କାଲିଠାରୁ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ; ୧୭ ତାରିଖରେ କରି ପାରିବେ ଜରୁରୀ କାମ

ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କାମ ପାଇଁ ବ୍ୟାଙ୍କ ଶାଖା ଯିବାର ଅଛି, ତ ଆପଣଙ୍କ ପାଇଁ ଜରୁରୀ ଖବର। କାଲିଠାରୁ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ରହିଛି। ଏମିତିରେ ଆପଣଙ୍କ ବ୍ୟାଙ୍କ ଯିବା ବ୍ୟର୍ଥ ହୋଇପାରେ। ତେଣୁ ଯିବା ପୂର୍ବରୁ ଜାଣି ନିଅନ୍ତୁ କ’ଣ ପାଇଁ ବ୍ୟାଙ୍କ ବନ୍ଦ ରହୁଛି। ମେ’ ମାସରେ ବ୍ୟାଙ୍କଗୁଡ଼ିକୁ ମୋଟ ୧୧ଟି ଛୁଟି ମିଳିଛି। ଆସନ୍ତୁ ଜାଣିବା କାଲିଠାରୁ ୩ ଦିନ କ’ଣ ପଡ଼ୁଛି।

୩ ଦିନ ବ୍ୟାଙ୍କ ରହିବ ବନ୍ଦ: ସୂଚନାଥାଉ କି, ଆର୍‌ବିଆଇ ମେ’ ମାସର ଛୁଟି ତାଲିକା ଜାରି କରି ଦେଇଛି। ଯାହା ଅନୁସାରେ, ଦେଶର କେତେକ ରାଜ୍ୟରେ ୧୬ ମେ’ରେ ବୁଦ୍ଧ ପୂର୍ଣ୍ଣିମା ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଏଥି ପୂର୍ବରୁ ମେ’ ୧୫ ରବିବାର ଛୁଟିଦିନ ପଡ଼ୁଛି ଏବଂ ଆସନ୍ତାକାଲି ଅର୍ଥାତ୍‌ ମେ’ ୧୪ରେ ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଏ ସବୁକୁ ମିଶାଇ କାଲି ଠାରୁ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏମିତିରେ ଯଦି ଆପଣଙ୍କୁ ବ୍ୟାଙ୍କ ସହ ଜଡ଼ିତ କୌଣସି କାମ କରିବାର ଅଛି, ତା’ ହେଲେ ୧୭ ମେ’ ମଙ୍ଗଳବାର ଦିନ ବ୍ୟାଙ୍କ ଯାଇ ପାରିବେ।

Leave A Reply

Your email address will not be published.