ଆସନ୍ତାକାଲିରୁ ଲଗାତାର ୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଫଟାଫଟ ସାରିଦିଅନ୍ତୁ କାମ

ଆଗକୁ ଆପଣଙ୍କର ଜରୁରୀ ବ୍ୟାଙ୍କ କାମ ରହିଛି କି ? ଯଦି ଆପଣଙ୍କର ବହୁତ ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଆପଣ ଏହି ଖବର ନିଶ୍ଚିତ ପଢନ୍ତୁ। ବ୍ୟାଙ୍କିଂ ସେବାରେ ଯେଭଳି କୌଣସି ବାଧା ନ ଉପୁଜେ, ତେଣୁ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାଲିକା ପୂର୍ବରୁ ହିଁ ଘୋଷଣା କରିଥାଏ। ଅକ୍ଟୋବର ମାସ ସରିଲାଣି। ଏହି ମାସରେ ପାଖାପାଖି ୨୦ ଦିନ ବନ୍ଦ ରହିଥିଲା ବ୍ୟାଙ୍କ। ତେଣୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନଭେମ୍ବର ଛୁଟି ତାଲିକା ପ୍ରକାଶ ପାଇଛି।

ଏହି ତାଲିକା ମୁତାବକ, ନଭେମ୍ବରରେ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଣୁ ଯଦି କିଛି ଜରୁରୀ କାମ ଥାଏ, ତେବେ ଛୁଟି ପୂର୍ବରୁ ସାରି ଦେବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲିରୁ ଲଗାତାର ଭାବେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ଏଠାରେ ଦେଖିନିଅନ୍ତୁ ଛୁଟି ଲିଷ୍ଟ।

ନଭେମ୍ବର ମାସରେ ଦେଶରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ମାସରେ ଧନତେରାସ, ଦୀପାବଳି, ଭାଇଦୁଜ, ଛଟ୍‌ ପୂଜା, ଗୁରୁ ନାନକ ଜୟନ୍ତୀ ଭଳି ଛୁଟି ପଡୁଛି। ତେବେ ଆସନ୍ତାକାଲିରୁ ଲଗାତାର ଭାବେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଆରବିଆଇ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଚତୁର୍ଦ୍ଦଶୀ ପାଇଁ ବାଙ୍ଗାଲୋରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ନଭେମ୍ବର ୪ ତାରିଖ ଦୀପାବଳି ଯୋଗୁଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ। ଏହାଛଡା ନଭେମ୍ବର ୫ରେ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବା

ଏହାବାଦ୍‌ ୬ ନଭେମ୍ବରରେ ଭାଇଦୁଜ ଉତ୍ସବ ପାଳନ କରଯିବ। ଆଉ ୭ ନଭେମ୍ବର ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ନଭେମ୍ବର ୭, ୧୩, ୧୪, ୨୧, ୨୭ ଓ ୨୮ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିଛି। ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ସମସ୍ତ ରବିବାର ବ୍ୟାଙ୍କ ବନ୍ଦ ରହିବା । ନଭେମ୍ବର ୧୦ ଓ ୧୧ରେ ଛଟ୍‌ ପୂଜା ଏବଂ ନଭେମ୍ବର ୧୯ରେ ଗୁରୁ ନାନକ ଜୟନ୍ତୀ ଯୋଗୁଁ ବ୍ୟାଙ୍କ ଛୁଟି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.