ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର; ଜଲଦି କିଣନ୍ତୁ ଅଳଙ୍କାର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୭ ହଜାର ୦୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୪ ହଜାର ୦୫୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୭, ୦୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୪ ,୦୫୦ ଟଙ୍କା ରହିଛି । ଭାରତରେ ଆଜି ସୁନା ଦର ୨୪ କ୍ୟାରେଟ ୧୦ ଗ୍ରାମରେ ୪୪୦ ଟଙ୍କା ଏବଂ ୨୨ କ୍ୟାରେଟ ୧୦ ଗ୍ରାମରେ ୪୦୦ ଟଙ୍କା ୨୪ ଘଣ୍ଟାରେ କମିଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୭,୦୫୦ ଟଙ୍କା ଓ ୮୪,୦୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୭, ୨୦୦ ଟଙ୍କା ଓ ୮୪, ୨୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୪, ୦୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୭,୦୫୦ ଟଙ୍କା ଓ ୮୪,୦୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୯,୫୦୦ ହଜାର ଟଙ୍କା ହୋଇଛି ।
Also read: ନୂଆ କାର୍ କିଣିଛନ୍ତି କି? ଏହି ୪ଟି ଜିନିଷ ଧ୍ୟାନରେ ରଖନ୍ତୁ ନଚେତ ହୋଇପାରେ ବଡ଼ କ୍ଷତି