ବ୍ୟବସାୟ ଓ ଅର୍ଥନୀତି

ଆସିଲା BMW ର Electric Scooter: ଜାଣନ୍ତୁ କେତେ ରହିଛି ଦାମ୍

ଶେଷରେ ଜର୍ମାନ ଅଟୋମେକର BMW Motorrad ନିଜର ନୂଆ ଇଲେକ୍ଟ୍ରିକ୍ ସ୍କୁଟର ଉପରୁ ପରଦା ହଟାଇଛି । ଏହି ଇଲେକ୍ଟ୍ରିକ ସ୍କୁଟରର ନା BMW CE-04 ରଖାଯାଇଛି । ଏହି ସ୍କୁଟର ସହ ବିଏମଡବ୍ଲ୍ୟୁ ଇଲେକ୍ଟ୍ରିକ୍ ସ୍କୁଟର ସେଗମେଣ୍ଟରେ ନିଜର ପାଦ ଥାପିଛି । CE-04 କୁ ନେଇ ବହୁ ଦିନରୁ କାମ ହୋଇ ଆସୁଥିଲା । ଏହି ଇଲେକ୍ଟ୍ରିକ୍ ସ୍କୁଟର କୁ ପ୍ରଥମେ ୨୦୧୭ରେ BMW Motorrad Concept Link ରେ ସ୍ଥାପିତ କରାଯାଇଥିଲା । ୨୦୨୦ରେ ଏହାର ପାଖାପାଖି ପ୍ରଡକ୍ସନ ମଡେଲ BMW Motorrad Definition CE 04 ପ୍ରଦର୍ଶିତ କରାଯାଇଥିଲା। ଏହାର ଅନନ୍ୟ ଡିଜାଇନ ପାଇଁ ଏହି ଗାଡି଼ ଚର୍ଚ୍ଚାକୁ ଆସିଥିଲା।

BMW CE 04 ରେ ୧୦.୨୫ ଇଞ୍ଚର କଲର TFT ସ୍କ୍ରିନ ଦିଆଯାଇଛି । ଯାହାଦ୍ୱାରା ଇଣ୍ଟିଗ୍ରେଟେଡ ମ୍ୟାପ୍ ନାଭିଗେସନ ଓ ସ୍ମାର୍ଟଫୋନ କନେକ୍ଟିଭିଟି ଭଳି ଫିଚର୍ସ ମଧ୍ୟ ରହିବ । ଏଥିରେ ଆପଣଙ୍କୁ ଟ୍ରେକ୍ସନ କଣ୍ଟ୍ରୋଲ ସିଷ୍ଟମ, ତିନୋଟି ରାଇଡିଂ ମୋଡସ୍, ଇକୋ, ରୋଡେ ଓ ରେନ ବି ମିଳିବ । ଯାହା ରାଇଡିଂ ଅନୁଭବକୁ ଆହୁରି ସାନଦାର କରିଦେଇଥାଏ । ଏହି ବିଳାସପୂର୍ଣ୍ଣ ସ୍କୁଟରର ଫିଚର୍ସକୁ ଦେଖିଲେ ଲାଗୁଛି ଏହାର ଦାମ୍ ୨.୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ ।

BMW CE 04 ରେ ୮.୯ kWh ବ୍ୟାଟେରୀ ଓ ଇଲେକ୍ଟ୍ରିକ୍ ମୋଟର ମିଳିଥାଏ । ଯାହା ସାମାନ୍ୟ ପରିସ୍ଥିତିରେ ୨୦ bhp ର ଆଉଟପୁଟକୁ ଡିଲିଭର କରିଥାଏ । ମାତ୍ର ଅଧିକରୁ ଅଧିକ ୪୧.୫ bhp ପର୍ଯ୍ୟନ୍ତ ଯାଇପାରେ । ଇଲେକ୍ଟ୍ରିକ୍ ସ୍କୁଟର CE 04 2.6 ସେକେଣ୍ଡରେ ହିଁ ୫୦ କିଲୋମିଟର ପ୍ରତିଘଣ୍ଟା ରେ ଗଡ଼ିପାରେ । ଏହାର ସବୁଠାରୁ ଟପ୍ ସ୍ପିଡ୍ ପ୍ରତିଘଣ୍ଟାରେ ୧୨୦ କିଲୋମିଟର ଯାଏଁ ଗଡ଼ିପାରିବ ।

ଅନ୍ୟପଟେ ଏହାର ବ୍ୟାଟେରୀକୁ ଫୁଲ ଚାର୍ଜ କରିବାକୁ ହେଲେ ୪ ଘଣ୍ଟା ୨୦ ମିନିଟ ସମୟ ଲାଗିଥାଏ । ଫୁଲ ଚାର୍ଜ କରିବା ପରେ ଏହା ୧୩୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଏହାକୁ ଚାର୍ଜ କରିବାକୁ ହେଲେ ଷ୍ଟାଣ୍ଡାର୍ଡ 2.3 kWର ଚାର୍ଜର ବ୍ୟବହାର କରାଯାଇଥାଏ । 6.9 kW ର ଫାଷ୍ଟ ଚାର୍ଜରର ବ୍ୟବହାର କରି ବ୍ୟାଟେରୀକୁ ଏକ ଘଣ୍ଟା ୪୦ ମିନିଟରେ ଜିରୋରୁ ଫୁଲ ଚାର୍ଜ କରିହେବ । ଯେବେ କି ୪୫ ମିନିଟରେ ୨୦ ପ୍ରତିଶତରୁ ୮୦ ପ୍ରତିଶତ ଯାଏଁ ଫୁଲ ଚାର୍ଜ କରାଯାଇପାରେ । BMW Electric Scooter ରେ ସସ୍ପେନସନ ଡ୍ୟୁଟି ୩୫ ମିମି ଟେଲିସ୍କୋପିକ୍ ଓ ମୋନୋସକ୍ ସହ ସ୍ୱିନଗ୍ରାମ ରହିଛି । ଯେବେ ବ୍ରେକିଂ ହାର୍ଡୱେୟରରେ ସିଙ୍ଗଲ ରିୟର ଡିସ୍କ ବ୍ରେକ ରହିଛି ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

7 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

25 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

34 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

50 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago