ହିରୋର ଏହି ଶସ୍ତା ବାଇକ ହୋଣ୍ଡା ଆକ୍ଟିଭାକୁ କଲା ବେହାଲ, ଜବରଦସ୍ତ ହେଉଛି ବିକ୍ରି ଦାମ ବି ମାତ୍ର ୫୯ ହଜାର

ହୋଣ୍ଡା ଆକ୍ଟିଭା କେବଳ କମ୍ପାନୀର ନୁହେଁ ବରଂ ଦେଶରେ ମଧ୍ୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର ବନିଗଲାଣି। ପ୍ରତି ମାସ ବିକ୍ରିକୁ ଯଦି ଦେଖିବା ତାହେଲେ ହିରୋ ସ୍ପେଲଣ୍ଡର ବାଇକ୍‌, ଯାହା ଆକ୍ଟିଭାକୁ ପଛରେ ପକାଇଦେଇଛି ନହେଲେ ଲୋକଙ୍କର ପ୍ରଥମ ପସନ୍ଦ ରହିଛି ହୋଣ୍ଡା ଆକ୍ଟିଭା। କିନ୍ତୁ ଡିସେମ୍ବରରେ ହୋଇଥିବା ବିକ୍ରିକୁ ଯଦି ଆମେ ଆକଳନ କରିବା ତାହେଲେ ଏଥର ସ୍ପ୍ଲେଣ୍ଡର ନୁହେଁ ବରଂ ହିରୋର ଆଉ ଏକ ବାଇକ ହୋଣ୍ଡା ଆକ୍ଟିଭାକୁ ମାତ୍‌ ଦେଇଛି। ଆସନ୍ତୁ ଆଜି ଏ ଭିଡିଓରେ ଜାଣିବା ଡିସେମ୍ବର ୨୦୨୨ରେ ବିକ୍ରି ହୋଇଥିବା ଟପ୍‌ ୫ ଟୁ-ହ୍ଵିଲର୍ସ ବିଷୟରେ।

ସବୁବେଳ ଭଳି ହିରୋ ସ୍ପ୍ଲେଣ୍ଡର ପ୍ରଥମ ନମ୍ବରରେ ରହିଛି ଏବଂ ଡିସେମ୍ବର ମାସରେ ତ ୨,୨୫,୪୪୩ ୟୁନିଟ୍ସ ବିକ୍ରି ହୋଇଛି। ସେହିପରି ଏହି ବାଇକ ଡିସମ୍ବେର ୨୦୨୧ରେ ବିକ୍ରି କରାଯାଇଥିବାର ୨,୨୬,୭୫୯ ୟୁନିଟ୍ସ ମୁକାମିଲାରେ ୦.୫୮ ପ୍ରତିଶତ କମ୍‌ ଅଟେ। ଯଦିଓ ଅଧିକ ଚାହିଦାରେ ଥିବା ହିରୋର ଏଚଏଫ ଡିଲକ୍ସ ଦ୍ୱୀତିୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ଟୁ-ହ୍ଵିଲର ରହିଛି। ଏହି ବାଇକ ହୋଣ୍ଡା ଆକ୍ଟିଭାକୁ ତୃତୀୟ ସ୍ଥାନରେ ନେଇ ପହଁଚାଇ ଦେଇଛି।

ହିରୋ ଏଚଏଫ ଡିଲକ୍ସ ଡିସେମ୍ବର ୨୦୨୨ରେ ୧,୦୭,୭୫୫ ୟୁନିଟ୍ସ ବିକ୍ରି କରିଛି, ଯାହା ଡିସେମ୍ବର ୨୦୨୧ରେ ବିକ୍ରି ହୋଇଥିବା ୮୩,୦୦୦ ୟୁନିଟ୍ସ ମୁକାମିଲାର ୨୯ ପ୍ରତିଶତ। ସେହିପରି ହୋଣ୍ଡା ଆକ୍ଟିଭା ଗତ ମାସରେ ୯୬,୪୫୧ ୟୁନିଟ୍ସ ବିକ୍ରି କରିପାରିଛି ଏବଂ ଡିସେମ୍ବର ୨୦୨୧ ମୁକାବିଲାରେ ଆକ୍ଟିଭା ବିକ୍ରିରେ ୭ ପ୍ରତିଶତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଚତୁର୍ଥ ସ୍ଥାନରେ ରହିଛି ହୋଣ୍ଡା ସିବି ସାଇନ୍‌ ଏବଂ ପଞ୍ଚମରେ ରହିଛି ବଜାଜ୍‌ ପଲସର।

ହିରୋ ଏଚଏଫ୍‌ ଡିଲକ୍ସର ଖାସିୟତ୍‌

ହିରୋ ଏଚଏଫ ଡିଲକ୍ସ ବାଇକ୍‌ କମ୍ପାନୀର ସବୁଠାରୁ ଶସ୍ତା ବାଇକ୍‌ ମଧ୍ୟରୁ ଗୋଟିଏ। ଏହାର ଡ୍ରମ୍‌ ବ୍ରେକ୍‌ କିକ୍‌ ଷ୍ଟାର୍ଟ ଭର୍ଜନର ଦାମ୍‌ ୫୯,୯୯୦ ଟଙ୍କା ରହିଛି। ବାଇକରେ ୯୭.୨ସିସିର ୪ ଷ୍ଟ୍ରୋକ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍‌ ଦିଆଯାଇଛି। ଏହା କିକ୍‌ ଷ୍ଟାର୍ଟ ଏବଂ ସେଲ୍ଫ ଷ୍ଟାର୍ଟ ଭର୍ସନରେ ଆସିଥାଏ। ଏଥିରେ ଟେକ୍ନୋଲୋଜି ଦିଆଯାଇଛି। ଯାହା ୯ ପ୍ରତିଶତ ପର୍ଯ୍ୟନ୍ତ ଫୁଏଲ ସଞ୍ଚୟ କରିଥାଏ।