ବ୍ୟବସାୟ ଓ ଅର୍ଥନୀତି

LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ

ଭାରତୀୟ ଜୀବନ ବୀମା ନିଗମ (LIC) ବିଗତ ଅନେକ ଦଶନ୍ଧି ଧରି ସାଧାରଣ ଲୋକଙ୍କ ପାଇଁ କଠିନ ସମୟର ସାଥୀ ହୋଇଆସୁଛି । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ LIC ପଲିସି କେବଳ ଆପଣଙ୍କ ଜୀବନ ପରେ ନୁହେଁ ବରଂ ଆପଣଙ୍କ ଜୀବିତି ଅବସ୍ଥାରେ ମଧ୍ୟ କାମରେ ଆସିଥାଏ । ଆଜ୍ଞା ହଁ, LIC ମଧ୍ୟ ଏହାର ପଲିସି ବଦଳରେ ଅତି ସହଜରେ ଏବଂ ବହୁତ କମ୍ ସୁଧରେ ଋଣ ଦେଇଥାଏ । ଏହା ସହିତ ଋଣ ପରିଶୋଧ କରିବା ପାଇଁ ଅନେକ ବିକଳ୍ପ ମଧ୍ୟ ପ୍ରଦାନ କରେ । LIC ଏହାର ଅନେକ ବୀମା ପଲିସି ବଦଳରେ ବ୍ୟକ୍ତିଗତ ଋଣ ପ୍ରଦାନ କରେ । LIC ଏହି ଋଣ କିଛି ଜରୁରୀ ଖର୍ଚ୍ଚ ଯେପରି ଯାତ୍ରା, ଅସୁସ୍ଥତା ପାଇଁ ଚିକିତ୍ସା, ଉଚ୍ଚଶିକ୍ଷା, ବିବାହ, ଘର ମରାମତି ଇତ୍ୟାଦି ପାଇଁ ପ୍ରଦାନ କରେ । ଏହି ଋଣ ବଦଳରେ LIC ଆପଣଙ୍କର ପଲିସି ଡକ୍ୟୁମେଣ୍ଟ୍ ଜମା କରିନେଇଥାଏ । ଏହି କ୍ଷେତ୍ରରେ ଏହା ଏକ ସୁରକ୍ଷିତ ଋଣ ଅଟେ । ଯେଉଁଥିପାଇଁ ଆପଣ ବଜାର ହାରଠାରୁ କମ୍ ସୁଧ ହାରରେ ଋଣ ପାଇପାରିବେ । ଯଦି ଆବେଦନକାରୀ ଋଣ ପରିଶୋଧ କରିବାରେ ଅସମର୍ଥ, ତେବେ ବୀମା ପଲିସିର ପରିପକ୍ୱତା ବା ମ୍ୟାଚ୍ୟୁରିଟି କିମ୍ବା କ୍ଲେମ୍ ରାଶିରୁ ଏହାର ପରିଶୋଧ କରିପାରିବେ ।

ଆପଣଙ୍କୁ କେତେ ମିଳିବ ଋଣ

LIC ର ନିୟମ ଅନୁଯାୟୀ, ପଲିସି ଧାରକଙ୍କୁ ପଲିସିର ସରେଣ୍ଡ ମୂଲ୍ୟର ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେଇଥାଏ । କିଛି ପେଡ୍ ଅପ୍ ଯୋଜନା କ୍ଷେତ୍ରରେ, ଏହି ସୀମା ପଲିସି ସରେଣ୍ଡର ମୂଲ୍ୟର 85% ପର୍ଯ୍ୟନ୍ତ ହୋଇଥାଏ । ଉଭୟ କ୍ଷେତ୍ରରେ ଏହି ସରେଣ୍ଡ ମୂଲ୍ୟ ସୁରକ୍ଷା ଭାବରେ ବ୍ୟବହାର କରାଯାଇଥାଏ ।

କାହାକୁ ମିଳିଥାଏ ଋଣ

ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଆବଶ୍ୟକ । ଆବେଦନକାରୀଙ୍କର ଏକ ବୈଧ LIC ପଲିସି ଥିବା ଆବଶ୍ୟକ । ଋଣ ପାଇବା ପାଇଁ ବ୍ୟବହୃତ LIC ପଲିସି ସରେଣ୍ଡର ମୂଲ୍ୟର ଗ୍ୟାରେଣ୍ଟି ଦିଆଯାଇଥିବ ଅର୍ଥାତ ଟର୍ମ ପଲିସି ଉପରେ ଏହି ସୁବିଧା ମିଳିବ ନାହିଁ । ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ LIC ପ୍ରିମିୟମଗୁଡିକ ସମ୍ପୂର୍ଣ୍ଣ ରୂପେ ପୈଠ ହେବା ଆବଶ୍ୟକ ।

