BMW ଲଞ୍ଚ କଲା ପ୍ରଥମ ସ୍କୁଟର Maxi Scooter C400GT, ଦାମ୍ ୯.୯୫ ଲକ୍ଷ

ଲୋକପ୍ରିୟ ଅଟୋ କମ୍ପାନୀ BMW ନିଜର ପ୍ରଥମ ସ୍କୁଟର BMW Maxi Scooter C400GT ଭାରତରେ ଲଞ୍ଚ ହୋଇଛି। ଯାହାର ଦାମ୍ ୯.୯୫ ଲକ୍ଷ ଟଙ୍କା ପ୍ରାରମ୍ଭିକ ରହିଛି। ଗତକାଲିରୁ ଏହାର ବୁକିଂ ଆରମ୍ଭ ହୋଇଯାଇଛି। ସ୍କୁଟର ଦୁଇଟି କଲର ଭାରିଅଣ୍ଟରେ ଉପଲବ୍ଧ। ଅଲପାଇନ ହ୍ବାଇଟ ଏବଂ ଷ୍ଟାଇଲ ଟ୍ରିପଲ ବ୍ଲାକ କଲର ଅପସନରେ ରହିଛି।

ଫିଚର୍ସ:

BMW Maxi Scooter C400GTରେ ଦମଦାର ପ୍ଯାନେଲ ସହିତ ପ୍ରସ୍ତୁତ କରାଯାଇଛି। ଏହି ସ୍କୁଟରରେ ଏକ ଲମ୍ବା ୱିଣ୍ଡସ୍କ୍ରିନ, ପୁଲ୍ ବ୍ଯାକ୍ ହ୍ଯାଣ୍ଡଲବାର, ଲମ୍ବା ସିଟ, ଡୁଆଲ ଫୁଟରେଷ୍ଟ, ଫୁଲ୍ LED ଲାଇଟିଂ, keyless ignition, ହିଟେଡ ଗ୍ରିପ୍ସ, ହିଟେଡ ସିଟ୍, ABS, ଆଣ୍ଟି ଥେପ୍ଟ ଆଲାର୍ମ ସିପଷ୍ଟମ ଏବଂ ବ୍ଲୁଟୁଥ ଭଳି ଫିଚର୍ସ ରହିଛି।

ଇଂଜିନ:

BMW Maxi Scooter C400GTରେ କମ୍ପାନୀ ୩୫୦ ସିସି ୱାଟର କୁଲ୍ଡ ସିଙ୍ଗଲ ସିଲିଣ୍ଡର ୪ ଷ୍ଟ୍ରୋକ ଇଂଜିନ ବ୍ଯବହାର କରାଯାଇଛି। ଯାହା CBT ଟ୍ରାନ୍ସମିଶନ ଲେସ ରହିଛି। ଏହି ଇଂଜିନି ୩୩.୫ bhp ପାୱର ସହିତ ୩୫ Nm ଟର୍କ ଜେନେରେଟ କରିଥାଏ। ଏହି ଦମଦାର ଇଂଜିନ ଯୋଗୁଁ ସ୍କୁଟର ୯.୫ ସେକେଣ୍ଡରେ ୦-୧୦୦ kmph ସ୍ପିଡ ଧରିଥାଏ। ଯଦି ଟପ୍ ସ୍ପିଡ କଥା କୁହାଯାଏ, ତେବେ ଏହାର ସବୁଠାରୁ ଅଧିକ ସ୍ପିଡ ୧୩୯ kmph ଦେଇଥାଏ।

BMW Maxi Scooter C400GTକୁ ଭାରତରେ କୌଣସି ମଧ୍ୟ ଗାଡି ଟକ୍କର ଦେଇପାରିବ ନାହିଁ। ତଥାପି ସୁଜୁକି ବର୍ଗମ୍ଯାନ ଷ୍ଟ୍ରିଟ୍ ୧୨୫ ଏବଂ ଅପ୍ରିଲିଆ SXR ୧୬୦ ବ୍ଯତୀତ ହୋଣ୍ଡା ଫୋର୍ଜା ୩୫୦ ଟକ୍କର ଦେଇପାରେ।

Leave A Reply

Your email address will not be published.