ଏହି ସପ୍ତାହରେ ତିନି ଦିନ ପାଇଁ କରିପାରିବେନି କୌଣସି ବ୍ଯାଙ୍କ କାମ୍, ତେଣୁ ଜଲଦି ସାରିଦିଅନ୍ତୁ ଜରୁରୀ କାମ

ବିଭିନ୍ନ ପ୍ରକାର ବ୍ଯାଙ୍କିଂ ସୁବିଧା ଡିଜିଟାଲ ହେଲେ ମଧ୍ୟ ଲୋକେ ବ୍ଯାଙ୍କକୁ ଯାଉଛନ୍ତି। ଚେକ୍ କ୍ଲିଅରାନ୍ସ ହେଉ ଅବା ଲୋନ, ବିଭିନ୍ନ ପ୍ରକାର କାମରେ ଲୋକେ ବ୍ଯାଙ୍କ ଚକ୍କର ଲଗାଉଛନ୍ତି। ତେଣୁ ଆପଣ ବ୍ଯାଙ୍କ କେତେ ଦିନ ଛୁଟି ରହୁଛି, ତାହା ଜାଣିବା ନିତାନ୍ତ ଜରୁରୀ। ଏହା ବିଷୟରେ ନ ଜାଣିଲେ ଆପଣ ବ୍ଯାଙ୍କ କାମରେ ଯାଇ ହଇରାଣ ମଧ୍ୟ ହୋଇପାରନ୍ତି। ଆପଣଙ୍କର ଯଦି କିଛି ଜରୁରୀ ବ୍ଯାଙ୍କ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ। ଗୁରୁବାର ମଧ୍ୟରେ ନିଜର ସବୁ ବ୍ଯାଙ୍କ କାମ କରିଦିଅନ୍ତୁ। ଏହି ସପ୍ତାହରେ ଆଗକୁ ତିନି ଦିନ ବ୍ଯାଙ୍କ ବନ୍ଦ ରହିବ।

ଏହି ସପ୍ତାହରେ ଶୁକ୍ରବାର ଦିନ ବଡଦିନ ପଡୁଥିବାରୁ ବ୍ଯାଙ୍କ ଛୁଟି ରହିବ। ଆଉ ଏହା ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ଯାଙ୍କ ବନ୍ଦ ରହିବ। ତା’ ପର ଦିନ ରବିବାର ପଡିବ। ତେଣୁ ଲଗାତର ବନ୍ଦ ରହିବ ବ୍ଯାଙ୍କ। ତେଣୁ ଯଦି ଆପଣଙ୍କର ବ୍ଯାଙ୍କରେ ଜରୁରୀ କାମ ରହିଛି, ତେବେ ଗୁରୁବାର ଭିତରେ ସାରିଦିଅନ୍ତୁ।

bank 1

 

ଏହାଛଡା ୩୧ ଡିସେମ୍ବରକୁ ଇନକମ ଟ୍ଯାକ୍ସ ରିଟର୍ନରେ ଶେଷ ତାରିଖ ରହିଛି। ଯଦି ଆପଣଙ୍କୁ ବ୍ଯାଙ୍କରୁ କୌଣସି ଡକ୍ଯୁମେଣ୍ଟ ଦରକାର ତେବେ ପୂର୍ବରୁ ନେଇଆସନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.