ଅଫିସ୍ ଯିବା ଆସିବା ପାଇଁ CNG କାର୍ ଖୋଜୁଛନ୍ତି କି? ୧୦ ଲକ୍ଷ ଭିତରେ ମିଳିବ ଏହିସବୁ ଦମଦାର୍ କାର୍

ପେଟ୍ରୋଲ ଏବଂ ଡିଜେଲର ଅଧିକ ମୂଲ୍ୟ ହେତୁ ଲୋକମାନେ ଆଜିକାଲି CNG କାର କିଣିବାକୁ ପସନ୍ଦ କରନ୍ତି । ଏଭଳି ପରିସ୍ଥିତିରେ ଏହି କାରଗୁଡିକର ଚାହିଦା ବହୁତ ବୃଦ୍ଧି ପାଇଛି । ବାସ୍ତବରେ, ପେଟ୍ରୋଲ ଏବଂ ଡିଜେଲ ଅପେକ୍ଷା ସିଏନଜି ଶସ୍ତା ଏବଂ ଏହି କାରଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ କାର ଅପେକ୍ଷା ଅଧିକ ମାଇଲେଜ ଦେଇଥାଏ । ଏଠାରେ ଆମେ ଆପଣଙ୍କୁ ଟପ୍-୩ ସିଏନଜି କାର୍ ବିଷୟରେ କହିବାକୁ ଯାଉଛୁ ଯାହା ଭାରତୀୟ ବଜାରରେ ୧୦ ଲକ୍ଷରୁ କମ୍ ବଜେଟରେ ଉପଲବ୍ଧ ।

Maruti Suzuki Fronx CNG:

ମାରୁତି ଫ୍ରକ୍ସ ସିଗମା CNG ରେ, ଆପଣ ଏକ ୧୧୯୭cc ଚାରି ସିଲିଣ୍ଡର ଇଞ୍ଜିନ ପାଇପାରିବେ, ଯାହା ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ପ୍ରଦାନ କରାଯାଇଥାଏ । ଏହି ଇଞ୍ଜିନରେ ଆପଣ ୬୦୦୦ rpm ରେ ୭୬.୪୩ bhp ପାୱାର ଏବଂ ୪୩୦୦ rpm ରେ ୯୮.୫ Nm ର ଟର୍କ ପାଇପାରିବେ । ମାରୁତି ସୁଜୁକି ଫ୍ରକ୍ସ CNG ର ମାଇଲେଜ୍ ବିଷୟରେ କମ୍ପାନୀ ଦାବି କରିଛି ଯେ ଏହା ଏକ କିଲୋଗ୍ରାମ CNG ଉପରେ ୨୮.୫୧ କିଲୋମିଟର (28.51 କିଲୋମିଟର / କିଲୋଗ୍ରାମ) ଚଲାଇପାରିବେ । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୮.୪୬ ଲକ୍ଷ ଟଙ୍କା ।

Tata Punch Pure CNG:

ଟାଟା ପଞ୍ଚ ହେଉଛି ଏକ ମାଇକ୍ରୋ SUV ସେଗମେଣ୍ଟ କାର, ଯାହା ୫ ଷ୍ଟାର୍ ଗ୍ଲୋବାଲ୍ NCAP ସେପ୍ଟି ରେଟିଂ ସହିତ ଆସିଥାଏ । ଟାଟା ପଞ୍ଚରେ ଆପଣ ୧. ୨L (1199cc) ରେଭୋଟ୍ରନ୍ ଇଞ୍ଜିନ୍ ପାଇପାରିବେ । ଯାହା ୬୦୦୦ rpm ରେ ୭୨.୫ bhp ପାୱାର ଏବଂ ୩୨୫୦ rpm ରେ ୧୦୩ Nm ଟର୍କ ଜେନେରେଟ କରେ । ମାଇଲେଜ୍ ବିଷୟରେ କହିବାକୁ ଗଲେ କମ୍ପାନୀ ଦାବି କରିଛି ଯେ ଏହା ଏକ କିଲୋଗ୍ରାମ CNG ଉପରେ ୨୬.୯୯ କିଲୋମିଟର (26.99 କିଲୋମିଟର / କିଲୋଗ୍ରାମ) ଚଲାଇପାରିବେ । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୭.୨୩ ଲକ୍ଷ ଟଙ୍କା ।

Hyundai Exter S CNG:

Exeter ହେଉଛି ହୁଣ୍ଡାଇର ଏକ କ୍ରସଓଭର SUV । ଏହା ଏକ ବହୁତ ପ୍ରଶସ୍ତ କାର । କାରର ଇଞ୍ଜିନ୍ ବିଷୟରେ କହିବାକୁ ଗଲେ ଏହାର ୧୧୯୭cc ଇଞ୍ଜିନ୍ ଅଛି ଯାହାକି ୬୦୦୦ rpm ରେ ୬୭.୭୨ bhp ପାୱାର ଏବଂ ୪୦୦୦ rpm ରେ ୯୫.୨Nm ଟର୍କ ଜେନେରେଟ କରେ । ମାଇଲେଜ୍ ବିଷୟରେ କହିବାକୁ ଗଲେ କମ୍ପାନୀ ଦାବି କରିଛି ଯେ ଏହା ଏକ କିଲୋଗ୍ରାମ CNG ଉପରେ ୨୭.୧ କିଲୋମିଟର (27.1 କିଲୋମିଟର / କିଲୋଗ୍ରାମ) ଚଲାଇପାରିବେ । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ହେଉଛି ୮.୪୩ ଲକ୍ଷ ଟଙ୍କା ।