ତୁରନ୍ତ ସାରିଦିଅନ୍ତୁ ବ୍ୟାଙ୍କ କାମ, ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ

ଆଉ ଦିନକ ପରେ ନୂଆବର୍ଷ ହୋଇଯିବ । ୨୦୨୪ ସରିବ ୨୦୨୫ ବର୍ଷ ଆରମ୍ଭ ହେବ । ପ୍ରତିମାସ ଭଳି ୨୦୨୫ ଜାନୁଆରୀରେ ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଛୁଟି ତାଲିକା ବିଷୟରେ ଜାଣିନେବା ଜରୁରୀ ।

ଜାନୁଆରୀରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ଛଡା ରବିବାର ଏବଂ ଅନେକ ପର୍ବପର୍ବାଣି ରହିଛି । ଅନେକ ରାଜ୍ୟରେ ଅଲଗା ଅଲଗା ପର୍ବପର୍ବାଣୀ ଯୋଗୁଁ ଛୁଟି ମଧ୍ୟ ଅଲଗା ରହିଛି । ବ୍ୟାଙ୍କ ଛୁଟି ଥିବା ସତ୍ତ୍ବେ ଅନଲାଇନ ବ୍ୟାଙ୍କି, ୟୁପିଆଇ, ଏଟିଏମ୍ ଇତ୍ୟାଦି କାମ କରିବ । ତେବେ ଆଇବିଆଇ ଜାରି କରିଥିବା ଛୁଟି ତାଲିକା ବିଷୟରେ ଜାଣି ରଖିବା ଉଚିତ ।

ଛୁଟି ତାଲିକା :

୧ ଜାନୁଆରୀ : ନୂଆବର୍ଷ
୨ ଜାନୁଆରୀ : ମନ୍ନମ ଜୟନ୍ତୀ
୫ ଜାନୁଆରୀ : ରବିବାର
୬ ଜାନୁଆରୀ : ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ
୧୧ ଜାନୁଆରୀ : ଦ୍ବିତୀୟ ଶନିବାର
୧୨ ଜାନୁଆରୀ : ରବିବାର ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ
୧୪ ଜାନୁଆରୀ: ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ
୧୫ ଜାନୁଆରୀ : ତିରୁବଲ୍ଲୁବର ଦିବସ, ମାଘ ବିହୁ ଓ ମକର ସଂକ୍ରାନ୍ତି
୧୬ ଜାନୁଆରୀ : ଉଜ୍ଜର ତିରରୁନଲ
୧୯ ଜାନୁଆରୀ : ରବିବାର
୨୨ ଜାନୁଆରୀ : ଇମୋଇନ
୨୩ ଜାନୁଆରୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ
୨୫ ଜାନୁଆରୀ : ଚତୁର୍ଥ ଶନିବାର
୨୬ ଜାନୁଆରୀ : ଗଣତନ୍ତ୍ର ଦିବସ
୩୦ ଜାନୁଆରୀ : ସୋନମ ଲୋସର