ଅକ୍ଟୋବର ମାସରେ ମୋଟ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ! ବ୍ରାଞ୍ଚ ଯିବା ଆଗରୁ ଜାଣି ନିଅନ୍ତୁ ପୂରା ତାଲିକା

ଆଉ କିଛି ଦିନ ପରେ ଅକ୍ଟୋବର ମାସ ଆରମ୍ଭ ହୋଇଯିବ। ଯଦି ଆପଣ ଅକ୍ଟୋବର ମାସରେ ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅକ୍ଟୋବର ମାସର ଛୁଟି ତାଲିକା ଜାରି କରି ଦେଇଛି। ଏହି ତାଲିକା ଅନୁସାରେ, ଅକ୍ଟୋବରରେ ମୋଟ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ।

ଆରବିଆଇ ୩ କାଟେଗୋରୀରେ ଛୁଟି ବିଭକ୍ତ କରିଛି

ସୂଚନାଥାଉ କି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କ ଛୁଟିଦିନ ତାଲିକାକୁ ୩ ଶ୍ରେଣୀରେ ବିଭକ୍ତ କରିଛି। ଏଥିରେ Negotiable Instruments Act, Real Time Gross Settlement Holiday ଏବଂ Banks Closing of Accounts ସାମିଲ ରହିଛି। ଅର୍ଥାତ୍‌ ଜାତୀୟ ଛୁଟି ବ୍ୟତୀତ କେତେକ ରାଜ୍ୟ ବିଶିଷ୍ଟ ଛୁଟିଦିନ ରହିଛି। ଏଥିରେ ସମସ୍ତ ରବିବାର ସହ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବି ସାମିଲ ଅଛି। ଆସନ୍ତୁ ଜାଣିବା, ଅକ୍ଟୋବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି।

ଅକ୍ଟୋବରରେ ବ୍ୟାଙ୍କ ଛୁଟିଦିନ

୧ ଅକ୍ଟୋବର: ବ୍ୟାଙ୍କର ଅର୍ଦ୍ଧବାର୍ଷିକ କ୍ଲୋଜିଙ୍ଗ୍‌ (ପୂରା ଦେଶରେ)

୨ ଅକ୍ଟୋବର: ରବିବାର ଏବଂ ଗାନ୍ଧୀ ଜୟନ୍ତୀ ଛୁଟି (ପୂରା ଦେଶରେ)

୩ ଅକ୍ଟୋବର: ମହାଷ୍ଟମୀ (ଦୁର୍ଗା ପୂଜା) (ଅଗରତାଲା, ଭୁବନେଶ୍ୱର, ଗୌହାଟୀ, ଇମ୍ଫାଲ, କୋଲକାତା, ପାଟନା, ରାଞ୍ଚିରେ ଛୁଟି ରହିବ)

୪ ଅକ୍ଟୋବର: ମହାନବମୀ ଏବଂ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମୋତ୍ସବ (ଅଗରତାଲା, ବେଙ୍ଗାଲୁରୁ, ଭୁବନେଶ୍ୱର, ଗୌହାଟୀ, କୋଲକାତା, ଚେନ୍ନାଇ, ଗ୍ୟାଙ୍ଗଟକ, କାନପୁର, କୋଚ୍ଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲଙ୍ଗ, ଥିରୁବନନ୍ତପୁରମ୍‌ରେ ଅବକାଶ ରହିବ)

୫ ଅକ୍ଟୋବର: ଦୁର୍ଗା ପୂଜା/ଦଶହରା (ବିଜୟ ଦଶମୀ) (ସମଗ୍ର ଦେଶରେ ଛୁଟି)

୬ ଅକ୍ଟୋବର: ଦୁର୍ଗା ପୂଜା (ଦସାଇ) (ଗ୍ୟାଙ୍ଗ୍‌ଟକରେ ଅବକାଶ ରହିବ)

୭ ଅକ୍ଟୋବର: ଦୁର୍ଗା ପୂଜା (ଦସାଇ) (ଗ୍ୟାଙ୍ଗ୍‌ଟକରେ ଛୁଟି)

