Stock Market : ସେୟାର ବଜାରରେ ବଡ଼ ହ୍ରାସ, ​ନିବେଶକଙ୍କ ୫ ଲକ୍ଷ କୋଟି ସ୍ବାହା

ମୁମ୍ବାଇ : ପୁଣି ଥରେ ୱାର ମୋଡ ଅନ୍ । ଲାଲ୍ ହେଲା ଷ୍ଟକ୍ ମାର୍କେଟ । ​ନିବେଶକଙ୍କ ୫ ଲକ୍ଷ କୋଟି ସ୍ବାହା । ଆଜି ଖୋଲୁ ଖୋଲୁ ଭାରତୀୟ ପୁଞ୍ଜିବଜାର କ୍ରାସ୍ । କାରବାର ଆରମ୍ଭର ପ୍ରଥମ ମିନିଟରେ ୭୦୦ ପଏଣ୍ଟ ହ୍ରାସ ପାଇଥିଲା BSE ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ପ୍ରାୟ୨୫୦ ପଏଣ୍ଟ ହ୍ରାସ ପାଇଥିଲା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମିଡ କ୍ୟାପ ଏବଂ ସ୍ମଲ କ୍ୟାପ । ଉଭୟ ସେକ୍ଟରର ପ୍ରାୟ ୧ ପ୍ରତିଶତ ଖସିଛି । ଲାର୍ଜ କ୍ୟାପର ଅନେକ ଷ୍ଟକ ମଧ୍ୟ ହ୍ରାସ ପାଇଛି । ଆମେରିକା-ଇରାନ ସଂଘର୍ଷ ମଧ୍ୟରେ ବଜାରରେ ପୁଣି ଥରେ ଅସ୍ଥିରତା ଦେଖାଦେଇଛି ।