ବିଗ୍ ବଜାରର ‘ସବସେ ଶସ୍ତେ ପାଞ୍ଚ ଦିନ’ ସେଲ୍ ଅଫର , ଆକର୍ଷଣୀୟ ଅଫର୍ ସହିତ ରିହାତି ପାଇବେ ଗ୍ରାହକ

ବିଗ୍ ବଜାରର ସବସେ ଶସ୍ତେ ପାଞ୍ଚ ଦିନ ସେଲ୍ ଅଫର । ଏହି ଅଫର ବିଶେଷ କରି ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ପାଇଁ କରାଯାଇଛି । ଏହି ଅବସରରେ ଗ୍ରାହକମାନେ ବିଭିନ୍ନ ସାମଗ୍ରୀ କିଣାକିଣି ଉପରେ ଆକର୍ଷଣୀୟ ଅଫର୍ ଓ ରିହାତି ପାଇପାରିବେ । ବିଗ୍ ବଜାର ପକ୍ଷରୁ ଏନେଇ ସବିଶେଷ ବିବରଣି ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୩ରୁ ଆରମ୍ଭ ହୋଇ ୨୭ ତାରିଖ ପର‌୍ୟ୍ୟନ୍ତ ଚାଲିବ। ସମସ୍ତ ବିଗ୍ ବଜାର ସବୁ ଷ୍ଟୋରରେ ଏହି ସେଲ୍ ଚାଲିବ।

bigଗ୍ରାହକମାନେ ୩ହଜାର ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କଲେ ନିଜର ଫ୍ୟୁଚର୍ ପେ ୱାଲେଟରେ ୨୦% କ୍ୟାସବ୍ୟାକ୍ ସହିତ ଆହୁରି ଆହୁରି ଅନେକ କିଛି ସୁବିଧା ପାଇ ପାରିବେ। ରୁପେ କାର୍ଡରେ ୫୦୦ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି ଉପରେ ୭% ଅତିରିକ୍ତ ରିହାତି ମିଳିବ। ପେଟିଏମକୁ ବ୍ୟବହାର କରି ଗ୍ରାହକମାନେ ଇଭାଉଚର୍ କିଣିପାରିବେ। ଏହି ସେଲ୍ ମାଧ୍ୟମରେ ଗ୍ରାହକ ମାନେ ଅଧିକ ରିହାତି ପାଇବାର ସୁବିଧାକୁ ଉପଲବ୍ଧ କରିପାରିବେ ।