାଣୀ ନେଇ ଭିନ୍ନ ଭିନ୍ନ ଛୁଟି ରହିଛି ।
ବ୍ୟାଙ୍କ ଛୁଟି ତାଲିକା :
୧ ଅକ୍ଟୋବର : ଜମ୍ମୁରେ ବିଧାନସଭା ନିର୍ବାଚନ ପାଇଁ ଛୁଟି
୨ ଅକ୍ଟୋବର: ଗାନ୍ଧି ଜୟନ୍ତୀ
୩ ଅକ୍ଟୋବର : ମହାରାଜା ଅଗ୍ରସେନ ଜୟନ୍ତୀ
୬ ଅକ୍ଟୋବର : ରବିବାର
୧୦ ଅକ୍ଟୋବର : ମହାସପ୍ତମୀ
୧୧ ଅକ୍ଟୋବର : ମହାନବମୀ
୧୨ ଅକ୍ଟୋବର: ଦଶହରା ଏବଂ ଦ୍ୱିତୀୟ ଶନିବାର
୧୩ ଅକ୍ଟୋବର : ରବିବାର
୧୪ ଅକ୍ଟୋବର : ଦୁର୍ଗାପୂଜା ଗ୍ୟାଙ୍ଗଟକ
୧୬ ଅକ୍ଟୋବର: ଲକ୍ଷ୍ମୀ ପୂଜା
୧୭ ଅକ୍ଟୋବର: ବାଲ୍ମିକୀ ଜୟନ୍ତୀ
୨୦ ଅକ୍ଟୋବର: ରବିବାର
୨୬ ଅକ୍ଟୋବର: ଚତୁର୍ଥ ଶନିବାର
୨୭ ଅକ୍ଟୋବର: ରବିବାର
୩୧ ଅକ୍ଟୋବର : ଦୀପାବଳି
ତେବେ ଏହିସବୁ ଦିନ ବ୍ୟାଙ୍କ ଛୁଟି ସତେ୍ତ୍ୱ ଅନଲାଇନ ଏବଂ ମୋବାଇଲ ଆପ୍ ଜରିଆରେ ବ୍ୟାଙ୍କ ସେବା ଲାଭ ଉଠାଇପାରିବେ । ବିନା କୌଣସି ସମସ୍ୟାରେ ଟଙ୍କା ଦେଣନେଣ କରିପାରିବେ । ଏଟିଏମ ସେବାର ଲାଭ ଉଠାଇପାରିବେ ।