ଫେବୃଆରୀରେ ଏହି ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଦେଖିନିଅନ୍ତୁ
୨୦୨୨ ବର୍ଷ ଆରମ୍ଭ ହୋଇଯାଇଛି। ଜାନୁଆରୀ ମାସ ଶେଷ ହେବାକୁ ଲାଗିଲାଣି। ଏହା ସହିତ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଲିଷ୍ଟ ଜାରି କରିଛି। ଫେବୃଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଫେବୃଆରୀ ମାସରେ ବସନ୍ତ ପଞ୍ଚମୀ, ଗୁରୁ ରବିଦାସ ଜୟନ୍ତୀ ସାର୍ବଜନୀନ ଛୁଟି ରହିଛି। କିନ୍ତୁ ଏହି ଛୁଟି ଦେଶର ସବୁସ୍ଥାନରେ ସମାନ ନୁହେଁ।
ଦେଶର ଅଲଗା ଅଲଗା ରାତ୍ୟରେ ବ୍ୟାଙ୍କରେ ଅଲଗା ଅଲଗା ଦିନରେ ଛୁଟି ପଡିଥାଏ। ସେଭଳି ଫେବୃଆରୀରେ କିଛି ଛୁଟି/ପର୍ବପର୍ବାଣୀ ପଡୁଛି। ତେଣୁ ଯଦି ଆପଣଙ୍କ ବ୍ୟାଙ୍କରେ ଜରୁରୀ କାମ ରଖିଥାନ୍ତି, ତେବେ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ଦେଖନ୍ତୁ ଲିଷ୍ଟ:
୨ ଫେବୃଆରୀ: ସୋନମ ଲୋଚର(ଗ୍ୟାଙ୍ଗଟକ୍ରେ ବ୍ୟାଙ୍କ ବନ୍ଦ)
୫ ଫେବୃଆରୀ: ସରସ୍ୱତୀ ପୂଜା/ ବସନ୍ତ ପଞ୍ଚମୀ( ଅଗରତାଲା, ଭୁବନେଶ୍ୱର, ଓଡିଶା, କଲିକତା)
୬ ଫେବୃଆରୀ: ରବିବାର
୧୨ ଫେବୃଆର: ଦ୍ୱିତୀୟ ଶନିବାର
୧୩ ଫେବୃଆରୀ: ରବିବାର
୧୫ ଫେବୃଆରୀ: ମହମ୍ମଦ ହଜରତ ଅଲ୍ଲୀ ଜନ୍ମଦିବସ( ଇମ୍ଫାଲ, କାନପୁର, ଲକ୍ଷ୍ମୌ)
୧୬ ଫେବୃଆରୀ: ଗୁରୁ ରବିଦାସ ଜୟନ୍ତୀ (ଚଣ୍ଡିଗଡ)
୧୮ ଫେବୃଆରୀ: ଦୋଳ ଯାତ୍ରା(କଲିକତା)
୧୯ ଫେବୃଆରୀ: ଛତ୍ରପତି ଶିବାଜୀ ମହାରାଜା ଜୟନ୍ତୀ(ବେଲାପୁର, ମୁମ୍ବାଇ, ନାଗପୁର)
୨୦ ପେବୃଆରୀ: ରବିବାର
୨୬ ଫେବୃଆରୀ: ଚତୁର୍ଥ ଶନିବାର
୨୭ ଫେବୃଆରୀ: ରବିବାର
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାଇଡ୍ଲାଇନ୍ ମୁତାବକ, ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ କାମ ହେବ ନାହିଁ। ବ୍ୟାଙ୍କ ଛୁଟି ବିଷୟରେ ଅଧିକ ସୂଚନା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ଲିଙ୍କ୍ https://rbi.org.in/Scripts/HolidayMatrixDisplay.aspx କୁ ଯାଇପାରିବେ। ଏଠାରେ ଆପଣଙ୍କୁ ପ୍ରତି ମାସର ସବୁ ରାଜ୍ୟର ଛୁଟି ବିଷୟରେ ସୂଚନା ମିଳିଯିବ।