ତିନି ଦିନରେ ସମସ୍ତ କାମ କରିଦିଅନ୍ତୁ ଶେଷ, ଆଗାମୀ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ୍
ବ୍ୟାଙ୍କ୍ ସହିତ ଜଡିତ କୌଣସି ବି କାମ ବାକି ରହିଯାଇଥିଲେ ଆଗାମୀ ତିନି ଦିନ ଭିତରେ ସମସ୍ତ କାମ ସାରି ଦିଅନ୍ତୁ। କାରଣ ଆସନ୍ତା ୨୬ ତାରିଖରୁ ଚାରି ଦିନ ପଯ୍ୟର୍ନ୍ତ ବ୍ୟାଙ୍କର କୌଣସି କାମ ହୋଇପାରିବନାହିଁ। ଏହି ୪ ଦିନ ମଧ୍ୟରେ ଦୁଇ ଦିନ ବ୍ୟାଙ୍କ୍ କର୍ମଚାରୀ ଏବଂ ଅଧୀକାରୀଙ୍କର ଷ୍ଟାଇକ୍ ରହିଛି।ସେହିପରି ଆଉ ଦୁଇ ଦିନ ଶନିବାର ଏବଂ ରବିବାର ଛୁଟି ପଡୁଛି। ସରକାରୀ ବ୍ୟାଙ୍କର ବିଲୟ ପ୍ରକ୍ରୀୟା ବିରୁଦ୍ଧରେ ବ୍ୟାଙ୍କିଂ କର୍ମଚାରୀ ହଡତାଳ କରିଛନ୍ତି। ଅଲ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନଫେଡେରେସନଙ୍କ କହିବାନୁଯାୟୀ ଆମେମାନେ ସରକାରଙ୍କ ବିଲୟ ପଦକ୍ଷେପକୁ ବିରୋଧ କରୁଛୁ।
ଏଥିପାଇଁ ୨୬ ତାରିଖ (ଗୁରୁବାର) ଏବଂ ୨୭ ତାରିଖ (ଶୁକ୍ରବାର) ଦିନ ଦେଶବ୍ୟାପି ଷ୍ଟ୍ରାଇକ୍ ରହୁଛି। ଏହି ଦୁଇ ଦିନରେ ସରକାରୀ ବ୍ୟାଙ୍କର କୌଣସି ବି କାମ ଏବଂ ସମସ୍ତ ପ୍ରକାରର ଗ୍ରାହକ ସେବା ବନ୍ଦ ରହିବ। ଆଉ ଦୁଇ ଦିନ ଅର୍ଥାତ ୨୮ ସେପ୍ଟମ୍ବର ମାସର ଶେଷ ଶନିବାର ହୋଇଥିବାରୁ ଏବଂ ୨୯ ସେପ୍ଟେମ୍ବର ରବିବାର ଥିବାରୁ ବ୍ୟାଙ୍କ୍ ବନ୍ଦ ରହିବ। କିନ୍ତୁ ୩୦ ତାରିଖ ଦିନ ବ୍ୟାଙ୍କ୍ ଅର୍ଦ୍ଧବାର୍ଷିକ ହୋଇଥିବା କାରଣରୁ ବ୍ୟାଙ୍କ୍ ଖୋଲିବ ହେଲେ ଗ୍ରାହକଙ୍କର କୌଣସି ସେବା କରାଯିବନାହିଁ।
ଲଗାତର ଚାରି ଦିନ ବ୍ୟାଙ୍କ୍ ବନ୍ଦ ରହିବା କାରଣରୁ ଏଟିଏମରୁ ଟଙ୍କା ଉଠାଇପାରେ ସମସ୍ୟା ହୋଇପାରେ। ଏଟିଏମରେ ଦୁଇ ଦିନ ପାଇଁ ରିଜର୍ଭ କ୍ୟାସ ରହିଥିଲେ ମଧ୍ୟ ଏହାପରେ ଟଙ୍କା ଉଠାଇବାରେ ସମସ୍ୟା ଆସିପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୩୦ ତାରିଖ ବ୍ୟାଙ୍କର ଅର୍ଦ୍ଧବାର୍ଷିକ ଛୁଟି ଏବଂ ୧ ତାରିଖ ଷ୍ଟାପ୍ ପ୍ରାୟତଃ ଛୁଟିରେ ରହିବେ ଏବଂ ୨ ତାରିଖ ଗାନ୍ଧି ଜୟନ୍ତୀ। ଏଥିପାଇଁ ପ୍ରାୟ ଗୋଟେ ସପ୍ତାହ ଯାଏଁ ବ୍ୟାଙ୍କ୍ ବନ୍ଦ ରହିବ। ଅକ୍ଟୋବର ୩ ତାରିଖରେ ବ୍ୟାଙ୍କ ଖୋଲାଯିବ।