ବଢ଼ିଆ ଅଫର ସହ ପୂଜା ବଜାରରେ ନୂଆ ମଡେଲ ଲଞ୍ଚ କରିଛି ହିରୋ

ପାର୍ବଣ ସମୟରେ ପୂଜା ବଜାର ଏବେ ସରଗରମ ହେବାରେ ଲାଗିଛି। ସରକାରଙ୍କ କଟକଣା ସତ୍ତ୍ୱେ ମଧ୍ୟ ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦୋକାନୀମାନେ ଦମଦାର ଅଫର ଆଣୁଛନ୍ତି। ଖାସ୍ କରି ନୂଆ ଜିନିଷକୁ କିଣିବା ପାଇଁ ଏହି ଅଫରକୁ ଅପେକ୍ଷା କରି ବସିଥାନ୍ତି ସାଧାରଣ ଲୋକେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାତା କମ୍ପାନୀ ମଧ୍ୟ ବିଭିନ୍ନ ପ୍ରକାର ପୂଜା ଅଫର ଲୋକଙ୍କ ପାଇଁ ଆଣିଛନ୍ତି। ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ବେଷ୍ଟ ଜିନିଷ ଦେଇ ସନ୍ତୁଷ୍ଟ କରିବା ପାଇଁ ବଜାରରେ ଏବେ ଅଫର ରେସ୍ ଲାଗିଛି।

ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ହେବ କରୋନା କଟକଣା ପରେ ଲୋକଙ୍କ ମନକୁ ଫେରିଛି ଟିକେ ଖୁସି, କିନ୍ତୁ ମନରୁ ଲିଭିନି ଡର। ଏହା ଭିତରେ ବି ଏବର୍ଷ ଏହି ପାର୍ବଣ ଋତୁକୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିବା ପାଇଁ ଅଣ୍ଟା ଭିଡ଼ିଲେଣି ଲୋକେ। ତେଣୁ ପୂଜା ମାର୍କେଟରେ ବେଶ୍‌ ଗହଳି ଲାଗିଛି।ଏହାକୁ ଆଖିରେ ରଖି ଏ ବର୍ଷ ଗାଡ଼ି କମ୍ପାନୀମାନେ ମଧ୍ୟ କେତେ ପ୍ରକାର ପୂଜା ଅଫର ଲୋକଙ୍କ ପାଇଁ ଛାଡିଛନ୍ତି। ଏଥିରୁ ହିରୋ ମୋଟର୍ସ ମଧ୍ୟ ବାଦ ପଡ଼ିନି । କମ୍ପାନୀ ଏଥର ପୂଜା ବଜାରରେ ଭଲ ବିଜନେସ କରିବା ଆଶାରେ ତାର ତିନିଟି ନୂଆ ମଡେଲ ମାର୍କେଟକୁ ଛାଡିବା ସହ ଆକର୍ଷଣୀୟ ଓ ଲୋଭନୀୟ ଅଫର ମଧ୍ୟ ଦେଉଛି।

ଯେଉଁଥିରେ ଦୁଇଟି ସ୍କୁଟର ଓ ଗୋଟିଏ ବାଇକ ମଡେଲକୁ ଲଞ୍ଚ କରିଛି କମ୍ପାନୀ। ସ୍କୁଟର ସେଗମେଣ୍ଟରେ Maestro Edge -125 connect ଓ PLEASURE plus platinum ରହିଛି । ସେହିପରି ବାଇକ ସେଗମେଣ୍ଟରେ Glamour Xtec ଓ ହିରୋ HF DLX  ଗାଡ଼ି ଆସିଛି ମାର୍କେଟକୁ ।ସ୍କୁଟର ମଡେଲରେ ୪୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ଡିସକାଉଣ୍ଟ ରହିଛି ।  ବାଇକ ମଡେଲ Glamour ଓ ହିରୋ HF DLXରେ ୨୧୦୦ ଟଙ୍କା କ୍ୟାସ ଡିସକାଉଣ୍ଟ ଏବଂ ପ୍ରିମିୟମ ମଡେଲରେ ୫୦୦୦ ଟଙ୍କା କ୍ୟାସ ଡିସକାଉଣ୍ଟ ଧାର୍ଯ୍ୟ କରିଛି କମ୍ପାନୀ। ତେଣୁ ଏହି ଦମଦାର ଅଫର ଏବଂ ନୂଆ ମଡେଲକୁ ନେଇ ଡିଲରମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି। ଗତବର୍ଷ କୋଭିଡ କଟକଣା ଯୋଗୁଁ ପୂଜା ବଜାରରେ ବିଜନେସ ଠପ ହୋଇଯାଇଥିଲା। ଏ ବର୍ଷ କିନ୍ତୁ ଭଲ ବିଜନେସ ହେବ ବୋଲି ଆଶା ରଖିଛନ୍ତି ଗାଡ଼ି ଡିଲର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.