ନୂଆବର୍ଷରେ ଗ୍ରାହକଙ୍କ ପାଇଁ BMW ଆଣିଲା ଶସ୍ତା କାର, ବଢ଼ିଆ ଫିଚର୍ସ ସହିତ ଲୁକ ରହିଛି ଏକଦମ୍‌ ଜବରଦସ୍ତ

ଭାରତରେ ଜର୍ମାନ ଅଟୋ ଦିଗଜ୍‌ କମ୍ପାନୀ BMW ନିଜର ନୂଆ ସିରିଜକୁ ଲଞ୍ଚ କରିସାରିଛି। ଏବେ ନୂଆ ୩ ସିରିଜ ଗ୍ରେନ ଲିମୋଜିନରେ ଆପଣ ମାର୍କେଟରେ BMWର ନୂଆ ଲୁକ ଦେଖିବାକୁ ପାଇବେ। ଏହାର ପ୍ରାରମ୍ଭିକ ଦାମ ବହୁତ ଶସ୍ତା ରହିଛି।

BMW ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂଆ BMW-3 ସିରିଜ୍ ଗ୍ରାନ୍ ଲିମୋଜିନର ବଜାର ପ୍ରବେଶ କରାଯାଇଛି । ସ୍ଥାନୀୟ ରୂପେ BMW ଗ୍ରୁପ୍ ପ୍ଲାଂଟ୍ ଚେନ୍ନାଇର ଏହି କାର୍ ଉଭୟ ପେଟ୍ରୋଲ ଓ ଡିଜେଲ ଭାରିଆଂଟରେ ସମସ୍ତ ବିଏମଡ୍ଲୁ ଇଣ୍ଡିଆ ଡିଲରସିପରେ ଉପଲବ୍ଧ ହେଉଛି । ନୂଆ BMW-3 ସିରିଜ୍ ଗ୍ରାନ୍ ଲିମୋଜିନ୍ ନିଜ ସେଗମେଣ୍ଟରେ ସବୁଠାରୁ ଲମ୍ବା ଓ ଆରାମଦାୟକ ମଡେଲ ହୋଇପାରିିଛି ।ଯାହା ଗ୍ରାହକଙ୍କୁ ପସନ୍ଦ ଆସିବାର ସମ୍ଭାବନା ଅଛି। ଏହି ମଡେଲ ଏକ ନୂଆ ବେଞ୍ଚ ମାର୍କ ସ୍ଥାପନ କରିଛି ।

ଏହାର ଦୁଇଟି ଭାରିଏଣ୍ଟ – ବିଏମଡବ୍ଲୁ ୩୨୦ଏଲଡି ଏମସ୍ପୋର୍ଟ ଏବଂ ବିଏମଡବ୍ଲୁ ୩୩୦ ଏଲଆଇ ଏମସ୍ପୋର୍ଟ ପାଇଁ ଏହାର ଏକ୍ସଶୋ’ରୁମ ମୂଲ୍ୟ ଯଥାକ୍ରମେ ୫୯,୫୦,୦୦୦ଟଙ୍କା ଏବଂ ୫୭,୯୦,୦୦୦ ଟଙ୍କା ରହିଛି । ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସ ମଧ୍ୟ ପ୍ରଦାନ କରୁଛି । ସର୍ଭିସ୍ ଇନ୍କ୍ଲୁସିଭ୍ ଓ ସର୍ଭିସ୍ ଇନ୍କ୍ଲୁସିଭ୍ ପ୍ଲସ୍ ଏହାର ଖର୍ଚ୍ଚକୁ ଆହୁରି କମ୍ କରୁଛି । ଗ୍ରାହକମାନେ ଏଥିରେ ମାଇଲେଜ୍ ଅନୁଯାୟୀ ଏକାଧିକ ସର୍ଭିସ୍ ପ୍ଲାନ୍ ମଧ୍ୟରୁ ଚୟନ କରିପାରିବେ । ଏହାର ଏକ୍ସଟେରିୟର ବଡି ଡିଜାଇନ୍ ଫିଚର ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ।

ନୂଆ ରିଫାଇନ୍ଡ ଇଂଟେରିୟର ଡିଜାଇନ୍କୁ ଏକ ଆଧୁନିକ ଲୁକ ଦିଆଯାଇଛି। ବିଏମଡବ୍ଲୁ ୩୩୦ ଏଲଆଇର ୨ ଲିଟର ୪ ସିଲିଣ୍ଡର ପେଟ୍ରୋଲ ଇିନ୍, ୮-ସ୍ପିଡ୍ ଷ୍ଟେପଟ୍ରୋନିକ୍ ଟ୍ରାନ୍ସମିଶନ, 190 KW/ 258hP ଏକ ଆଉଟ୍ପୁଟ୍ ଓ 1550 Rpm ରେ 400NM ର ସର୍ବାଧିକ ଟର୍କ ଜେନେରେଟ କରୁଛି । ଏହି କାର୍ ୬.୨ ଘଣ୍ଟା ପ୍ରତି ୦ ରୁ ୧୦୦ କି.ମି ବେଗରେ ଏବଂ ଲିଟର ପିଛା ୧୫.୩୯କି.ମି ଯାତ୍ରା କରିବ।

ସେହିଭଳି ବିଏମଡବ୍ଲୁ ୩୨୦ଏଲଡି ର ୨ ଲିଟର ୪ ସିଲିଣ୍ଡର ଡିଜେଲ ଇିନ୍, ୮-ସ୍ପିଡ୍ ଷ୍ଟେପଟ୍ରୋନିକ୍ ଟ୍ରାନ୍ସମିଶନ 140KW/190hP , ଆଉଟପୁଟ୍ ଓ 1750- 2500Rpmରେ 400Nmର ସର୍ବାଧିକ ଟର୍କ ଜେନେରେଟ କରୁଛି । ଏହି କାର୍ କେବଳ ୭.୬ ଘଣ୍ଟା ୦ ରୁ ୧୦୦ କି.ମି ବେଗ ଏବଂ ଲିଟର ପିଛା ୧୯.୬୧ କି.ମି ର ଯାତ୍ରା କରିବ ।

ଆଶା କରୁଛୁ ଆଜିର ଏହି ଭିଡ଼ିଓ ଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଳାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଅଟୋ ମୋବାଇଲ ସେକ୍ଟର ସମ୍ବନ୍ଧୀୟ ଏଭଳି ଜରୁରୀ ଖବର ସମ୍ପର୍କରେ ଜାଣିବା ପାଇଁ ଦେଖୁଥାନ୍ତୁ କେନ୍ୟୁଜ ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.