ଭାରତରେ ମୋଟର ସାଇକେଲ ପାଇଁ କ୍ରେଜ୍ ବର୍ଷ ବର୍ଷ ଧରି ରହିଆସିଛି । ଆଜିର ସମୟରେ ବାଇକ ଲୋକଙ୍କର ନିତିଦିନିଆ କାମରେ ଲାଗୁଛି । ଲୋକମାନେ ଏହି ବାଇକ କିଣିବାକୁ ପସନ୍ଦ କରନ୍ତି ଯାହା ଶସ୍ତା ଏବଂ ଭଲ ମାଇଲେଜ୍ ଦେଇଥାଏ । ଏଥି ସହିତ ସାଧାରଣ ଲୋକଙ୍କ ଜେଟକୁ ଆଖି ଆଗରେ ରଖି ସେଲ ବଢ଼ାଇବା ପାଇଁ ବାଇକ୍ ନିର୍ମାତା କମ୍ପାନୀଗୁଡ଼ିକ ମଧ୍ୟ ବେଷ୍ଟ ମୋଟର ସାଇକେଲ ଲଞ୍ଚ କରୁଛନ୍ତି । ଭାରତୀୟ ବଜାରରେ ୧ ଲକ୍ଷ ଟଙ୍କା ବଜେଟରେ ଏଭଳି ଅନେକ ବାଇକ୍ ଅଛି । ଯାହାର ବହୁତ ଭଲ ଫିଚର୍ସ ଏବଂ ଭଲ ମାଇଲେଜ୍ ମଧ୍ୟ ରହିଛି ।
Hero Splendor :
Hero Splendor ପ୍ଲସ୍ ହେଉଛି ଦେଶରେ ମୋଷ୍ଟ ସେଲିଂ ବାଇକ୍ । ୪ କୋଟିରୁ ଅଧିକ ଲୋକ Hero Splendor କିଣିଛନ୍ତି । ଏହି ବାଇକରେ ଏୟାର କୁଲ୍ଡ, ୪-ଷ୍ଟ୍ରୋକ, ସିଙ୍ଗଲ-ସିଲିଣ୍ଡର, OHC ଇଞ୍ଜିନ ଲଗାଯାଇଛି । ଏହି ବାଇକରେ ଫୁଏଲ-ଟ୍ୟାଙ୍କର କ୍ୟାପାସିଟି ହେଉଛି ୯.୮ ଲିଟର । ଏହି ବାଇକ୍ ୬୦kmpl ର ମାଇଲେଜ ଦେଇଥାଏ । ହିରୋର ଏହି ବାଇକର ଏକ୍ସ ସୋ’ ରୁମ୍ ପ୍ରାଇସ୍ ୭୫,୪୪୧ ଟଙ୍କାରୁ ଆରମ୍ଭ ହୋଇଛି ।
TVS Sport :
TVS Sport ରେ ସିଙ୍ଗଲ-ସିଲିଣ୍ଡର, ୪-ଷ୍ଟ୍ରୋକ, ଫ୍ୟୁଏଲ ଇଞ୍ଜିନ୍, ଏୟାର-କୋଲ୍ଡ ସ୍ପାର୍କ ଇଗ୍ନିସନ ଇଞ୍ଜିନ ଅଛି । ଏହି ଇଞ୍ଜିନରେ ୭,୩୫୦rpm ର ୬.୦୩kW ର ପାଓ୍ୱାର ମିଳିଥାଏ ଏବଂ ୪,୫୦୦ rpm ର ୮.୭Nm ଟର୍କ ରହିଥାଏ । ଏହି ବାଇକ୍ ୯୦kmph ର ଟପ୍ ସ୍ପିଡ୍ ଦେଇଥାଏ । TVSର ଏହି ବାଇକ୍ ୮୦kmpl ମାଇଲେଜ୍ ଦେବାକୁ ଦାବି କରିଛି । ଏହି ବାଇକର ଏକ୍ସ ସୋ’ ରୁମ୍ ପ୍ରାଇସ୍ ୫୯,୮୮୧ ଟଙ୍କାରୁ ଆରମ୍ଭ ହୋଇଛି ।
Bajaj Platina :
Bajaj Platina ରେ ୧୧୫cc ର DTS-i ଇଞ୍ଜିନ୍ ଲାଗିଛି । ବାଇକ ଇଞ୍ଜିନ ସହିତ ୪-ସ୍ପିଡ୍ ମାନୁଆଲ ଟ୍ରାନ୍ସମିସନ ରହିଛି । ଏହି ବାଇକରେ ଫୁଏଲ ଟ୍ୟାଙ୍କ୍ କ୍ୟାପାସିଟି ୧୧ ଲିଟରର ହୋଇଥାଏ । ବଜାଜର ଏହି ବାଇକ୍ ୭୨kmpl ର ମାଇଲେଜ୍ ଦେଇଥାଏ । ଏହି ବାଇକର ଏକ୍ସ ସୋ’ ରୁମ୍ ପ୍ରାଇସ୍ ୭୧,୩୫୪ ଟଙ୍କାରୁ ଆରମ୍ଭ ହୋଇଛି ।