ଗୁଗଲରେ ଚାକିରି ପାଇଁ ଆବେଦନ କରି ଚାକିରି ପାଇଲେ ପାଟନା ଯୁବତୀ, ବାର୍ଷିକ ଦରମା ହେଉଛି ୧.୧୦ କୋଟି

ବିହାରର ଜଣେ ଯୁବତୀ, ସଂପ୍ରତି ଯାଦବ ନିଜର ପାଠ ପଢା ସାରିବା ପରେ ଭଲ ଦରମାରେ ଓ ଭଲ ଅଫିସରେ ଚାକିରି କରୁଛନ୍ତି । କିନ୍ତୁ ସେ ଅନ୍ୟ ଅଫିସରେ ଜବ ରେ ଥିବା ସମୟରେ ମଧ୍ୟ ଗୁଗଲ ରେ ମଧ୍ୟ ଚାକିରି ପାଇଁ ଆବେଦନ କରି ଚାକିରି ପାଇ ପାରିଛନ୍ତି । ତାଙ୍କର ବାର୍ଷିକ ଦରମା ହେଉଛି ୧.୧୦ କୋଟି । ସେ ଆସନ୍ତା ମାସ ପେବୃୟାରୀ ୧୪ ତାରିଖରେ ଗୁଗଲ କମ୍ପାନୀରେ ଜଏନ କରିବେ । ଯାହାକି ଜଣେ ଇଂଜିନିୟର ଗ୍ରାଜୁଏଟଙ୍କ ପାଇଁ ଏକ ବଡ ସୁଯୋଗ ।

ଇଞ୍ଜିନିୟରିଂ ସ୍ନାତକତା ହାସିଲ କରିଥିବା ଛାତ୍ରଛାତ୍ରାଙ୍କୁ ମଧ୍ୟ ଏହା ପୂର୍ବକୁ ୨ କୋଟି ଟଙ୍କା ଦରମା ଥିବା ଚାକିରି ପାଇଁ ଅଫର ଆସି ସାରିଛି । ତେବେ ବର୍ତ୍ତମାନ ସଂପ୍ରତିଙ୍କୁ ମଧ୍ୟ ମିଳିଛି ଏହି ସୁଯୋଗ । ତେବେ ତାଙ୍କ ଏଜୁକେସନ କ୍ୱାଲିଫିକେସନ ମଧ୍ୟ ଭଲ ଥିବା ଜଣା ଯାଇଛି । ୨୦୧୪ ମସିହାରେ ସଂପ୍ରତି ନୋଟ୍ରେ ଡେମ ଏକାଡେମୀରୁ ନିଜର ମାଟ୍ରିକ ସାରିଥିଲେ ଓ ତାଙ୍କ ସିଜିପିଏ ଥିଲା ୧୦ । ଏହାପରେ ସେ ଦିଲ୍ଲୀ ୟୁନିଭରସିଟି ରୁ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୨୦୧୬ ମସିହାରେ ଜେଇଇ- ମେନ୍ସ ରେ ମଧ୍ୟ ସଫଳତା ହାସଲ କରିଥିଲେ । ପୁଣି ଗତ ବର୍ଷ ୨୦୨୧ ରେ ସେ ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ପାଠପଢା ସମାପ୍ତ କରିଥିଲେ। ବର୍ତ୍ତମାନ ସମ୍ପ୍ରତି, ମାଇକ୍ରୋସଫ୍ଟ କମ୍ପାନୀରେ ବାର୍ଷିକ ୪୪ ଲକ୍ଷ ଦରମାରେ କାମ କରୁଛନ୍ତି ।
ରିପୋର୍ଟ ଅନୁଯାୟୀ ସମ୍ପ୍ରତି କହିଛନ୍ତି ଯେ ଗୁଗଲ ଅନଲାଇନରେ ବିଭିନ୍ନ ସ୍ତରରେ ସେ ୯ଟି ରାଉଣ୍ଡ ଇଣ୍ଚରଭ୍ୟୁ ଦେଇଥିଲେ । ସେ ସବୁ ରାଉଣ୍ଡରେ ସଠିକ ଉତ୍ତର ଦେଇ ସଫଳତା ହାସଲ କରିଥିଲେ ଓ କମ୍ପାନୀ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ମଧ୍ୟ ହୋଇଥିଲା । ପାଟନା ନେହେରୁ ନଗରେ ଜନ୍ମ ଗ୍ରହଣ କରିଥିବା ସଂପ୍ରତି ଏହା ପୂର୍ବରୁ ମଧ୍ୟ ଆଡୋବ, ଫ୍ଲିପକାର୍ଡ ଓ ଅନ୍ୟ ସହୁ ଟପ କମ୍ପାନୀଠାରୁ ଜବ ଅଫର ପାଇସାରିଛନ୍ତି । ଏହା ପୂର୍ବରୁ ଗତ ବର୍ଷ ଆଇଆଟି ବିଏଚୟୁ ର ୫ ଜଣ ଛାତ୍ରଙ୍କୁ ଆମେରିକାରୁ ମଧ୍ୟ ଜବ ଅଫର ମିଳିଥିଲା । ଯାହାର ଦରମା ଥିଲା ୨.୦୫ କୋଟି ।