କଣ ଆପଣ SBI ଗ୍ରାହକ ? ଜାଣନ୍ତୁ ଏହି ୫ ସେବା ପାଇଁ କେତେ ଟଙ୍କା ଆଦାୟ କରିଥାଏ ବ୍ୟାଙ୍କ୍

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ୍ । ସମଗ୍ର ଦେଶରେ ଏସବିଆଇର ପ୍ରାୟ ୪୩ହଜାରରୁ ଅଧିକ ଏଟିଏମ୍ ରହିଛି । ଅଧିକାଂଶ ଲୋକ କେବଳ ଟଙ୍କା ଉଠାଇବା, ବାଲାନ୍ସ ଚେକ୍ କରିବା ଏବଂ ମିନି ଷ୍ଟେଟମେଂଟ୍ ବାହାର କରିବା ପାଇଁ କରନ୍ତି । କିନ୍ତୁ ଏସବିଆଇର ଏଟିଏମରୁ ଉପଲବ୍ଧ ସେବାର ଏହା ଖୁବ୍ ଛୋଟ ଅଂଶ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ବ୍ୟାଙ୍କ୍ କେଉଁ ସେବା ପାଇଁ କେତେ ଟଙ୍କା ନେଇଥାଏ ।
ଏହା ସହ ପଢନ୍ତୁ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ କରନ୍ତୁ ନାହିଁ ଏହି ଭୁଲ , ନଚେତ୍ ଭୋଗିପାରନ୍ତି ଅସୁବିଧା
ଆପଣଙ୍କ ଆକାଉଂଟରେ ଥିବା ଆଭରେଜ୍ ଟଙ୍କା (QAB) :
ଟଙ୍କା ନ ରଖିଲେ ଚାଲୁଥିବା ଖାତାରୁ ତ୍ରୈମାସିକ ୬୧୧ ଟଙ୍କା ଚାର୍ଜ ନେଇଥାଏ ଏସବିଆଇ ।
ନକଲି ପାସବୁକ୍
ଯଦି ଆପଣଙ୍କ ପାସବୁକ୍ ହଜିଯାଉଛି ତେବେ ନକଲି ପାସବୁକ୍ ତିଆରି ପାଇଁ ୧୦୨ ଟଙ୍କା ଚାର୍ଜ ନେଇଥାଏ ବ୍ୟାଙ୍କ୍ । ସେହିପରି ପାସବୁକରେ ୪୦ରୁ ଅଧିକ ଏଣ୍ଟ୍ରି ଅପଡେଟ୍ କରିବା ପାଇଁ ଆପଣଙ୍କୁ ୧୦୨ ଟଙ୍କାରୁ ଅଧିକ ଟଙ୍କା ଦେବାକୁ ପଡିଥାଏ ।
ଷ୍ଟପ୍ ପେମେଂଟ୍ ନିର୍ଦ୍ଦେଶ
ଯଦି ଆପଣଙ୍କ ନିଜର କୌଣସି ଚେକକୁ ଅଟକାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୫୧ ଟଙ୍କା ପ୍ରତି ୩ ଚେକ୍ ଚାର୍ଜ ଦେବାକୁ ପଡିବ । ଏହାଠାରୁ ଅଧିକ ଚେକ୍ ଅଟକାଇବାକୁ ହେଲେ ଆପଣଙ୍କୁ ୨୦୪ ଟଙ୍କା ଦେବାକୁ ପଡିବ ।
ବାଲାନ୍ସ ପଚାରିବା
ଏଥିପାଇଁ ବ୍ୟାଙ୍କ୍ କୌଣସି ଚାର୍ଜ ନେଇନଥାଏ ।
ଇଣ୍ଟରନେଟ୍ ସାର୍ଟିଫିକେଟ୍
ବ୍ୟାଙ୍କ୍ ଏଥିପାଇଁ ୧୦୨ ଟଙ୍କା ପ୍ରତି ଇଣ୍ଟରନେଟ୍ ସାର୍ଟିଫିକେଟ୍ ନେଇଥାଏ ।