LIC ପଲିସି ଉପରେ ଋଣ ପାଇଁ କିପରି କରିବେ ଆବେଦନ

ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ ମାଧ୍ୟମରେ LIC ପଲିସି ବଦଳରେ ଋଣ ପାଇଁ ଆବେଦନ କରିପାରିବେ । ଆପଣ LIC କାର୍ଯ୍ୟାଳୟ ଭିଜିଟ୍ କରନ୍ତୁ ଏବଂ ପ୍ରଯୁଜ୍ୟ KYC ଡକ୍ୟୁମେଣ୍ଟ ସହିତ ଋଣ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ମୂଳ ପଲିସି ଦଲିଲ ସହିତ ଜମା କରନ୍ତୁ । ଯଦି ଆପଣ LIC ଇ-ସେବା ପାଇଁ ପଞ୍ଜୀକୃତ କରିଛନ୍ତି, ତେବେ ଆପଣ ଆପଣଙ୍କର ଅନଲାଇନ୍ ଆକାଉଣ୍ଟକୁ ଲଗ୍ଇନ୍ କରି ଏହି ପୋର୍ଟାଲରୁ ଆବେଦନ କରିପାରିବେ । ଆବେଦନପତ୍ର ଜମା କରିବା ସମୟରେ ଆପଣଙ୍କୁ ଆପଣଙ୍କର ଋଣ ଆବେଦନ କରିବା ପାଇଁ KYC ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ କିମ୍ବା ନିକଟସ୍ଥ LIC କାର୍ଯ୍ୟାଳୟକୁ ପଠାଇବାକୁ ପଡିପାରେ ।

ଏହି ପଲିସିଗୁଡିକ ଉପରେ ମିଳେନାହିଁ ଋଣ

କେବଳ ଏଣ୍ଡୋମେଣ୍ଟ ପ୍ଲାନ, ଇନକମ ପ୍ଲାନ ଏବଂ ୟୁନିଟ୍ ଲିଙ୍କଡ୍ ପ୍ଲାନରେ ଋଣ ମିଳିଥାଏ । ଯାହାର ସରେଣ୍ଡର ମୂଲ୍ୟ ଅଛି । ଟର୍ମ ପ୍ଲାନରେ ଏହା ମିଳି ନଥାଏ । ଉଦାହରଣ ସ୍ୱରୂପ, ଏହି ଋଣ LIC ର ନ୍ୟୁ ଜୀବନ ଆନନ୍ଦ, ଜୀବନ ରକ୍ଷକ, ଜୀବନ ଲକ୍ଷ୍ମୀ, ଜୀବନ ପ୍ରଗତି, ଜୀବନ ଲାଭ ଇତ୍ୟାଦି ଯୋଜନାରେ ଉପଲବ୍ଧ ରହିଛି । ଋଣର ସର୍ବନିମ୍ନ ଅବଧି ୬ ମାସ, କିନ୍ତୁ ଏହା ପୂର୍ଣ୍ଣ ପରିପକ୍ୱତା ଅବଧି ପର୍ଯ୍ୟନ୍ତ ପରିଶୋଧ କରାଯାଇପାରିବ । କେବଳ ଏତିକି ନୁହେଁ, LIC ମଧ୍ୟ ଏହି ସୁବିଧା ଦେଇଥାଏ ଯେ ଆପଣ କେବଳ ସୁଧ ଦେବା ଜାରି ରଖିପାରିବେ ଏବଂ ପରେ ପରିପକ୍ୱତା ରାଶିରୁ ମୂଳ ରାଶି କାଟି ଦିଆଯାଏ ।

LIC ପଲିସି ବଦଳରେ ଋଣର ସୁଧ ହାର

ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ରୁ ଋଣ ନେବା ଉପରେ ସୁଧ ହାର କମ୍ ହୋଇଥାଏ । ବର୍ତ୍ତମାନ ସମୟରେ ଅନ୍ୟ ବ୍ୟାଙ୍କଗୁଡିକରେ ବ୍ୟକ୍ତିଗତ ଋଣ ହାର ୧୮ ପ୍ରତିଶତରୁ ଅଧିକ ହୋଇଥିବାବେଳେ LIC ଏଥିପାଇଁ ୧୦.୫ ପ୍ରତିଶତ ସୁଧ ଆଦାୟ କରୁଛି, ଯାହା ବଜାରରେ ସର୍ବନିମ୍ନ ଅଟେ ।

 

 

 

 

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

15 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

18 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

40 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

43 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago