ବ୍ୟବସାୟ ଓ ଅର୍ଥନୀତି

ଜୁନ୍‌ ଶେଷ ସପ୍ତାହରେ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ! ଏବେଠୁ ସାରି ଦିଅନ୍ତୁ ଜରୁରୀ କାମ…

ଯଦି ଆପଣ ଜୁନ୍‌ ଶେଷ ସପ୍ତାହରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ସାରିବାକୁ ଯୋଜନା କରୁଛନ୍ତି, ତ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। କାହିଁକି ନା, ଜୁନ୍ ମାସର ଶେଷ ସପ୍ତାହରେ ବ୍ୟାଙ୍କଗୁଡିକ ଲଗାତାର ତିନି ଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଯଦି ଆପଣ ଏବେଠାରୁ ଯୋଜନା କରୁ ନାହାନ୍ତି, ତା’ ହେଲେ ଆପଣଙ୍କୁ ସମସ୍ୟା ହୋଇପାରେ। ସୂଚନା ମୁତାବକ, ପବ୍ଲିକ ସେକ୍ଟର ବ୍ୟାଙ୍କର କର୍ମଚାରୀମାନେ ଆସନ୍ତା ଜୁନ୍‌ ୨୭ ତାରିଖ ସୋମବାର ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି।

ଜୁନ୍‌ ୨୭ରେ ଧର୍ମଘଟ କରିବେ ବ୍ୟାଙ୍କ କର୍ମଚାରୀ!

ବ୍ୟାଙ୍କ କର୍ମଚାରୀ ସଂଗଠନ ତରଫରୁ ସୂଚନା ଜାରି କରି କୁହାଯାଇଛି ଯେ ସେମାନଙ୍କ ମୁଖ୍ୟ ଦାବି ଭିତରେ ସପ୍ତାହରେ ୫ କାର୍ଯ୍ୟଦିବସ ଏବଂ ପେନ୍‌ସନ ସମ୍ବନ୍ଧୀୟ ପ୍ରସଙ୍ଗ ସାମିଲ ରହିଛି। ଯଦି ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ଜୁନ୍ ୨୭ରେ ଧର୍ମଘଟ କରନ୍ତି, ତା’ ହେଲେ ଲଗାତାର ତିନି ଦିନ ବ୍ୟାଙ୍କର କୌଣସି କାର୍ଯ୍ୟ ହେବ ନାହିଁ। କାରଣ, ୨୫ ତାରିଖ ହେଉଛି ମାସର ଚତୁର୍ଥ ଶନିବାର ଏବଂ ୨୬ ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ତା’ ଛଡ଼ା ତୃତୀୟ ଦିନ ସୋମବାର ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି।

୯ଟି ବ୍ୟାଙ୍କ ୟୁନିୟନର ଧର୍ମଘଟ ନିଷ୍ପତ୍ତି

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (AIBOC), ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ଏବଂ ନ୍ୟାସନାଲ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ୱାର୍କର୍ସ (NOBW) ସମେତ ୯ଟି ବ୍ୟାଙ୍କ ୟୁନିଅନର ମିଳିତ ସଂସ୍ଥା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି। ଲଗାତାର ୩ ଦିନ ବ୍ୟାଙ୍କର କାର୍ଯ୍ୟ ପ୍ରଭାବିତ ହେବା ଦ୍ୱାରା ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ଧର୍ମଘଟରେ ସାମିଲ ହେବେ ସାରା ଦେଶର ୭ ଲକ୍ଷ କର୍ମଚାରୀ

AIBEA ମହାସଚିବ ସିଏଚ୍‌ ଭେଙ୍କଟଚଲମ୍‌ UFBUର ବୈଠକ ପରେ କହିଛନ୍ତି ଯେ ସେମାନଙ୍କ ଦାବିଗୁଡ଼ିକ ଭିତରେ ସମସ୍ତ ପେନ୍‌ସନଭୋଗୀଙ୍କ ପାଇଁ ପେନ୍‌ସନ ଯୋଜନାରେ ସଂଶୋଧନ, ରାଷ୍ଟ୍ରୀୟ ପେନ୍‌ସନ ଯୋଜନା (NPS) ରଦ୍ଦ ଏବଂ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ ଯୋଜନା ଆଦି ଅନ୍ତର୍ଭୁକ୍ତ ରହିଛି। AIBOCର ମହାସଚିବ ସୌମ୍ୟା ଦତ୍ତା କହିଛନ୍ତି, ସାରା ଦେଶରେ ପାଖାପାଖି ୭ ଲକ୍ଷ କର୍ମଚାରୀ ଧର୍ମଘଟରେ ସାମିଲ ହେବେ। ସେହି ଦୃଷ୍ଟିରୁ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଥାଏ, ତା’ ହେଲେ ତାହାକୁ ସମୟ ପୂର୍ବରୁ ହିଁ ସାରି ଦିଅନ୍ତୁ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago