ଦୈନିକ ଘରୁ ଅଫିସକୁ ଯିବା ପାଇଁ ବେଷ୍ଟ ହୋଇଛି ଏହି ବାଇକ୍, ୭୦ km ରୁ ଅଧିକ ମିଳିବ ମାଇଲେଜ୍

ଭାରତୀୟ ବଜାରରେ ଟୁ-ହୁଇଲରର ଡିମାଣ୍ଡ ବେସ୍ ବଢ଼ିଚାଲିଛି । ଦୈନିକ ଘରୁ ଅଫିସକୁ ଯିବାକୁ ଲୋକମାନେ ଏପରି ବାଇକ୍ ଏବଂ ସ୍କୁଟର ଖୋଜନ୍ତି ଯାହାର କମ୍ ପ୍ରାଇସ୍ ସହିତ ଭଲ ମାଇଲେଜ୍ ଅଛି । ଭାରତୀୟ ବଜାରରେ ବିଭିନ୍ନ କମ୍ପାନୀର ମୋଟରସାଇକେଲ ଉପଲବ୍ଧ ଅଛି ।

ଯଦି ଆପଣ ଏକ ନୂଆ ମୋଟରସାଇକେଲ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ TVS Sport ଆପଣଙ୍କ ପାଇଁ ଭଲ ଅପ୍ସନ ହେବ । ଆପଣଙ୍କୁ ଅନ୍-ରୋଡ୍ ପ୍ରାଇସ୍, EMI ଏବଂ ଡାଉନ୍ ପେମେଣ୍ଟ ବିଷୟରେ କହିବୁ ।

TVS Sport Bike ଦୁଇଟି ଭ୍ୟାରିଆଣ୍ଟରେ ଉପଳବ୍ଧ ହୋଇଛି । ଦିଲ୍ଲୀର ଏହାର ବେସ୍ ଭ୍ୟାରିଆଣ୍ଟ ସ୍ପୋର୍ଟ ସେଲଫ୍ ଷ୍ଟାର୍ଟ ଆଲୋଇ ହୁଇଲ ଅନ୍-ରୋଡ୍ ପ୍ରାଇସ୍ ୭୨ ହଜାର ଟଙ୍କା ଅଛି । ଏହାର ଟପ୍ ଭ୍ୟାରିଆଣ୍ଟ ସ୍ପୋଟର୍ ସେଲଫ୍ ଷ୍ଟାର୍ଟ ଆଲୋଇ ହୁଇଲ୍ ଭ୍ୟାରିଆଣ୍ଟର ଅନ୍-ରୋଡ୍ ପ୍ରାଇସ୍ ପ୍ରାୟ ୮୬ ହଜାର ଟଙ୍କା ।

ଯଦି ଆପଣ ନୂଆ ଦିଲ୍ଲୀରେ ୧୦ ହଜାର ଟଙ୍କା ଡାଉନ୍ ପେମଣ୍ଟ ଦେି ବେସ୍ ଭ୍ୟାରିଆଣ୍ଟ କିଣନ୍ତି ତେବେ ଆପଣଙ୍କୁ ଏଥିପାଇଁ ୬୨ ହଜାର ଟଙ୍କାର କାର ଲୋନ୍ ନେବାକୁ ପଡିବ । ଆପଣ ଏହି ଲୋନକୁ ୯.୭% ସୁଧ ହାରରେ ପାଇବେ । ଏହି ଲୋନକୁ ସୁଜିବା ପାଇଁ ଆପଣଙ୍କୁ ୩ ବର୍ଷ ପାଇଁ ପ୍ରତି ମାସରେ ୨,୦୦୦ ଟଙ୍କା EMI ଦେବାକୁ ପଡିବ ।

TVS Sport Bike ବିଷୟରେ କମ୍ପାନୀ ଦାବି କରିଛି ଯେ ଏହି ବାଇକ୍ ଲିଟର ପିଛା ୭୦ କିଲୋମିଟରରୁ ଅଧିକ ମାଇଲେଜ୍ ଦେଇଥାଏ । ଏଥିରେ telescopic fork ଏବଂ twin shock absorber ମିଳିଥାଏ । ଏହି ବାଇକର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୯୦ କିଲୋମିଟରରୁ ଅଧିକ ରହିଛି । ବଜାରରେ ଏହି ବାଇକ୍, Hero HF 100, Honda CD 110 Dream ଏବଂ Bajaj CT 110X, Hero HF 100 ସହିତ ଟକ୍କର କରେ । Hero HF 100 ରେ ୯୭.୬ cc ଇଞ୍ଜିନ୍ ଅଛି, ଯାହା କମ୍ପାନୀ ଅପଡେଟ୍ କରିଛି ।