ଏହି ସବୁ ବାଇକ୍ ଦେଇଥାଏ ସର୍ବାଧିକ ମାଇଲେଜ, ଦାମ୍ ବି ବହୁତ କମ୍

ଭାରତୀୟ ବଜାରରେ ଅନେକ ଶସ୍ତା ଏବଂ ଭଲ ବାଇକ୍ସ ଉପଲବ୍ଧ ଅଛି । ଏହି ବାଇକ୍ସ ବିଭିନ୍ନ କମ୍ପାନୀରେ ରହିଛି । ଏହି ବାଇକ୍ସର ଲିଷ୍ଟରେ Hero, Honda ରୁ ଆରମ୍ଭ କରି TVS ଏବଂ Bajaj ପର୍ଯ୍ୟନ୍ତ ମଡେଲ୍ ସାମିଲ ଅଛି । ପ୍ରାଇସ ବିଷୟରେ କହିବାକୁ ଗଲେ ଏହାର ପ୍ରାଇସ୍ ମାତ୍ର ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।
Hero HF 100 :
ପ୍ରଥମ ଶସ୍ତା ଏବଂ ଭଲ ବାଇକ୍ ହେଉଛି Hero HF 100 । ଏହି ବାଇକ୍ ରେଡ-ବ୍ଲାକ୍ ଏବଂ ବ୍ଲୁ-ବ୍ଲାକ୍ କଲର କମ୍ବିନେସ ସହିତ ଆସିଥାଏ । Hero ର ଏହି ବାଇକରେ ୯୭.୨ cc, ଏୟାର କୋଲ୍ଡ, ୪-ଷ୍ଟ୍ରୋକ୍, ସିଙ୍ଗଲ-ସିଲିଣ୍ଡର, OHC ଇଞ୍ଜିନ୍ ଲାଗିଛି । ଏହି ଇଞ୍ଜିନ୍ ୮,୦୦୦ rpm ରେ ୫.୯ kW ର ପାୱାର୍ ମିଳିଥାଏ ଏବଂ ୬,୦୦୦ rpm ରେ ୮.୦୫ Nm ର ଟର୍କ ଜେନେରେଟ୍ ହୋଇଥାଏ । Hero HF ବାଇକ୍ ୭୦ kmpl ର ମାଇଲେଜ୍ ଦେଇଥାଏ । Hero HF 100 ର ଏକ୍ସ-ସୋରୁମ୍ ପ୍ରାଇସ୍ ୫୯,୦୧୮ ଟଙ୍କାରୁ ଆରମ୍ଭ ହୋଇଥାଏ ।
TVS Sport :
ସେକେଣ୍ଡ ବାଇକ ହେଉଛି TVS Sport, ଯେଉଁଥିରେ ସିଙ୍ଗଲ ସିଲିଣ୍ଡର, ୪-ଷ୍ଟ୍ରୋକ୍, ଫ୍ୟୁଏଲ ଇଞ୍ଜେକସନ୍ ଇଞ୍ଜିନ୍ ରହିଛି । ଏହି ବାଇକରେ ଥିବା ଇଞ୍ଜିନ୍ ୭,୩୫୦ rpm ରେ ୬.୦୩ kW ର ପାୱାର ମିଳିଥାଏ । ଏଥି ସହ ୪,୫୦୦ rpm ରେ ୮.୭ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ବାଇକରେ ୫-ସ୍ପିଡ୍ କନଷ୍ଟାଣ୍ଟ ମେଶ୍ ଟ୍ରାନ୍ସମିସନ୍ ଲାଗିଛି । TVS ର ଏହି ବାଇକ୍ ୯୦ kmph ର ଟପ୍-ସ୍ପିଡ୍ ଦେଇଥାଏ । TVS Sport ର ଏକ୍ସ-ସୋରୁମ୍ ପ୍ରାଇସ୍ ୫୯,୮୮୧ ଟଙ୍କାରୁ ଆରମ୍ଭ ହୋଇଛି ।
Bajaj CT 110X :
ଥାର୍ଡ ବାଇକ୍ ହେଉଛି- Bajaj CT 110X, ଯେଉଁଥିରେ TVS i-ଇଞ୍ଜିନ୍ ଲାଗିଛି । ବାଇକରେ ଥିବା ଏହି ଇଞ୍ଜିନ୍ ୮.୬ PS ର ପାୱାର ମିଳିଥାଏ ଏବଂ ୯.୮୧ Nm ର ଟର୍କ ଜେନେରେଟ୍ ହୋଇଥାଏ । ବାଇକର ଫ୍ୟୁଏଲ କ୍ୟାପିସିଟି ୧୧ ଲିଟର ରହିଛି । ଏହି Bajaj ବାଇକ୍ ୭୦ କିଲୋମିଟର ପ୍ରତି ଲିଟର ମାଇଲେଜ୍ ଦେବାକୁ ଦାବି କରିଛି । ଏହି ବାଇକରେ ଫ୍ରଣ୍ଟ ଏବଂ ରିୟର ଉଭୟରେ ଡ୍ରମ ବ୍ରେକ୍ ଲାଗିଛି । Bajaj ର ଏହି ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୭୦,୧୭୬ ଟଙ୍କାରୁ ଆରମ୍ଭ ହୋଇଛି ।
Honda CD 110 Dream :
ଏହା ବ୍ୟତୀତ Honda CD 110 Dream ଡିଲକ୍ସ ମଧ୍ୟ ଏକ ଦାମଦାର୍ ବାଇକ୍ । ଏହି ବାଇକରେ ୪-ଷ୍ଟ୍ରୋକ୍, SI, BS-VI ଇଞ୍ଜିନ୍ ଲାଗିଛି, ଯେଉଁଥିରେ ୭,୫୦୦ rpm ରେ ୯.୩୦ Nm ର ଟର୍କ ଜେନେରେଟ୍ ହୋଇଥାଏ । ବାଇକର ଫ୍ୟୁଏଲ ଟ୍ୟାଙ୍କ୍ କ୍ୟାପାସିଟି ୯.୧ ଲିଟର ଅଛି । ମାର୍କେଟରେ Honda ର ଏହି ବାଇକ୍ ୪ଟି କଲର ଭ୍ୟାରିଆଣ୍ଟରେ ଉପଲବ୍ଧ ରହିଛି । ଦିଲ୍ଲୀରେ Honda ର ଏହି ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୭୪,୪୦୧ ଟଙ୍କା ରହିଛି ।