BSNL ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ୬୦ ଦିନ ପାଇଁ ବୃଦ୍ଧି ପାଇଲା ଏହି ଲୋକପ୍ରିୟ ପ୍ଲାନର ବୈଧତା; ଜାଣନ୍ତୁ କ’ଣ ମିଳିବ ଫାଇଦା

ସରକାରୀ ଟେଲିକମ୍‌ କମ୍ପାନୀ ‘BSNL’ ନିଜର ପ୍ରିପେଡ୍‌ ମୋବାଇଲ ଗ୍ରାହକଙ୍କ ପାଇଁ ସବୁଠାରୁ ଲୋକପ୍ରିୟ ପ୍ରିପେଡ୍‌ ପ୍ଲାନର ବୈଧତାକୁ ୬୦ ଦିନ ବୃଦ୍ଧି କରିଛି। BSNL ନିଜର ୨୩୯୯ ଟଙ୍କାର ପ୍ଲାନରେ ରିଚାର୍ଜ କରୁଥିବା ଗ୍ରାହକମାନଙ୍କୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୬୦ ଦିନର ଅତିରିକ୍ତ ବୈଧତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ, BSNLର ୨୩୯୯ ଟଙ୍କାର ପ୍ଲାନରେ ରିଚାର୍ଜ କରୁଥିବା ଗ୍ରାହକମାନେ ୪୨୫ ଦିନର ବୈଧତା ପ୍ରାପ୍ତ କରିବେ।

ଏମିତିରେ ଏବେ ସମସ୍ତ ପ୍ରାଇଭେଟ ମୋବାଇଲ ଅପରେଟର ନିଜର ଟାରିଫ୍‌କୁ ବଢ଼ାଇବାରେ ବ୍ୟସ୍ତ। BSNL ଏକମାତ୍ର କମ୍ପାନୀ, ଯିଏକି ଟେଲିକମ୍‌ ବଜାରରେ ଅତିରିକ୍ତ ବୈଧତାର ପ୍ରସ୍ତାବ ଆଣିଛି। BSNL ୨୩୯୯ ପ୍ଲାନର ଏହି ପ୍ରମୋଶନାଲ ଅଫର ସମସ୍ତ ଟେଲିକମ୍‌ ସର୍କଲରେ ଉପଲବ୍ଧ ରହିଛି। ଏହା ବ୍ୟତୀତ BSNL ସମସ୍ତ ଭ୍ୟାଲିଡିଟି ଏକ୍ସପାୟର୍ଡ ପ୍ରିପେଡ୍‌ ମୋବାଇଲ ଗ୍ରାହକମାନଙ୍କୁ ଇନକମିଙ୍ଗ୍‌ ଏସ୍‌ଏମ୍‌ଏସ୍‌ର ସୁବିଧାକୁ ବିସ୍ତାର କରିବାର ମଧ୍ୟ ନିଷ୍ପତ୍ତି ନେଇଛି, ଯେଉଁମାନେ Advance Period 2 (GP-2)ରେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅଛନ୍ତି। ତେଣୁ ଏମିତିରେ ବିନା କୌଣସି ଅତିରିକ୍ତ ମୂଲ୍ୟ କିମ୍ବା ରିଚାର୍ଜରେ ସମସ୍ତ ଗ୍ରାହକ ଏହି ସମୟରେ ମାଗଣା ଇନ୍‌କମିଙ୍ଗ ଏସ୍‌ଏମ୍‌ଏସ୍‌ ସୁବିଧାର ଲାଭ ଉଠାଇ ପାରିବେ।

BSNL ୨୩୯୯ ଟଙ୍କା ପ୍ଲାନର ଫାଇଦା

BSNL ୨୩୯୯ ଟଙ୍କା ପ୍ଲାନର ଲାଭ ହେଉଛି, ଏଥିରେ ଆପଣଙ୍କୁ ୪୨୫ ଦିନ ପାଇଁ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌, କୌଣସି ବି ନେଟ୍‌ଓ୍ଵାର୍କକୁ ଅନଲିମିଟେଡ୍‌ କଲିଙ୍ଗ୍‌ ଏବଂ ଦୈନିକ 3GBର ହାଇ ସ୍ପୀଡ୍‌ ଡାଟା ଦିଆଯାଉଛି। ଅର୍ଥାତ୍‌ ଏହି ପ୍ଲାନରେ ଆପଣଙ୍କୁ ମୋଟ 1,275GBର ଇଣ୍ଟରନେଟ ମିଳୁଛି। ଓଟିଟି ଫାଇଦା ବିଷୟରେ ଆଲୋଚନା କରିବା ତ ଆପଣ ଏହି ସମୟରେ Eros Now Entertainmentର ସବ୍ସକ୍ରିପ୍‌ଶନ ପାଇ ପାରିବେ ଏବଂ Personalized Ring Back Tone (PRBT) ସହିତ ଆପଣଙ୍କୁ ଅନଲିମିଟେଡ ସଙ୍ଗ୍‌ସ ଚେଞ୍ଜର ଅପଶନ ବି ଦିଆଯିବ।

ସୂଚନାଥାଉ କି, ନିକଟରେ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର କମ୍ପାନୀ ‘ଭାରତୀ ଏୟାରଟେଲ’ ପ୍ରିପେଡ୍ ପ୍ଲାନ୍ସର ଟାରିଫ୍ ଦରରେ ବୃଦ୍ଧି ଘୋଷଣା କରିଛି। କମ୍ପାନୀ ଏଥିରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ନୂଆ ଟାରିଫ୍ ଦର ୨୬ ନଭେମ୍ବରରୁ ଲାଗୁ ହେଉଛି। କମ୍ପାନୀ ଅନୁସାରେ, ଏହାର ୭୯ ଟଙ୍କାର ବେସ୍ ପ୍ଲାନ ଏବେ ୯୯ ଟଙ୍କା ହୋଇ ଯାଇଛି। ଏଥିରେ ୫୦ ପ୍ରତିଶତ ଅଧିକ ଟକ୍ ଟାଇମ୍ ମିଳିବ। ଏହିଭଳି ୧୪୯ ଟଙ୍କାର ପ୍ଲାନ ୧୭୯ ଟଙ୍କାରେ ଉପଲବ୍ଧ ହେବ। ଏଥିରେ ୨୮ ଦିନର ବୈଧତା ସହିତ ଅନଲିମିଟେଡ୍ କଲିଙ୍ଗ୍, ଦୈନିକ ୧୦୦ ଏସ୍ଏମ୍ଏସ୍ ଏବଂ ମୋଟ ୨ ଜିବି ଡାଟା ମିଳିବ। ଏହିଭଳି ୨୧୯ ଟଙ୍କାର ପ୍ଲାନ ଏବେ ୨୬୫ ଟଙ୍କାର ହୋଇ ଯାଇଛି। ଏଥିରେ ୨୮ ଦିନର ବୈଧତା ସହିତ ଦୈନିକ ୧୦୦ ଏସ୍ଏମ୍ଏସ୍ ଏବଂ ୧ ଜିବି ଡାଟା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.