ସାରିଦିଅନ୍ତୁ ସବୁ କାମ, ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ଅଗଷ୍ଟ ମାସ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ଏବଂ ସ୍ଥାନୀୟ ପର୍ବକୁ ନେଇ ବ୍ୟାଙ୍କ ୧୩ ଦିନ ବନ୍ଦ ରହିବ । ଏଥିରେ ଶନିବାର ଏବଂ ରବିବାର ଛଡା ସ୍ଥାନୀୟ ଛୁଟି ମଧ୍ୟ ରହିଛି । ଅଗଷ୍ଟରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଉତ୍ସବ ପାଳନ କରାଯିବ, ଯେଉଁଥି ପାଇଁ ବ୍ୟାଙ୍କ ବନ୍ଦ ରହିବ । ପୂଜା, ସ୍ୱାଧୀନତା ଦିବସ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ ରହିଛି ।

ଯଦି ଆପଣଙ୍କର କାମ ରହିଛି, ପୂର୍ବରୁ ସାରିଦିଅନ୍ତୁ । ତେବେ ଆଜିକାଲି ବ୍ୟାଙ୍କ କାମ ଅନଲାଇନ ମାଧ୍ୟମରେ ହୋଇଯାଉଛି । ତେଣୁ ଆପଣ ୟୁପିଆଇ, ନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂ ସାହାଯ୍ୟରେ ବ୍ୟାଙ୍କ କାମ କରିପାରିବେ । ଆଉ ଜାଣିରଖନ୍ତୁ କେଉଁଦିନ ବ୍ୟାଙ୍କ ବନ୍ଦ ରହିବ ।

ଅଗଷ୍ଟ ୩ : କେର ପୂଜା ପାଇଁ ଅଗରତାଲାରେ ବ୍ୟାଙ୍କ ବନ୍ଦ ।
ଅଗଷ୍ଟ ୪ : ରବିବାର
ଅଗଷ୍ଟ ୮ : ସିକ୍କିମରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୧୯ : ଦ୍ୱିତୀୟ ଶନିବାର
ଅଗଷ୍ଟ ୧୧ : ରବିବାର
ଅଗଷ୍ଟ ୧୩ : ମଣିପୁରରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୧୫ : ସ୍ୱାଧୀନତା ଦିବସ
ଅଗଷ୍ଟ ୧୮ : ରବିବାର
ଅଗଷ୍ଟ ୧୯ : ରାଖି ପୂର୍ଣ୍ଣିମା
ଅଗଷ୍ଟ ୨୦ : କେରଳରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୨୪ : ଚତୁର୍ଥ ଶନିବାର
ଅଗଷ୍ଟ ୨୫ : ରବିବାର
ଅଗଷ୍ଟ ୨୬ : ଜନ୍ମାଷ୍ଟମୀ

 

You might also like