BECIL ରେ ୫୦୦ ପଦବୀ ଖାଲି, ଆଜି ହିଁ ଶେଷ ତାରିଖ ତୁରନ୍ତ କରନ୍ତୁ ଆବେଦନ

ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ(BECIL) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏହା ଅଧିନରେ ସୁପରଭାଇରଜ ଏବଂ ଇନଭେଷ୍ଟିଗେଟର ସମତେ ୫୦୦ରୁ ଅଧିକ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ୍‌ ୨୫ ଜାନୁଆରୀ ୨୦୨୨ ରହିଛି।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଭଲ ଭାବେ ପଢନ୍ତୁ। ଏହି ପଦବୀ ସହିତ ଜରୁରୀ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଏବଂ ବୟସ ସୀମାକୁ ଭଲ ଭାବେ ପଢିନିଅନ୍ତୁ।

ପଦବୀ ବିବରଣୀ: ୫୦୦

ସୁପରଭାଇଜର: ୧୫୦
ଇନଭେଷ୍ଟିଗେଟର: ୩୫୦

ଆବେଦନ କରିବାର ଶେଷ ତାରିଖ: ୨୫ ଜାନୁଆରୀ ୨୦୨୨

ଶିକ୍ଷାଗତ ଯୋଗ୍ୟତା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ବ୍ୟାଚଲର ଡିଗ୍ରୀ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଏହା ସହିତ କମ୍ପ୍ୟୁଟରରେ ଜ୍ଞାନ ଥିବା ଜରୁରୀ। ଯେଉଁସ୍ଥାନରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ, ସେଠିକାର ସ୍ଥାନୀୟ ଭାଷା ଆସୁଥିବା ଜରୁରୀ।

ବୟସସୀମା: ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୦ ବର୍ଷ ହୋଇଥିବା ଜରୁରୀ। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ।

ଦରମା: ବେସିଲର ସୁପରଭାଇଜର ପଦବୀ ପାଇଁ ମାସକୁ ୩୦ ହଜାର ଷ୍ଟାଇପେଣ୍ଡ ମିଳିବ। ଇନଭେଷ୍ଟିଗେଟର ପଦବୀରେ ସିଲେକ୍ଟ ହେବା ପରେ ମାସକୁ ୨୪ ହଜାର ଟଙ୍କା ମିଳିବ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଶୁଳ୍କ ଏବଂ ଏସସି, ଏସଟି, EWS ଏବଂ PWD ପ୍ରାର୍ଥୀଙ୍କ ପାଇଁ ୩୫୦ ଟଙ୍କା ଶୁଳ୍କ ରଖାଯାଇଛି।

ଚୟନ ପ୍ରକ୍ରୟା: ଜାରି ହୋଇଥିବା ନୋଟିଫିକେସନ ମୁତାବକ, ସୁପରଭାଇଜର ଏବଂ ଇନଭେଷ୍ଟିଗେଟର ପଦବୀ ପାଇଁ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ। ଅନ୍ୟ ପୋଷ୍ଟ ପାଇଁ ଚୟନ ସାକ୍ଷାତକାର ମାଧ୍ୟମରେ ହେବ।

କେମିତି କରିବେ ଆବେଦନ:

ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ becil.comକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:

[email protected]

https://www.becil.com/uploads/vacancy/c79c96ccf8d70bbb4780262f34038e80.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.