BMW କାର୍ ସମଗ୍ର ବିଶ୍ବରେ ବେଶ ଲୋକପ୍ରିୟ। କେବଳ କାର ନୁହେଁ BMW ବାଇକ୍ ମଧ୍ୟ ଯୁବପିଢି ପାଖରେ ବେଶ୍ ଲୋକପ୍ରିୟ। ପ୍ରତ୍ଯେକ ଯୁବପିଢି ଏହି ବାଇକ୍ କୁ ଚଲାଇବା ପାଇଁ ଇଚ୍ଛା ରଖିଛନ୍ତି। BMWର ନୂଆ ବାଇକ M 1000 RR ଭାରତରେ ଲଞ୍ଚ ହୋଇଛି। କମ୍ପାନୀ ଏହି ବାଇକକୁ ଏସୟୁଭି ସହିତ ତୁଳନା କରିଛି। ଏହି ବାଇକରେ ଏସୟୁଭି ଭଳି ପାୱାର ରହିଛି।
ଏହି ବାଇକ୍ ମାତ୍ର ୩ ସେକେଣ୍ଡରେ ୧୦୦ କିମି ସ୍ପିଡରେ ଯାଇପାରେ। ଏହି ବାଇକର ଟପ୍ ସ୍ପିଡ ୩୦୬ କିମି ପ୍ରତି ଘଣ୍ଟା ରହିଛି। ବହୁତ ଦମଦାର ଇଞ୍ଜନ ସହିତ ଆକର୍ଷଣୀୟ ଲୁକ୍ ଥିବା M 1000 RR ମୋଟରସାଇକେଲକୁ କମ୍ପାନୀ ଦୁଇଟି ଭାରିଅଣ୍ଟରେ ଲଞ୍ଚ କରିଛି। BMW M 1000 RR Standard ଏବ M 1000 RR Competition ।

ଖୁବଶୀଘ୍ର ଏହି ନୂଆ ସ୍ପୋଟର୍ସ ସୁପରବାଇକକୁ ଭାରତକୁ ଅଣାଯିବ। ଭାରତକୁ ଆସିବା ପୂର୍ବରୁ BMW ମୋଟରରାଇଡ ଇଣ୍ଡିଆ ଡିଲରସିପରେ ବାଇକର ବୁକିଂ ଆରମ୍ଭ ହୋଇଯାଇଛି। M 1000 RR Standard ଏକ୍ସ-ଶୋରୁମ ଦାମ ୪୨ ଲକ୍ଷ ରହିଥିବା ବେଳେ M 1000 RR Competition ଦାମ୍ ୪୫ ଲକ୍ଷ ରହିଛି। ଏହି ବାଇକ୍କୁ ଦେଖିବା ମାତ୍ରେ ଆପଣ ନିଶ୍ଚିତ ଡ୍ରାଇଭ କରିବାକୁ ମନେ କରିବେ।