୫୦୦ଟଙ୍କାରୁ କମ୍‌ ଦାମ୍‌ରେ ସବୁଠୁ ବଢ଼ିଆ ଡାଟା ଓ କଲିଂ ପ୍ଲାନ୍‌ ଦେଉଛନ୍ତି ଏସବୁ କମ୍ପାନୀ, ଦେଖନ୍ତୁ ପୂରା ତାଲିକା

ଭାରତୀୟ ଟେଲିକମ୍‌ ବଜାରରେ ପ୍ରିପେଡ୍‌ ପ୍ଲାନ୍‌ ସହ ବ୍ରଡବ୍ୟାଣ୍ଡ ପ୍ଲାନ୍‌ର ବି ପ୍ରବଳ ଡିମାଣ୍ଡ ରହିଛି। ଏହି ଡିମାଣ୍ଡକୁ ଦୃଷ୍ଟିରେ ରଖି ଜିଓ, ବିଏସ୍‌ଏନ୍‌ଏଲ୍‌ ଓ ଏୟାରଟେଲ କେତେକ ନୂଆ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ ଲଞ୍ଚ୍‌ କରିଛନ୍ତି। ଏସବୁ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ହାଇ ସ୍ପିଡ୍‌ ଡାଟା ସହ ଅନ୍‌ଲିମିଟେଡ୍‌ କଲିଂର ସୁବିଧା ମଧ୍ୟ ଦିଆଯାଉଛି। ଯଦି ଆପଣ ବି ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍‌ ନେବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ ୫୦୦ ଟଙ୍କା ଭିତରେ କେଉଁଟି ଆପଣଙ୍କ ପାଇଁ ସବୁଠୁ ଭଲ ପ୍ଲାନ୍‌…

BSNL‌ର ୪୯୯ ଟଙ୍କିଆ ପ୍ଲାନ୍‌:

ଏହି ପ୍ଲାନ୍‌ର ନାଁ ରହିଛି ଫାଇବର ବେସିକ୍‌। ଏଥିରେ ୟୁଜର୍ସଙ୍କୁ ୩୦ mbps ସ୍ପିଡ୍‌ରେ ୩୩୦୦ ଜିବି ଡାଟା ମିଳିବ। ଯଦି ସମୟ ପୂର୍ବରୁ ଡାଟା ସରିଯାଏ, ତେବେ ସ୍ପିଡ୍‌କୁ କମ୍‌ କରି ୨ mbps କରାଯିବ। ଏଥିସହ ଏଥିରେ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ମଧ୍ୟ ଦିଆଯାଉଛି।

broadband

Jio ର ୩୯୯ ଟଙ୍କିଆ ପ୍ଲାନ୍‌:

ଏହା ଜିଓର ସବୁଠୁ ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନ୍‌। ଆପଣଙ୍କୁ ଏହି ପ୍ଲାନ୍‌ରେ ୧୦ mbps ସ୍ପିଡ୍‌ରେ ଅନ୍‌ଲିମିଟେଡ୍‌ ଡାଟା ମିଳିବ। ଏଥିସହ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ମଧ୍ୟ ମିଳିବ।

Airtel ର ୪୯୯ ଟଙ୍କିଆ ପ୍ଲାନ୍‌:

ଏୟାରଟେଲର ପୋର୍ଟ ଫୋଲିଓରେ ଏହି ପ୍ଲାନ୍‌ ବହୁତ ଶସ୍ତା। ଏହି ପ୍ଲାନ୍‌ରେ ଆପଣଙ୍କୁ ୪୦ mbps ସ୍ପିଡ୍‌ରେ ଅନ୍‌ଲିମିଟେଡ୍‌ ଡାଟା ମିଳିବ। ଏଥିରେ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ମଧ୍ୟ ମିଳିବ। ଏହା ବ୍ୟତୀତ ଏହି ପ୍ଲାନ୍‌ରେ ଏୟାରଟେଲ ଷ୍ଟ୍ରିମିଂ ଓ ଓ୍ଵିଙ୍କ୍‌ ମ୍ୟୁଜିକ୍‌ ଭଳି ପ୍ରିମିୟମ୍‌ ଆପ୍‌ର ସବ୍‌ସ୍କ୍ରିପ୍‌ସନ୍‌ ମଧ୍ୟ ମାଗଣାରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.