୧ ଲକ୍ଷ ଟଙ୍କାରୁ କମରେ ମିଳିବ ଅନେକ ସ୍କୁଟର ଏବଂ ବାଇକ୍, ରହିଛି ଦମଦାର୍ ମାଇଲେଜ୍

ନୂଆ ବର୍ଷ ହେଉ କିମ୍ବା କୌଣସି ଫେଷ୍ଟିଭ୍ ସିଜିନ୍ ହେଉ, ଲୋକେମାନେ ଏହାକୁ ବହୁତ ଧୁମଧାମରେ ପାଳନ କରନ୍ତି । ଏହି ଅବସରରେ ଲୋକେମାନେ ନିଜ ଘର ପାଇଁ କିଛି ନୂଆ ଜିନିଷ କିମ୍ବା ନୂଆ ଗାଡି ଆଣିବା ପାଇଁ ମଧ୍ୟ ପ୍ଲାନ୍ କରିଥାନ୍ତି । ଭାରତୀୟ ବଜାରରେ ଅନେକ ଗାଡି ରହିଛି, ଯାହାକୁ ଆପଣ ଘରକୁ ଆଣି ଆପଣଙ୍କ ଖୁସିକୁ ବଢ଼ାଇପାରିବେ । ୧ ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ ମୋଟରସାଇକେଲ୍ ଏବଂ ସ୍କୁଟର ବିଷୟରେ ଆସନ୍ତୁ ଜାଣିବା ।

Hero Splendor Plus :

Hero Splendor Plus ଭାରତୀୟ ବଜାରରେ ମୋଷ୍ଟ ପପୁଲାର୍ ମୋଟରସାଇକେଲରୁ ଗୋଟିଏ । ଏହି ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୭୫,୪୪୧ ଟଙ୍କାରୁ ଆରମ୍ଭ ହେଉଛି । Hero ର ଏହି ବାଇକରେ ଏୟାର-କୁଲ୍ଡ, ୪-ଷ୍ଟ୍ରୋକ୍, ସିଙ୍ଗଲ-ସିଲିଣ୍ଡର, OHC ଇଞ୍ଜିନ୍ ରହିଛି । ବାଇକରେ ଥିବା ଏହି ଇଞ୍ଜିନ୍ ୮,୦୦୦ rpm ରେ ୫.୯ kW ର ପାୱାର ମିଳିଥାଏ ଏବଂ ୬,୦୦୦ rpm ରେ ୮.୦୫ Nm ର ଟର୍କ ମିଳିଥାଏ । ଏହି ବାଇକ୍ ୭୦ କିଲୋମିଟର ମାଇଲେଜ୍ ଦେଇଥାଏ ।

Honda Activa :

Honda Activa ଦେଶର ବହୁତ ଅଧିକ ସେଲ୍ ହେଉଥିବା ସ୍କୁଟର ମଧ୍ୟରୁ ଗୋଟି, । ଏହି ଟୁ-ହୁଇଲର ଗାଡିରେ ୪-ଷ୍ଟ୍ରୋକ୍, SI ଇଞ୍ଜିନ୍ ଲାଗିଛି । ଏହି ଇଞ୍ଜିନରେ ୮,୦୦୦ rpm ରେ ୫.୭୭ kW ର ପାୱାର ମିଳିଥାଏ ଏବଂ ୫,୫୦୦ rpm ରେ ୮.୯୦ Nm ର ଟର୍କ ମିଳିଥାଏ । ଏହି ସ୍କୁଟର ୫୦ କିଲୋମିଟର ମାଇଲେଜ୍ ଦେଇଥାଏ । Activa ର ତିନୋଟି ଭ୍ୟାରିଆଣ୍ଟ ମାର୍କେଟର ସାମିଲ ରହିଛି । Honda Activa ଦିଲ୍ଲୀରେ ଏକ୍ସ-ସୋରୁମ୍ ପ୍ରାଇସ୍ ୭୬,୬୮୪ ଟଙ୍କାରୁ ଆରମ୍ଭ ହୋଇ ୮୨,୬୮୪ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଦେଶର ଅନ୍ୟ ସହରରେ ଏହି ମୂଲ୍ୟରେ ପାର୍ଥକ୍ୟ ଥାଇପାରେ ।

TVS Raider :

TVS Raider 125 ଏକ ଦମଦାର୍ ଏବଂ ମର୍ଡନ ଷ୍ଟାଇଲ ସହିତ ଏକ ବେଜଟ୍ ଫ୍ରେଣ୍ଡଲି ବାଇକ୍ ହୋଇଛି । ଏହି ମୋଟରସାଇକେଲ ବଜାରରେ ୬ଟି ଭ୍ୟାରିଆଣ୍ଟରେ ସେଲ୍ ହେଉଛି । ଦିଲ୍ଲୀର ଏହି TVS ବାଇକର ଏକସ-ସୋରୁମ୍ ପ୍ରାଇସ୍ ୯୮,୫୩୦ ଟଙ୍କାରୁ ଆରମ୍ଭ ହୋଇଛି । ଏହି ବାଇକ୍ ମାତ୍ର ୫.୮ ସେକେଣ୍ଡରେ ୦ ରୁ ୬୦ କିଲୋମିଟର ସ୍ପିଡରେ ପହଞ୍ଚିପାରେ । ଏହି ଟୁ-ହୁଇଲର ଗାଡିର ARAI ମାଇଲେଜ୍ ହେଉଛି ୫୬.୭ କିଲୋମିଟର ।

TVS Jupiter :

TVS Jupiter ମଧ୍ୟ ଏକ ଦମଦାର୍ ସ୍କୁଟର । ଏହି ଟୁ-ହୁଇଲର ଗାଡି ମାର୍କେଟରେ ମଧ୍ୟ ବହୁତ କ୍ରେଜ୍ ରହିଛି । ଏହି TVS ସ୍କୁଟରରେ ଏକ୍ସ-ସୋରୁମ୍ ପ୍ରାଇସ୍ ୭୪,୬୯୧ ଟଙ୍କାରୁ ଆରମ୍ଭ ହୋଇଛି । ଏହି ମଡେଲ ମାର୍କେଟରେ ୪ଟି ଭ୍ୟାରିଆଣ୍ଟ- Drum, Drum Alloy, Drum SXC ଏବଂ Disc SXC ରେ ଉପଲବ୍ଧ । TVS Jupiter ର ARAI ମାଇଲେଜ୍ ହେଉଛି ୫୩ କିଲୋମିଟର ।