୮ ଅକ୍ଟୋବର: ଦ୍ୱିତୀୟ ଶନିବାର ଛୁଟିଦିନ ଏବଂ ମିଲାଦ-ଏ-ସରିଫ/ ଇଦ୍-ଏ-ମିଲାଦ-ଉଲ-ନବି (ମହମ୍ମଦଙ୍କ ଜନ୍ମଦିନ) (ଭୋପାଳ, ଜମ୍ମୁ, କୋଚ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମରେ ଅବକାଶ ରହିବ)

୯ ଅକ୍ଟୋବର: ରବିବାର

୧୩ ଅକ୍ଟୋବର: କରଓ୍ଵା ଚୌଥ୍‌ (ଶିମ୍‌ଲା)

୧୪ ଅକ୍ଟୋବର: ଇଦ୍-ଏ-ମିଲାଦ-ଉଲ-ନବି (ଜମ୍ମୁ, ଶ୍ରୀନଗରରେ ଛୁଟି ରହିବ)

୧୬ ଅକ୍ଟୋବର: ରବିବାର

୧୮ ଅକ୍ଟୋବର: କଟି ବିହୁ (ଗୌହାଟୀରେ ଛୁଟି)

୨୨ ଅକ୍ଟୋବର: ଚତୁର୍ଥ ଶନିବାର

୨୩ ଅକ୍ଟୋବର: ରବିବାର

୨୪ ଅକ୍ଟୋବର: କାଳୀ ପୂଜା, ଦୀପାବଳି, ନରକ ଚତୁର୍ଦ୍ଦଶୀ (ଗ୍ୟାଙ୍ଗ୍‌ଟକ, ହାଇଦ୍ରାବାଦ ଏବଂ ଇମ୍ଫାଲକୁ ଛାଡ଼ି ପୂରା ଦେଶରେ ଛୁଟି)

୨୫ ଅକ୍ଟୋବର: ଲକ୍ଷ୍ମୀ ପୂଜା, ଦୀପାବଳି, ଗୋବର୍ଦ୍ଧନ ପୂଜା (ଗ୍ୟାଙ୍ଗ୍‌ଟକ, ହାଇଦ୍ରାବାଦ, ଇମ୍ଫାଲ ଓ ଜୟପୁରରେ ଛୁଟି)

୨୬ ଅକ୍ଟୋବର: ଗୋବର୍ଦ୍ଧନ ପୂଜା, ବିକ୍ରମ ସମ୍ୱତ ନବବର୍ଷ ଦିବସ, ଭାଇ ଦୂଜ, ଦୀପାବଳି (ବାଲି ପ୍ରତିପଦା), ଲକ୍ଷ୍ମୀ ପୂଜା, ପ୍ରବେଶ ଦିବସ (ଅହମ୍ମଦାବାଦ, ବେଙ୍ଗାଲୁରୁ, ଡେରାଡୁନ୍, ଗ୍ୟାଙ୍ଗ୍‌ଟକ, ଜମ୍ମୁ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ଶିମଲା, ଶ୍ରୀନଗରରେ ଛୁଟି ରହିବ)

୨୭ ଅକ୍ଟୋବର: ଭାଇ ଦୂଜ, ଚିତ୍ରଗୁପ୍ତ ଜୟନ୍ତୀ, ଲକ୍ଷ୍ମୀ ପୂଜା, ଦୀପାବଳି, ନିଙ୍ଗୋଲ ଚକ୍କୁବା (ଗ୍ୟାଙ୍ଗଟକ, ଇମ୍ଫାଲ, କାନପୁର, ଲକ୍ଷ୍ନୌରେ ଛୁଟି)

୩୦ ଅକ୍ଟୋବର: ରବିବାର

୩୧ ଅକ୍ଟୋବର: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ, ସୂର୍ଯ୍ୟ ଷଷ୍ଠୀ ଡାଲା ଛଠ୍‌ (ସକାଳ ଅର୍ଘ୍ୟ), ଛୁଠ୍‌ ପୂଜା (ଅହମ୍ମଦାବାଦ, ରାଞ୍ଚି ଏବଂ ପାଟନାରେ ଛୁଟି)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.