କାର ଚାଳକ ଧ୍ୟାନ ଦିଅନ୍ତୁ ! ଗାଡ଼ିରେ FASTag ଲାଗିଥିବା ସତ୍ତ୍ୱେ ମଧ୍ୟ ଦେଇପାରନ୍ତି ଦୁଇଗୁଣା ଟ୍ୟାକ୍ସ, ଯଦି କରନ୍ତି ଏହି ଭୁଲ

କରୋନା ମହାମାରୀର ପ୍ରକୋପକୁ ଦେଖି ଦେଶରେ ବଢିଚାଲିଛି ଲକଡାଉନର ସମୟସୀମା। ଲକଡାଉନ ୪.୦ରେ ଲୋକମାନେ କିଛି ସର୍ତ୍ତ ସହିତ ହିଁ ଘରୁ ବହରାକୁ ବାହାରିବା ପାଇଁ ଅନୁମତି ରହିଛି। ଏମିତିରେ ଅନୁମତି ନେଇ ଆପଣ ଗୋଟେ ସହରରୁ ଆଉ ଗୋଟେ ସହରକୁ ଯାଇପାରିବେ। ତେବେ ଏହି ସବୁ ମଧ୍ୟରେ ନିକଟରେ ଏକ ନୂଆ ନିୟମ ମଧ୍ୟ ଲାଗୁ ହୋଇସାରିଛି। ଏହି ନିୟମ ଅନୁଯାୟୀ ଆପଣଙ୍କ ପାଖରେ FASTag ଥିବା ସତ୍ତ୍ୱେ ମଧ୍ୟ ଆପଣଙ୍କ କାର ଠାରୁ ଦୁଇଗୁଣା ଟ୍ୟାକ୍ସ ନିଆଯାଇପାରେ। ଆଶ୍ଚର୍ଯ୍ୟ ହୋଇଗଲେ ନା, ଜମାବି ବ୍ୟସ୍ତ ହୁଅନ୍ତୁନାହିଁ କାହିଁକିନା ଯଦି ଆପଣ ଏହି କଥା ଉପରେ ଧ୍ୟାନ ଦେଲେ ତାହେଲେ ହୁଏତ ଆପଣ ଟ୍ୟାକ୍ସ କଟିବାରୁ ରକ୍ଷା ପାଇପାରିବେ।

ଭ୍ୟାଲିଡିଟି ଉପରେ ରଖନ୍ତୁ ଧ୍ୟାନ

ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନୋଟିଫିକେସନ ଜାରି କରାଯାଇଛି। ଏହି ନୋଟିଫିକେସନ ଅନୁଯାଇ ଯଦି ଆପଣଙ୍କ ଗାଡ଼ିରେ ବୈଧତା ଏବଂ କ୍ରିୟାଶୀଳ ଫାସଟାଗ ଲଗା ଯାଇନଥିଲେ ଗାଡି ଚାଳକଙ୍କ ଠାରୁ ନ୍ୟାସନାଲ ହାଇୱେରେ ଜରିମାନା ନିଆଯିବ। ଏଥିପାଇଁ ଆପଣ ନିଜ ଫାସଟାଗର ବୈଧତାକୁ ଚେକ କରିବାକୁ ପଡିବ।

ଫାସଟାଗ ଲେନ ଉପରେ ଧ୍ୟାନ ରଖନ୍ତୁ

ଯଦି ଆପଣଙ୍କ ଗାଡ଼ିରେ ଫାସଟାଗ ଲାଗିନାହିଁ ଏବଂ ଆପଣ ଫାସଟାଗ ଲେନରେ ଏଣ୍ଟ୍ରି କରୁଛନ୍ତି, ତାହେଲେ ଗାଡି ଚାଳକଙ୍କୁ ଦୁଇଗୁଣା ଟ୍ୟାକ୍ସ ଦେବାକୁ ହେବ। ଆପଣଙ୍କୁ ଏବେ ହାଇୱେ ଟୋଲ ଟ୍ୟାକ୍ସ ପ୍ଲାଜାରେ ଫାସଟାଗ ଉପରେ ଅଧିକ ଧ୍ୟାନ ଦେବାକୁ ହେବ।

ସରକାରଙ୍କ ନୋଟିଫିକେସନ ଅନୁଯାୟୀ ଜରିମାନା ରାଶି ସେହି ବାହନରେ ଲାଗିଥିବା ଟୋଲ ଫିସ ଠାରୁ ଦୁଇଗୁଣା ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନୂଆ ନିୟମ ୧୫ ମେ ୨୦୨୦ ଠାରୁ ହିଁ ଲାଗୁ ହୋଇସାରିଛି।
କେନ୍ଦ୍ର ସରକାର ଗତ ବର୍ଷ ୧୫ ଡିସେମ୍ବର ଠାରୁ ହିଁ ଦେଶର ସମସ୍ତ ଟୋଲ ଟ୍ୟାକ୍ସ ବୁଥରେ ଫାସଟ୍ୟାଗକୁ ବାଧ୍ୟତାମୂଳକ କରିଦେଇଥିଲେ। ଏହାଦ୍ୱାରା ଯଦି ଆପଣଙ୍କ ଗାଡ଼ିରେ ଫାସଟାଗ ନାହିଁ ଆଉ ଆପଣ ଲେନରେ ଯାଉଛନ୍ତି ତେବେ ଆପଣଙ୍କୁ ଟୋଲ ଟ୍ୟାକ୍ସର ଦୁଇଗୁଣା ଜରିମାନା ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.