BEL ରେ ଖାଲିପଡିଛି ଏହି ପଦବୀ, ଏହି ସରକାରୀ ଚାକିରି ପାଇଁ ଜଲଦି କରନ୍ତୁ ଆବେଦନ

ଆପଣ କମର୍ସ କୋର୍ସ କରି ଘରେ ବସିଛନ୍ତି କି ? ଆପଣଙ୍କ ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଜଲଦି ଆବେଦନ କରନ୍ତୁ। BELରେ ଖାଲିପଡିଥିବା ପଦବୀରେ ନିଯୁକ୍ତି କରାଯାଉଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ୨୫ ଡିସେମ୍ବର ରହିଥିବା ବେଳେ ଏହାକୁ ବଢାଇ ଦିଆଯାଇଥିଲା। ଯାହା ଏବେ ବଢାଇ ଦିଆଯାଇ ୨୮ ଜାନୁଆରୀ ପର୍ଯ୍ଯନ୍ତ କରାଯାଇଛି।

ପଦବୀ ବିବରଣୀ:

ମ୍ଯାନେଜମେଣ୍ଟ ଇଣ୍ଡଷ୍ଟ୍ରିଆଲ ଟ୍ରେନି(ଫାଇନାନ୍ସ) :୯

ସ୍ଥାନ: BEL, ଗାଜିଆବାଦ

ଶେଷ ତାରିଖ: ୨୮ ଜାନୁଆରୀ ୨୦୨୧

କେଉଁମାନେ କରିପାରିବେ ଆବେଦନ:

କେବଳ ଭାରତୀୟ ନାଗରିକଙ୍କୁ ଚୟନ କରାଯିବ। ଆବେଦନ କରୁଥିବା ପ୍ରାର୍ଥୀ ୧୦ମ, ଯୁକ୍ତ ୨, ଯୁକ୍ତ ୩(UG), CA ଇଣ୍ଟରମିଡିଏଟ୍, ICWA ରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ଯକ।

bel

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୭ ବର୍ଷ ହୋଇଥିବା ଜରୁରୀ। ସେହିପରି ଓବିସି ଏବଂ ଅନୁସୂଚତି ଜାତି/ ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ ୫ ବର୍ଷର ରିହାତି ରହିଛି।

ଏମିତି କରନ୍ତୁ ଆବେଦନ: ପ୍ରାର୍ଥୀ ଉପଯୁକ୍ତ ମାନଦଣ୍ଡ ପୂର୍ଣ୍ଣ କରି ଆବେଦନପତ୍ର ୨୮ ଜାନୁଆରୀ ମଧ୍ୟରେ [email protected] କୁ ପଠାନ୍ତୁ। ଆବେଦନ ଇ ମେଲରରେ ସବଜେକ୍ଟରେ ନିଶ୍ଚିତ @MIT(Finance) trainee ଲେଖନ୍ତୁ।