ବଜାରକୁ ଆସିବା ଆଗରୁ ବିବାଦରେ ବଜାଜ୍ କ୍ଯୁଟ୍

ନୂଆଦିଲ୍ଳୀ : ବଜାଜ୍ ଅଟୋ ଚଳିତ ବର୍ଷ ସେପ୍ଟମ୍ବର ରୁ ଅକ୍ଟୋବର ମଧ୍ୟରେ ତାହାର ନୂଆ ଗାଡ଼ି କ୍ଯୁଟ୍ ଲଞ୍ଚ କରିବା ପାଇଁ ଯାଉଛି। କିନ୍ତୁ ସୂଚନା ଅନୁଯାୟୀ, ଏହି ଗାଡ଼ି ଏକ୍ସପ୍ରେସ-ୱେ ଉପରେ ଚାଲିପାରିବ ନାହିଁ। କାରଣ ଦେଶରେ quadricycle ଫରମାଟର୍ଟ ରେ ପ୍ରସ୍ତୁତ ହୋଇଥିବା ଏହା ପ୍ରଥମ ଗାଡ଼ି। ୬ ଏପ୍ରିଲରେ ଲଞ୍ଚ ହୋଇଥିବା ମିନିଷ୍ଟ୍ରୀ ଅଫ ରୋଡ଼ ଏବଂ ଟ୍ରାନ୍ସପୋର୍ଟର ରିପୋର୍ଟରେ ମାକ୍ସିୟମ୍ ସ୍ପିଡ଼୍ ଅଫ୍ ମୋଟର ସାଇକେଲ ସହ   quadricycle ଗାଡ଼ିର ଭିନ୍ନ ଭିନ୍ନ ସ୍ପିଡ଼୍ ସୂଚନା ଗୁଡ଼ିକୁ ସାମିଲ କରାଯାଇଛି। ଏଥିରେ ଭିନ୍ନ ଭିନ୍ନ ପ୍ରକାରର ଗାଡ଼ିକୁ ସାମିଲ କରାଯାଇଛି। କିନ୍ତୁ  ଏଠାରେ ସ୍ପଷ୍ଟ ଭାବେ quadricycle ଗାଡ଼ି ଅର୍ଥାତ କମ ଓଜନ ବିଶିଷ୍ଟ ୪ଚକିଆ ଯାନ ଯାହା ଘଣ୍ଟାକୁ ୬୦ କିଲୋମିଟରରୁ ଅଧିକ ଯାଇପାରିବ ନାହିଁ ତାହାକୁ ଏକ୍ସପ୍ରେସ ୱେରେ ଚଲାଇବାକୁ ନିଷେଧ କରାଯାଇଛି।

quadricycle ବିଭାଗକୁ ଚାରି ଚକ ବିଶିଷ୍ଟ ମାଇକ୍ରୋ କାର ଭାବେ ବିବେଚିତ କରାଯାଇଥାଏ। ଯାହାର ଏକ ନିର୍ଦ୍ଦିଷ୍ଟ ଓଜନ, ପାୱାର ଏବଂ ସ୍ପିଡ଼୍ ଲିମିଟ ରହିଥାଏ। ଭାରତରେ ଏହି ବିଭାଗରେ କୌଣସି ଗାଡ଼ି ଆଜି ପର୍ଯ୍ଯନ୍ତ ଲଞ୍ଚ କରାଯାଇନାହିଁ । ବଜାଜ ଅଟୋ ଏହି ବିଭାଗରେ ୨୦୧୨ ମସିହାରେ ପ୍ରଥମ କରି କ୍ଯୁଟକୁ ଲଞ୍ଚ କରିବା ନେଇ ଘୋଷଣା କରିଥିଲା। କିନ୍ତୁ ଭାରତ ବଜାରରେ  quadricycle ବିଭାଗର ଗାଡ଼ିକୁ ମଞ୍ଜୁରୀ ମିଳିନଥିବାରୁ ଏହାକୁ ଅଫିସିଆଲ ଲଞ୍ଚ କରାଯାଇପାରୁ ନଥିଲା। ଜୁନ୍ ୨୦୧୮ ମସିହାରେ କେନ୍ଦ୍ର ସରକାର  ର ଏକ ଭିନ୍ନ ବିଭାଗ ଘୋଷଣା କରିବାରୁ ଏବେ ଏହାକୁ ଆସନ୍ତା ଦୁଇ ମାସରେ ଲଞ୍ଚ କରାଯିବା ନେଇ ସୂଚନା ମିଳିଛି।

ବଜାଜ୍ କ୍ଯୁଟର ସର୍ବାଧିକ ସ୍ପିଡ଼୍ ୬୦ କିଲୋମିଟର ପ୍ରତି ଘଣ୍ଟାରେ ନିର୍ଦ୍ଧାରିତ କରାଯାଇଛି। ଯାହା ଫଳରେ ତାହା ଦେଶର ପ୍ରଥମ quadricycle  ଗାଡ଼ି ଭାବେ ଲଞ୍ଚ କରିବାକୁ ଯାଉଛି। ଏହି ଗାଡ଼ି ବହୁ ହାଲୁକା ଥିବାରୁ ଦୁର୍ଘଟଣା ହେବାର ଅଧିକ ସମ୍ବାବନା ରହିଥାଏ। ଏଣୁ ମିନିଷ୍ଟ୍ରୀ ଅଫ ରୋଡ଼ ଏବଂ ଟ୍ରାନ୍ସପୋର୍ଟ ନିୟମ ଅନୁଯାୟୀ ସହର ମଧ୍ୟରେ ଏହି ଗାଡ଼ି ଘଣ୍ଟା ପ୍ରତି ୫୦କିଲୋମିଟରରୁ ଅଧିକ ସ୍ପିଡ଼ରେ ଗଲେ ଟ୍ରାଫିକ୍ ପୋଲିସ ତାହାକୁ ସିଜ୍ କରିବେ। ଏହା ସହ ଗାଡ଼ି ଚାଳକଙ୍କ ବିରୋଧରେ ମାମଲା ରୁଜୁ ହେବା ନେଇ ନିୟମ ରହିଛି।