କମିଲା ସୁନା ଦର, ଜଲଦି ଘରକୁ କିଣି ଆଣନ୍ତୁ ସୁନା ଗହଣା…

ଦିନକୁ ଦିନ ନୂଆ ରେକର୍ଡ ଛୁଇଁଚାଲିଛି । ଏବେ ୯୦ହଜାର ଆଡକୁ ମୁହାଁଇଲାଣି । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୮୯ ହଜାର ୫୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨ ହଜାର ୧୦୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୯ ହଜାର ୬୭୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୨, ୨୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୨,୧୦୦ ଟଙ୍କା ଓ ୮୯,୫୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୨, ୨୫୦ ଟଙ୍କା ଓ ୮୯, ୭୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୨,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୯, ୫୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୨,୧୦୦ ଓ ୮୯,୫୬୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୩,୦୦୦ ଟଙ୍କା ହୋଇଛି ।

Also read: ଇଣ୍ଡିଗୋ ଏବଂ ଆକାଶ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ ଆଣିଦେଇଛି ହୋଲି ଅଫର୍, ୯୯୯ ଟଙ୍କା କରିପାରିବେ ବିମାନ ଯାତ୍ରା