ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଯଦି ଆପଣଙ୍କର ଏପରି କିଛି ବ୍ୟାଙ୍କ ଖାତା ଅଛି, ଯାହାର ଆପଣ ବ୍ୟବହାର କରୁ ନାହାନ୍ତି ତେବେ ତାକୁ ବନ୍ଦ କରିଦେବା ଠିକ୍ ହେବ। କାରଣ ଆପଣଙ୍କୁ ଖାତାଟି ଚାଲୁ ରଖିବା ପାଇଁ ବ୍ୟାଙ୍କ ଦ୍ୱାରା ଦିର୍ଦ୍ଧାରିତ ସର୍ବନିମ୍ନ ଟଙ୍କା ରଖିବାକୁ ପଡିବ। ନଚେତ ବ୍ୟାଙ୍କ ଆପଣଙ୍କ ଠାରୁ ଅଧିକ ଚାର୍ଜ ମଧ୍ୟ ଦାବି କରିଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଆପଣ କୌଣସି ବ୍ୟାଙ୍କର ଖାତା ବନ୍ଦ କରୁଛନ୍ତି ତେବେ ସେହି ଖାତା ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟସ୍ ମଧ୍ୟ ଆପଣଙ୍କୁ ଡି-ଲିଙ୍କ କରିବାକୁ ପଡିବ। କାରଣ ବ୍ୟାଙ୍କ ଖାତାରେ ଟଙ୍କା ଜମା, ଲୋନ୍‌, କ୍ରେଡିଟ୍ କାର୍ଡ ପେମେଣ୍ଟ ଏବଂ ଭିମ୍ ସହ ଜଡିତ ପେମେଣ୍ଟର ଲିଂକ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବ୍ୟାଙ୍କରେ କିପରି ଆପଣ ନିଜର ଖାତା ବନ୍ଦ କରିପାରିବେ।
-ଅଧିକାଂଶ ସମୟରେ କିଛି ଲୋକ ବହୁତ ଜଲଦି ନିଜର ଚାକିରି ବଦଳାଇ ଥାନ୍ତି ଫଳରେ ଭିନ୍ନ ଭିନ୍ନ ସଂସ୍ଥାରେ ଚାକିରି କରିବା ଦ୍ୱାରା ଦରମା ପାଇଁ ଅଲଗା ବ୍ୟାଙ୍କରେ ଖାତା ଖୋଲିବାକୁ ପଡ଼ିଥାଏ । ଏପରି ହେବା ଦ୍ୱାରା ପୂର୍ବ କମ୍ପାନୀ ପକ୍ଷରୁ ଖୋଲାଯାଥିବା ଖାତା ଅଚଳ ହୋଇଯାଏ। କୌଣସି ବି ଦରମା ଖାତାରେ ତିନି ମାସ ପର୍ଯ୍ୟନ୍ତ ଦରମା ନ ଆସିବା ଯାଏ ସେହି ଖାତା ଆପେ ଆପେ ସେଭିଂ ବା ସଞ୍ଚୟ ଖାତାକୁ ବଦଳି ଯାଏ ।
-ସେଭିଂ ଖାତା ହେବା ଦ୍ୱାରା ସେହି ଖାତା ପାଇଁ ବ୍ୟାଙ୍କର ନିୟମ ମଧ୍ୟ ବଦଳି ଯାଇଥାଏ। ଏହି ନିୟମ ଅନୁଯାୟୀ ଖାତାରେ ନ୍ୟୂନତମ ରାଶି ଜମା କରିବାକୁ ପଡିଥାଏ। ଯଦି ଆପଣ ଖାତାରେ ସର୍ବନିମ୍ନ ଜମା ଟଙ୍କା ରଖୁନାହାନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ ପେନଲ୍ଟି ନେବା ସହ ଆପଣଙ୍କ ଖାତାରୁ ଟଙ୍କା ମଧ୍ୟ କଟିଯାଇଥାଏ।

