ସେପ୍ଟେମ୍ବରରେ ୧୫ ଦିନ ବ୍ୟାଙ୍କ ଛୁଟି, ଜାରି ରହିବ ନେଟ ବ୍ୟାଙ୍କିଂ

ସେପ୍ଟେମ୍ବର ମାସ ଆରମ୍ଭ ହେବ । ଏହି ମାସରେ ଅନେକ ପୂଜା ପର୍ବାଣୀ ପଡିବ । ତେଣୁ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣ ସେପ୍ଟେମ୍ବରରେ ଅଧିକ ବ୍ୟାଙ୍କ କାମ ରଖିଛନ୍ତି, ତେବେ ବ୍ୟାଙ୍କର ଛୁଟି ତାଲିକା ଜାଣି ରଖିବା ଉଚିତ । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସ ଆରମ୍ଭରେ ବ୍ୟାଙ୍କର ଛୁଟି ତାଲିକା ପ୍ରକାଶ କରିଥାଏ । ସମସ୍ତ ରାଜ୍ୟର ବ୍ୟାଙ୍କ ଛୁଟି ସ୍ଥାନୀୟ ମାନ୍ୟତା ଏବଂ ପର୍ବ ଆଧାରରେ ଅଲଗା ଅଲଗା ଦିନରେ ରହିଥାଏ ।

ତେବେ ସେପ୍ଟେମ୍ବରରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସାପ୍ତାହିକ ଛୁଟି, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ସାମିଲ ରହିଛି ।

ଯଦି ଆପଣଙ୍କର କାମ ରହିଛି, ପୂର୍ବରୁ ସାରିଦିଅନ୍ତୁ । ତେବେ ଆଜିକାଲି ବ୍ୟାଙ୍କ କାମ ଅନଲାଇନ ମାଧ୍ୟମରେ ହୋଇଯାଉଛି । ତେଣୁ ଆପଣ ୟୁପିଆଇ, ନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂ ସାହାଯ୍ୟରେ ବ୍ୟାଙ୍କ କାମ କରିପାରିବେ । ଆଉ ଜାଣିରଖନ୍ତୁ କେଉଁଦିନ ବ୍ୟାଙ୍କ ବନ୍ଦ ରହିବ ।

ଛୁଟି ତାଲିକା :

୧ ସେପ୍ଟେମ୍ବର : ରବିବାର
୪ ସେପ୍ଟେମ୍ବର : ଶ୍ରୀମନ୍ତ ଶଙ୍କରଦେବାଙ୍କ ତିଥି ଯୋଗୁଁ ଅାସାମରେ ବ୍ୟାଙ୍କ ବନ୍ଦ ।
୭ ସେପ୍ଟେମ୍ବର : ଗଣେଶ ପୂଜା
୮ ସେପ୍ଟେମ୍ବର : ରବିବାର
୧୪ ସେପ୍ଟେମ୍ବର : ଦ୍ୱିତୀୟ ଶନିବାର
୧୫ ସେପ୍ଟେମ୍ବର : ରବିବାର
୧୬ ସେପ୍ଟେମ୍ବର : ଇଦ-ଏ-ମିଲାଦ
୧୭ ସେପ୍ଟେମ୍ବର: ମିଲାଦ ଉନ ନବୀ ଯେଗୁଁ ସିକ୍କିମ ଏବଂ ଛତିଶଗଡରେ ବ୍ୟାଙ୍କ ବନ୍ଦ ।
୧୮ ସେପ୍ଟେମ୍ବର : ସିକ୍କିମରେ ବ୍ୟାଙ୍କ ବନ୍ଦ
୨୦ ସେପ୍ଟେମ୍ବର: ଜମ୍ମୁ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ
୨୧ ସେପ୍ଟେମ୍ବର : ନାରାୟଣ ଗୁରୁ ସମାଧି ଦିବସ ଅବସରରେ କେରଳରେ ବ୍ୟାଙ୍କ ବନ୍ଦ ।
୨୨ ସେପ୍ଟେମ୍ବର : ରବିବାର
୨୩ ସେପ୍ଟେମ୍ବର :ଜମ୍ମୁରେ ମହାରାଜା ହରି ସିଂଙ୍କ ଜନ୍ମଦିନରେ ବ୍ୟାଙ୍କ ବନ୍ଦ ।
୨୮ ସେପ୍ଟେମ୍ବର: ଚତୁର୍ଥ ଶନିବାର
୨୯ ସେପ୍ଟେମ୍ବର : ରବିବାର