BECIL ରେ ଚାକିରି ସୁଯୋଗ, ମାସକୁ ଦରମା ୨ ଲକ୍ଷ

ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ରଡକାଷ୍ଟ ଇଂଜିନିୟରିଂ କନ୍ସଲେଣ୍ଟେଣ୍ଟ ଇଣ୍ଡିଆ ଲିମିଟେଡ୍‌ (BECIL) ତରଫରୁ କନ୍ସଲେଣ୍ଟେଣ୍ଟ, ମଲ୍ଟି ଟାକ୍ସିଂ ଷ୍ଟାଫ, ଡାଟା ଏଣ୍ଟ୍ରି ଅପରେଟର, ଆଡଭାଇଜର୍ସ ସମତେ ଅନେକ ପଦବୀ ଖାଲିପଡିଛି। ଏଠାରେ ୧୯ ପଦବୀରେ ନିଯୁକ୍ତି ହେବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ BECIL ର ଅଫିସିଆଲ େଓ୍ଵବସାଇଟ୍‌ becil.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୪ ଜୁଲାଇ ରହିଛି।

ପଦବୀ ବିବରଣୀ : ୧୯

ସିନିଅର କନସଲଟାଣ୍ଟ : ୩
ସିନିଅର ଆଡଭାଇଜର୍ସ/କନସଲଟାଣ୍ଟ: ୩
ଆଡଭାଇଜର୍ସ/କନସଲଟାଣ୍ଟ: ୨
କନସଲଟାଣ୍ଟ: ୧
କନସଲଟାଣ୍ଟ (ଇଂଜିନିୟରିଂ) : ୧
କନସଲଟାଣ୍ଟ (ଫାଇନାନ୍ସ) : ୨
ଜୁନିଅର ଏଗଜିକ୍ୟୁଟିଭ ଆସିଷ୍ଟାଣ୍ଟ :୨
ଡାଟା ଏଣ୍ଟ୍ରି ଅପରେଟର: ୨
ମଲ୍ଟି ଟାକ୍ସିଂ ଷ୍ଟାଫ : ୩

ବୟସ ସୀମା :ଜୁନିଅର ଏଗ୍ଜିକ୍ୟୁଟିଭ ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଅଧିକତମ ବୟସ ୪୫ ବର୍ଷ ହେବା ଜରୁରୀ। ସେହିପରି ଅନ୍ୟ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୭୦ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି, ମହିଳା ପ୍ରାର୍ଥୀ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଏସସି/ଏସଟି, EWS ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୪୫୦ ଟଙ୍କା ଆବେଦନ ଶୁଳ୍କ ରହିଛି।

ଦରମା : ମାସକୁ ୨୦ ହଜାର ଠାରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍‌ becilregistration.com କୁ ଯାଆନ୍ତୁ।

ଏହା ପରେ ନ୍ୟୁ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍‌ କରି ନିଜେ ରେଜିଷ୍ଟର କରନ୍ତୁ।

ନ୍ୟୁ ରେଜିେଷ୍ଟ୍ରେସନ କରିବା ପରେ ଲଗ ଇନ ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ।

ଏହାପରେ ମଗାଯାଇଥିବା ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।

ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ ବଟନ ଉପରେ କ୍ଲିକ କରନ୍ତୁ।

ଏହାପରେ ଆପ୍ଲିକେସନ ଫର୍ମର ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.becil.com/uploads/vacancy/f4e3a0aa122eb0b992e1df0ec939c10c.pdf

Leave A Reply

Your email address will not be published.