ଅଟୋ ଏକ୍ସପୋରେ Skoda ଲଞ୍ଚ କରିବ ଏହି ୩ଟି କାର୍, ମିଳିବ ଏକଦମ୍ ନୂଆ ଫିଚର୍ସ

ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ଚଳିତ ବର୍ଷ ଜାନୁଆରୀ ୧୭ ରୁ ଆୟୋଜିତ ହେବାକୁ ଯାଉଛି । କାର୍ ମେକର କମ୍ପାନୀ Skoda ଏହି ଇଭେଣ୍ଟରେ ନିଜର କିଛି ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି । ଏଥି ମଧ୍ୟରୁ ଗୋଟିଏ ହେଉଛି Kodiaq SUV, ଯାହା ଭାରତରେ ଥିବା ମଡେଲଗୁଡିକର ନୂଆ ଭର୍ସନ ହେବ । ନୂଆ Skoda Kodiaq ପୂର୍ବ ଅପେକ୍ଷା ବହୁତ ଆଡଭାନ୍ସ ଏବଂ ଅଧିକ ସ୍ପେସ୍ ସହିତ ଆସିବାକୁ ଯାଉଛି । ସାଇଜରେ ବଡ଼ ହେବା ବ୍ୟତୀତ ୭-ସିଟର ଅପ୍ସନ ସହିତ ଲଞ୍ଚ କରାଯିବ ।

ନୂଆ Skoda Kodiaq ର ଇଣ୍ଟେରିୟର ବିଷୟରେ କହିବାକୁ ଗଲେ ଏଥିରେ ଆପଣ ନୂଆ ଟେକ୍ନୋଲୋଜି ପାଇବାକୁ ଯାଉଛନ୍ତି । ଏକ ବଡ଼ ଟଚସ୍କ୍ରିନ୍ ପ୍ଲେସ୍ ସହିତ ଆପଣ ଏଥିରେ ନୂଆ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଳଷ୍ଟର ମଧ୍ୟ ପାଇବେ । ଇଞ୍ଜିନ୍ ଅପ୍ସନ ବିଷୟରେ କହିବାକୁ ଗଲେ ଏଥିରେ ଆପଣଙ୍କୁ ୨.୦ ଲିଟର ଟର୍ବୋ ପେଟ୍ରୋଲ ୟୁନିଟ୍ ସହିତ AWD ମଧ୍ୟ ଅଫର କରାଯିବ ।

Skoda Suberb ଏବଂ Elroq ମଧ୍ୟ ହେବ ଲଞ୍ଚ :

ଏହି SUV ସହିତ କମ୍ପାନୀ Skoda Superb କୁ ମଧ୍ୟ ଲଞ୍ଚ କରିବ, କିନ୍ତୁ ପ୍ରଥମେ Kodiaq କୁ ଲଞ୍ଚ କରାଯିବ । Skoda Superb ମଧ୍ୟ ଅଧିକ ମର୍ଡନ ଏବଂ ଦମଦାର୍ ଫିଚର୍ସ ସହିତ ଏଣ୍ଟ୍ରି କରିବ । ଏହାର ଇଣ୍ଟରିୟର ଏବଂ ପାୱାରଟ୍ରେନ୍ ମୁଖ୍ୟତଃ Kodiaq ଦ୍ୱାରା ଇନ୍ସପାୟର ହୋଇପାରିବ । ନୂଆ Skoda Suberb କୁ ଭାରତରେ ଏହାର ଡିମାଣ୍ଡ ହିସାବରେ ଇମ୍ପୋର୍ଟ କରାଯିବ ।

Skoda ଏକ ତୃତୀୟ SUV Elroq କୁ ମଧ୍ୟ ଆଣିବ ବୋଲି ଆଶ କରାଯାଉଛି, ଯାହା ମିଡ୍ ସାଇଜ୍ ଇଲେକ୍ଟ୍ରିକ୍ SUV ହୋଇଛି । ଏହା ମାର୍କେଟରେ Tata Curve ଏବଂ Hyundai Creta ଇଲେକ୍ଟ୍ରିକକୁ ଟକ୍କର ଦେବା ପାଇଁ ଡିଜାଇନ୍ କରାଯାଇଛି । Elroq ର ଲୁକ୍ କମ୍ପାକ୍ଟ ପରି ଦେଖାଯାଉଛି, କିନ୍ତୁ ଏହା ଏକ muscular ଡିଜାଇନ୍ ସହିତ ପରିଚିତ କରାଯାଇଛି ।

EURO NCAP କ୍ରାସ୍ ଟେଷ୍ଟରେ Skoda Kodiaq ଭଲ ପରଫର୍ମ କରିଛି । ନୂଆ Skoda Kodiaq ର adult safety test ରେ ୮୯%, child safety test ରେ ୮୩% ଏବଂ pedestal passenger safety test ରେ ୮୨% ଦିଆଯାଇଛି । ଏହି କାରର ସେଫ୍ଟି ଫିଚର୍ସକୁ ୭୨% ମାର୍କ ପାଇଛି ।