bank ac

-ଅନେକ ବ୍ୟାଙ୍କରେ ଖାତା ଖୋଲିବା ଦ୍ୱାରା ଇନକମ୍ ଟ୍ୟାକ୍ସ ଜମା କରିବା ସମୟରେ ଆପଣଙ୍କୁ ମଧ୍ୟ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆପଣଙ୍କୁ ନିଜର ପ୍ରତ୍ୟେକ ବ୍ୟାଙ୍କ ଖାତା ସହ ଜଡିତ ସମସ୍ତ ପ୍ରମାଣ ଦେବାକୁ ପଡ଼ିଥାଏ।
-ବନ୍ଦ ହୋଇ ରହିଥିବା ଖାତାକୁ ଠିକ୍ ଭାବେ ବ୍ୟବହାର ନକରିବା ଦ୍ୱାରା ମଧ୍ୟ ଆପଣଙ୍କ ଟଙ୍କା କ୍ଷତି ହୋଇଥାଏ। ମନେକରନ୍ତୁ ଆପଣଙ୍କ ପାଖରେ ୪ଟି ବ୍ୟାଙ୍କ ଖାତା ରହିଛି, ଯେଉଁଥିରେ ନ୍ୟୁନତମ ଅର୍ଥରାଶି ୧୦,୦୦୦ ଟଙ୍କା ରହିବା ଉଚିତ। ଏହି ରାଶି ଉପରେ ଆପଣଙ୍କୁ ବର୍ଷକୁ ୪ପ୍ରତିଶତ ଲାଭ ମିଳିଥାଏ। ହିସାବ ଅନୁସାରେ ଆପଣଙ୍କୁ ପାକାପାଖି ୧୬୦୦ ଟଙ୍କା ଲାଭ ମିଳିବ। କଥା । ଯଦି ଆପଣ ସମସ୍ତ ଖାତା ବନ୍ଦ କରି ଏହି ରାଶିକୁ ମ୍ୟୁଚୁଆଲ ଫଣ୍ଡରେ ଲଗାଉଛନ୍ତି ତେବେ ଏଠାରୁ ଆପଣଙ୍କୁ ପାଖାପାଖି ୧୦ ପ୍ରତିଶତ ଅଧିକ ରିଟର୍ନ ମିଳି ପାରିବ।
ଜାଣନ୍ତୁ ଖାତା ବନ୍ଦ ରିବେ କିପରି:
-ଯଦି ଆପଣଙ୍କ ଖାତା ଜଏଣ୍ଟ ଆକାଉଣ୍ଟ ହୋଇଥାଏ ତେବେ ଫର୍ମରେ ଦିଆଯାଇଥିବା ସମସ୍ତ ଖାତାଧାରକଙ୍କର ହସ୍ତାକ୍ଷର କ ରାନ୍ତୁ।
-ଆପଣଙ୍କୁ ବ୍ୟାଙ୍କରେ ଆଉ ଏକ ଫର୍ମ ଦେବାକୁ ହେବ, ଯେଉଁଥିରେ ଆପଣଙ୍କୁ ସେହି ଖାତାର ସମସ୍ତ ପ୍ରମଣାପତ୍ର ଦେବାକୁ ପଡ଼ିବ । ଯାହାଫଳରେ ଆପଣଙ୍କର ବନ୍ଦ ହେବାକୁ ଯାଉଥିବା ଆକାଉଣ୍ଟର ଟଙ୍କା ସଂପୃକ୍ତ ଖାତାକୁ ଟ୍ରାନ୍ସଫର ହୋଇ ପାରିବ ।

ଏହାସହ ପଢନ୍ତୁ: ଏବେ ଗୋଟେ ମିନିଟ୍‌ ରେ ହୋଇପାରିବ ପାନକାର୍ଡ, କିଛି ଦିନ ଭିତରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ଲାଗୁ ହେବ…

ଆକାଉଣ୍ଟ କ୍ଲୋଜ୍‌ ପାଇଁ କେତେ ପଡ଼ିଥାଏ ଚାର୍ଜ:

ଖାତା ଖୋଲିବାର ୧୪ ଦିନ ଭିତରେ ବନ୍ଦ କଲେ ବ୍ୟାଙ୍କ କୌଣସି ପ୍ରକାର ଚାର୍ଜ ନେଇନଥାଏ। ଯଦି ଆପଣ ଖାତା ଖୋଲିବାର ୧୪ ଦିନରୁ ଆରମ୍ଭ କରି ଏକ ବର୍ଷ ପୂରଣ ହୋଇଯିବା ପରେ ଯଦି ଆପଣ ଖାତା ବନ୍ଦ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ଚାର୍ଜ ଦେବାକୁ ପଡ଼ିଥାଏ। କିଛି ବ୍ୟାଙ୍କରେ ଏକ ବର୍ଷରୁ ଅଧିକ ପୁରୁଣା ଖାତା ବନ୍ଦ କରିବା ପାଇଁ କ୍ଲୋଜର ଚାର୍ଜ ଲାଗିନଥାଏ।

ଏଥିସହ ଧ୍ୟାନରେ ରଖନ୍ତୁ ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ ଅଦିକ ଟଙ୍କା ରହିଥାଏ ତେବେ କ୍ଲୋଜ୍‌ କରିବା ପୂର୍ବରୁ ସେହି ଟଙ୍କାକୁ ଅନ୍ୟ ଆକାଉଣ୍ଟରେ ଟ୍ରାନ୍ସଫର୍‌ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.